Advertisment

ଯେସାକୁ ତେସା: ସଂସଦରେ ମୋଦିଙ୍କ ଭାଷଣରେ କାଣ୍ଟଛାଣ୍ଟ କରିବାକୁ କହିଲା କଂଗ୍ରେସ

ତଥ୍ୟଗତ ତ୍ରୁଟି ଥିବା ବୟାନକୁ ସଂସଦ କାର୍ଯ୍ୟରୁ ହଟାଇବାକୁ ଦାବି କରି କଂଗ୍ରେସ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଛି। ଏଥିସହ ଦେଶର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଦେଇଥିବା ବୟାନ ଉପରେ ମଧ୍ୟ ଆପତ୍ତି ଉଠାଇଛି।

author-image
Hemant Lenka
PM Modi

PM Modi

ସଂସଦରେ ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟକୁ କାଉଣ୍ଟର କରିବା ପାଇଁ ଯେସାକୁ ତେସା ନୀତି ଆପଣାଇଛି କଂଗ୍ରେସ। ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ବୟାନରେ ତଥ୍ୟଗତ ତ୍ରୁଟି ରହିଥିବା ଦଳ ଦାବି କରିଛି।

Advertisment

ଏଥିପାଇଁ ତଥ୍ୟଗତ ତ୍ରୁଟି ଥିବା ବୟାନକୁ ସଂସଦ କାର୍ଯ୍ୟରୁ ହଟାଇବାକୁ ଦାବି କରି କଂଗ୍ରେସ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଛି। ଏଥିସହ ଦେଶର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଦେଇଥିବା ବୟାନ ଉପରେ ମଧ୍ୟ ଆପତ୍ତି ଉଠାଇଛି।

ରାହୁଲ ଗାନ୍ଧି ସଂସଦରେ ଦେଇଥିବା ବୟାନର ଏକାଧିକ ଅଂଶକୁ ହଟା ଯାଇଥିବା ବେଳେ ବିଜେପି ତାଙ୍କ ବିରୋଧରେ ତଥ୍ୟଗତ ତ୍ରୁଟି ଥିବା ଅଭିଯୋଗ ଆଣି ନୋଟିସ ଦେଇଛି। ବିଜେପି ସାଂସଦ ବାଂସୁରି ସ୍ୱରାଜ ଏନେଇ ଦେଇଥିବା ନୋଟିସ ଉପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଗୃହକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା କୌଣସି ସଦସ୍ୟ ସହଜରେ ଖସି ପାରିବେ ନାହିଁ ଓ ନିୟମ ତାଙ୍କୁ ନିଶ୍ଚିତ ଧରିବ।

Advertisment

ବାସ୍‌ ଏପରି ବୟାନ ପରେ କଂଗ୍ରେସ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଓ ସାଂସଦ ଅନୁରାଗ ଠାକୁରଙ୍କ ଭାଷଣକୁ କାଣ୍ଟଛାଣ୍ଟ କରିବାକୁ କହିଛି। କଂଗ୍ରେସ ସାଂସଦ ମଣିକମ ଟାଗୋର ବାଚସ୍ପତି ବିର୍ଲାଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ ସଂସଦର ୧୧୫(୧) ନିୟମ ଲାଗୁ ହେବା ଦରକାର।

ଏଥିରେ କୁହାଯାଇଛି ଯେ ମନ୍ତ୍ରୀ କିମ୍ବା ସାଂସଦ ଦେଉଥିବା ଯେକୌଣସି ତ୍ରୁଟି କିମ୍ବା ଭୁଲ ତଥ୍ୟ ସମ୍ପର୍କିତ ବୟାନ ବିରୋଧରେ ଯେକୌଣସି ସଦସ୍ୟ ଆପତ୍ତି ଉଠାଇ ପାରିବେ।

ପ୍ରଧାନମନ୍ତ୍ରୀ ଓ ଅନୁରାଗ ଠାକୁର ଗୃହରେ ଭୁଲ ତଥ୍ୟ ଦେଇ ସମସ୍ତଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି। ତେଣୁ ସେମାନଙ୍କ ବୟାନକୁ କାଣ୍ଟଛାଣ୍ଟ କରାଯିବା ଦରକାର ବୋଲି ସେ ଦାବି କରିଛନ୍ତି।

ଅନୁରାଗ ଠାକୁର କହିଥିଲେ ଯେ ଭାରତୀୟ ସେନା ପାଖରେ ୨୦୧୪ ପୂର୍ବରୁ କୌଣସି ପ୍ରକାରର ଆବଶ୍ୟକ ଯୁଦ୍ଧ ବିମାନ ଓ ଯୁଦ୍ଧାସ୍ତ୍ର ନଥିଲା। ବିଜେପି ଆସିବା ପରେ ସେନାକୁ ଏହାର ଫାଇଦା ମିଳିଛି ବୋଲି ସେ କହିଥିଲେ।

କଂଗ୍ରେସ କହିବା କଥା ୨୦୧୪ ପୂର୍ବରୁ ସେନା ପାଖରେ ଜାଗୁଆର, ମିଗ ୨୯, ସୁଖୋଇ-୩୦, ମିରାଜ ୨୦୦ ରହିଥିଲା। ଭାରତ ପାଖରେ ଆଣବିକ ଯୁଦ୍ଧାସ୍ତ୍ର ସହ ଅଗ୍ନୀ, ପୃଥ୍ୱୀ, ଆକାଶ, ନାଗ, ତ୍ରିଶୁଲ ଓ ବ୍ରହ୍ମୋଶ ଭଳି ମିସାଇଲ ରହିଥିଲା।

ବିଗତ ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଗରିବ ରେଖାରୁ ମୁକୁଳିଥିବା ନେଇ ସରକାର କରିଥିବା ଦାବିକୁ ମଧ୍ୟ କଂଗ୍ରେସ ଚ୍ୟାଲେଞ୍ଜ କରିଛି। ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣରେ କହିଥିଲେ ଯେ କଂଗ୍ରେସ ଏକାକୀ ଲଢ଼ିଥିବା ୧୬ ରାଜ୍ୟରେ ଭୋଟ ଭାଗ ହ୍ରାସ ପାଇଛି।

ଏହା ତଥ୍ୟଗତ ତ୍ରୁଟି ବୋଲି କଂଗ୍ରେସ ସାଂସଦ ଟାଗୋର ଦାବି କରିଛନ୍ତି। ସେ କହିଛନ୍ତି, “ଏହା ସଂଖ୍ୟାଗତ ଭାବେ ଭୁଲ। ହିମାଚଳ, ଉତ୍ତରାଖଣ୍ଡ, କର୍ଣ୍ଣାଟକା, ତେଲାଙ୍ଗାନ ଇତ୍ୟାଦିରେ କଂଗ୍ରେସର ଭୋଟ ଭାଗ ବୃଦ୍ଧି ପାଇଛି।”

କଂଗ୍ରେସ ମାସିକ ମହିଳାଙ୍କୁ ୮,୫୦୦ ଟଙ୍କା ଦେବ ବୋଲି କରିଥିବା ଘୋଷଣା ମିଛ ବୋଲି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣରେ କହିଥିଲେ। ଏହାର ଜବାବରେ ଟାଗୋର କହିଛନ୍ତି, “ଏପରି ପ୍ରତିଶ୍ରୁତି ବିଜୟ ପରେ ଓ ସରକାର ଗଠନ ପରେ ପୂରଣ ହେବ ବୋଲି କୁହାଯାଇଥିଲା।”

Congress PM Modi