Advertisment

୨୦୧୯ ଫର୍ମୁଲାକୁ ରିପିଟ୍‌ କଲା ଡିଏମକେ, କଂଗ୍ରେସକୁ ଦେଲା ୯ଟି ଆସନ

୨୦୧୯ରେ କଂଗ୍ରେସ ତାମିଲନାଡୁ ଓ ପୁଡୁଚେରୀରେ ୧୦ଟି ଆସନରେ ପ୍ରାର୍ଥୀ ଦେଇ ୯ଟିରେ ଜିତିଥିଲା। ତାମିଲନାଡୁରେ ମୋଟ ଲୋକସଭା ଆସନ ସଂଖ୍ୟା ହେଉଛି ୩୯।

author-image
Hemant Lenka
stalin

stalin

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଡିଏମକେ ସହଯୋଗୀ କଂଗ୍ରେସ ସହ ସିଟ ଶେୟାରିଂ ଫର୍ମୁଲାକୁ ଚୂଡ଼ାନ୍ତ କରିଛି। ତାମିଲନାଡୁର ୯ଟି ଲୋକସଭା ଆସନ ଓ ପୁଡୁଚେରୀର ଗୋଟିଏ ଆସନ ଦଳ କଂଗ୍ରେସ ପାଇଁ ଛାଡ଼ିଛି।

Advertisment

୨୦୧୯ରେ ମଧ୍ୟ ଡିଏମକେ ସମାନ ରଣନୀତି ଆପଣାଇ ବିଜୟୀ ହୋଇଥିଲା। ୨୦୧୯ରେ କଂଗ୍ରେସ ତାମିଲନାଡୁ ଓ ପୁଡୁଚେରୀରେ ୧୦ଟି ଆସନରେ ପ୍ରାର୍ଥୀ ଦେଇ ୯ଟିରେ ଜିତିଥିଲା। ତାମିଲନାଡୁରେ ମୋଟ ଲୋକସଭା ଆସନ ସଂଖ୍ୟା ହେଉଛି ୩୯।

ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ଆଜି ଏମକେ ଷ୍ଟାଲିନ, ତାମିଲନାଡୁ କଂଗ୍ରେସ ମୁଖ୍ୟ କେ ସେଲଭାପେରୁନଥାଗାଇ, କେସି ଭେନୁଗୋପାଲ ଓ ଅଜୟ କୁମାର ଏକାଠି ବସି ସିଟ୍‌ ଶେୟାରିଂ ଫର୍ମୁଲାକୁ ଚୂଡ଼ାନ୍ତ କରିଛନ୍ତି।

Advertisment

ଭେନୁଗୋପାଲ ଦମ୍ଭୋକ୍ତି କରିଛନ୍ତି ଯେ ତାମିଲନାଡୁ ଓ ପୁଡୁଚେରୀର ସମସ୍ତ ୪୦ ଆସନରେ ଇଣ୍ଡିଆ ମେଣ୍ଟ ଜିତିବ। ସେ କହିଛନ୍ତି, “କଂଗ୍ରେସ ଓ ଡିଏମକେ ମଧ୍ୟରେ ଥିବା ବଣ୍ଡିଂ ଅତୁଟ ରହିଛି। ଆମେ ଏକାଠି ଲଢ଼ିବୁ ଓ ଏକାଠି ଜିତିବୁ।”

ତାମିଲନାଡୁର ଶାସକ ଡିଏମକେ କଂଗ୍ରେସ ସମେତ ଅନ୍ୟ ସହଯୋଗୀ ଦଳଗୁଡ଼ିକ ସହ ସିଟ ଶେୟାରିଂ ସମ୍ପର୍କରେ ଆଲୋଚନା କରିବା ବେଳେ ୨୦୧୯ ଫର୍ମୁଲା ଉପରେ ଅଧିକ ଗୁରୁତ୍ୱ ଦେଇଥିଲା। ୨୦୧୯ ଭଳି ଭିସିକେ ତାମିଲନାଡୁର ଚିଦାମ୍ବରମ ଓ ଭିଲ୍ଲୁପୁରମ ଆସନରୁ ପ୍ରାର୍ଥୀ ଦେବ।

ଉଭୟ ଆସନରେ ଦଳ ୨୦୧୯ରେ ମଧ୍ୟ ଜିତିଥିଲା। ସେହିପରି ଭାଇକୋଙ୍କ ନେତୃତ୍ୱାଧୀନ ଏମଡିଏମକେ ଗୋଟିଏ ଆସନରୁ ଲୋକସଭା ନିର୍ବାଚନ ଲଢ଼ିବ।

ପ୍ରକୃତରେ ଭିସିକେ ପକ୍ଷରୁ ୩ଟି ଆସନ ଦାବି କରାଯାଇଥିଲା। ହେଲେ ଡିଏମେକ ମୁଖ୍ୟ ଷ୍ଟାଲିନ ଦୁଇଟି ଯାକ ସଂରକ୍ଷଣ ଆସନ ଦଳ ପାଇଁ ଛାଡ଼ିଛନ୍ତି।

୨୦୧୯ରେ ଡିଏମକେ ପକ୍ଷରୁ ଏମଡିଏମକେ ପାଇଁ ଗୋଟିଏ ଲୋକସଭା ଓ ଗୋଟିଏ ରାଜ୍ୟସଭା ଆସନ ଛଡ଼ା ଯାଇଥିଲା। ଭାଇକୋ ସେତେବେଳେ ରାଜ୍ୟସଭାକୁ ଯାଇଥିଲେ।

ଡିଏମକେ, ଭିସିକେ, ଏମଡିଏମକେ ଓ କଂଗ୍ରେସ ସମେତ ତାମିଲନାଡୁରେ ସିପିଆଇଏମ, ସିପିଆଇ, ଆଇୟୁଏଲ ଓ କେଏମଡିକେ ମଧ୍ୟ ଷ୍ଟାଲିନଙ୍କ ମେଣ୍ଟରେ ରହିଛନ୍ତି।

Congress Tamilnadu DMK Lok Sabha Elections Lok Sabha Election Lok Sabha Elections 2024 Lok Sabha Election 2024