Advertisment

ଝାରସୁଗୁଡ଼ା ଫଳାଫଳ: କଂଗ୍ରେସ ଆହୁରି ତଳକୁ ଖସିଲା

ମୋଟ ଭୋଟର ମାତ୍ର ୨.୫୬% କଂଗ୍ରେସ ଖାତାକୁ ଯାଇଛି।

ଅଦ୍ୟତନ ହୋଇଛି
Tarun Pandey

Tarun Pandey

Advertisment

ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ ଆସିଯାଇଛି। ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଏଥିରେ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାର ୭୨୧ ଭୋଟରେ ପରାସ୍ତ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ତୃତୀୟ ସ୍ଥାନରେ ରହିଥିଲେ ବି ବହୁତ କମ୍ ଭୋଟ୍ ପାଇଛନ୍ତି। ସେ ମାତ୍ର ୪୪୯୬ ଖଣ୍ଡ ଭୋଟ ପାଇଛନ୍ତି। ମୋଟ ଭୋଟର ମାତ୍ର ୨.୫୬% କଂଗ୍ରେସ ଖାତାକୁ ଯାଇଛି।

Advertisment

କଂଗ୍ରେସ ତୃତୀୟ ସ୍ଥାନରେ ରହିବ ବୋଲି ଆଶା କରାଯାଉଥିଲେ ହେଁ ତା’ର ଭୋଟ ସଂଖ୍ୟା ଏତେ କମ୍ ରହିବ ବୋଲି କେହି ଭାବି ନଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଝାରସୁଗୁଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ମହେନ୍ଦ୍ର ନାଏକ। ସେ ୧୮,୮୨୩ ଖଣ୍ଡ ଭୋଟ ପାଇଥିଲେ। ଏହା ଥିଲା ମୋଟ ଭୋଟର ୧୦.୬୮%। କିନ୍ତୁ ଦଳ ଏହି ଉପନିର୍ବାଚନରେ ଏହି ସଂଖ୍ୟାକୁ ମଧ୍ୟ କାଏମ ରଖିବାରେ ବିଫଳ ହୋଇଛି। ଦଳ ଗତ ଥର ଠାରୁ ୧୪,୩୨୭ ଖଣ୍ଡ କମ୍ ଭୋଟ ପାଇଛି।

ଅନ୍ୟପକ୍ଷରେ ବିଜେଡି ଓ ବିଜେପିର ଭୋଟ ସଂଖ୍ୟା ବଢ଼ିଛି। ୨୦୧୯ରେ ସ୍ୱର୍ଗତ ନବ କିଶୋର ଦାସ ବିଜେଡି ଟିକେଟରେ ଛିଡ଼ା ହୋଇ ଏଠାରୁ ୯୮,୬୨୦ ଖଣ୍ଡ ଭୋଟ ପାଇଥିଲେ। କିନ୍ତୁ ଏଥର ତାଙ୍କ ଝିଅ ଦୀପାଳି ୧ ଲକ୍ଷ ୭ ହଜାର ୧୯୮ ଖଣ୍ଡ ଭୋଟ ପାଇଛନ୍ତି। ନବ ଦାସ ମୋଟ ଭୋଟରୁ ୫୫.୯୭% ପାଇଥିଲେ। କିନ୍ତୁ ଦୀପାଳି ମୋଟ ଭୋଟରୁ ୬୦.୯୩% ହାତେଇଛନ୍ତି।

Advertisment

ସେହିପରି ବିଜେପି ହାରିଥିଲେ ହେଁ ଏହାର ଭୋଟ ହାର ବଢ଼ିଛି। ୨୦୧୯ ନିର୍ବାଚନରେ ଦଳ ଏହି ଆସନରୁ ଦୀନେଶ କୁମାର ଜୈନଙ୍କୁ ପ୍ରାର୍ଥୀ କରିଥିଲା। ସେ ୫୨ ହଜାର ୯୨୧ ଖଣ୍ଡ ଭୋଟ ପାଇଥିଲେ, ଯାହା ମୋଟ ଭୋଟର ୩୦.୦୪% ଥିଲା। ଅନ୍ୟପକ୍ଷରେ ଏଥର ଦଳର ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୫୮,୪୭୭ ଖଣ୍ଡ ଭୋଟ ମିଳିଛି, ଯାହା ମୋଟ ଭୋଟର ୩୩.୨୪%। ଗତ ଥର ଅପେକ୍ଷା ଦଳ ଏଥର ୫୫୫୬ ଖଣ୍ଡ ଅଧିକ ଭୋଟ ପାଇଛି।

କଂଗ୍ରେସର ଏଭଳି ଅବସ୍ଥା ନେଇ ବିଧାୟକ ତାରା ବାହିନୀପତି କହିଛନ୍ତି, ଏକତା ଓ ଅର୍ଥର ଅଭାବ ଯୋଗୁଁ ଆମେ ହାରିଲୁ। ଝାରସୁଗୁଡ଼ାରେ ଯେପରି ଟଙ୍କା ଖର୍ଚ୍ଚ ହେଉଥିଲା ଜିତିବା ସମ୍ଭବ ନ ଥିଲା। ନବ ବାବୁ ବିଜେଡିକୁ ଗଲା ପରେ କଂଗ୍ରେସ କର୍ମୀ ବିଜେଡି ପଳାଇଲେ। ଏହି ଉପନିର୍ବାଚନରେ ଆମ ଭୋଟ୍ ବିଜେଡିକୁ ପଳେଇଛି। ୪୦ ହଜାର ଭୋଟ ପାଇବୁ ବୋଲି ଆଶା ଥିଲା, ହେଲେ ୪ ହଜାରରେ ଅଟକିଗଲା। 

Jharsuguda Bypoll Jharsuguda Results
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe