Advertisment

କଂଗ୍ରେସରେ ଯୋଗଦେଲେ ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ

ହରିୟାଣା ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସକୁ ମିଳିଛି ବଳ।

author-image
Debibandita Barick
ଅଦ୍ୟତନ ହୋଇଛି
 Vinesh Phogat, Mallikarjun Kharge & Bajrang Punia

Vinesh Phogat, Mallikarjun Kharge & Bajrang Punia

ହରିୟାଣା ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସକୁ ମିଳିଛି ବଳ। ଆଜି ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ। 

Advertisment

କଂଗ୍ରେସରେ ସାମିଲ ହେବା ପୂର୍ବରୁ ଭିନେଶ ଓ ବଜରଙ୍ଗ ଦିଲ୍ଲୀରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଥିଲେ। ଏହାପରେ ପାର୍ଟି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। 

କଂଗ୍ରେସରେ ଯୋଗଦେବା ପୂର୍ବରୁ ଭିନେଶ ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତୀୟ ରେଲୱେର ସ୍ୱତନ୍ତ୍ର ଡ୍ୱିଟି ଅଧିକାରୀ (OSD) ପଦରୁ ଇସ୍ତଫା ଦେଇଥିଲେ। ନିକଟରେ ସେ ମଧ୍ୟ ଚାଷୀ ଆନ୍ଦୋଳନରେ ଯୋଗ ଦେଇଥିଲେ। ଏହାପରେ ସେ ରାଜନୀତିରେ ସାମିଲ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଥିଲା। 

Advertisment

ଗତ ବର୍ଷ ଭିନେଶ ଫୋଗାଟଙ୍କ ସମେତ ଅନ୍ୟ କେତକ ରେସଲର ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ମୁଖ୍ୟ ବ୍ରିଜ ଭୂଷଣ ସିଂହଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ବ୍ରିଜ ଭୂଷଣଙ୍କୁ ଗିରଫ ଦାବିରେ ଫୋଗାଟଙ୍କ ସମେତ ଅନ୍ୟ ରେସରେଲ ଦିଲ୍ଲୀରେ ଆନ୍ଦୋଳନରେ ବସିଥିଲେ।  

ତେବେ ବଜରଙ୍ଗ ଓ ଭିନେଶ କଂଗ୍ରେସରେ ଯୋଗଦେବା ପରେ ଦଳ ତାଙ୍କୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଛି। ଅକ୍ଟୋବର ୫ରେ ହରିଆଣାରେ ୯୦ଟି ବିଧାନସଭା ଆସନ ପାଇଁ ଭୋଟ୍ ପଡ଼ିବ ଏବଂ ଅକ୍ଟୋବର ୮ରେ ଫଳାଫଳ ପ୍ରକାଶ ପାଇବ। ତେବେ ଉଭୟଙ୍କ ଯୋଗଦାନ ବିଜେପି ଶାସିତ ରାଜ୍ୟ ଉପରେ କେତେ ପ୍ରଭାବ ପକାଉଛି ତା' ଉପରେ ସମସ୍ତଙ୍କ ନଜର ରହିବ ନିଶ୍ଚୟ। 

Assembly Election Bajrang Punia Vinesh Phogat Hariyana Election