Advertisment

ସିଦ୍ଧାର୍ଥ, ସିପ୍ରା ଓ ସୋନାଲିଙ୍କୁ ଟିକେଟ ଦେଲା କଂଗ୍ରେସ, କେନ୍ଦୁଝରରେ ବଦଳାଇଲା ପ୍ରାର୍ଥୀ

ଟିକେଟ ବଣ୍ଟନ ନେଇ କଂଗ୍ରେସ ଭବନରେ ଆଜି ହାଇଡ୍ରାମା ଦେଖିବାକୁ ମିଳିଛି।  ଭଙ୍ଗାରୁଜା ସହ ଗେଟ୍‌ରେ ତାଲା ପକାଇଛନ୍ତି ଯୁବ କଂଗ୍ରେସ କର୍ମୀ।

author-image
Jitendra Garnayak
ଅଦ୍ୟତନ ହୋଇଛି
Siddhartha and Sipra

Siddhartha and Sipra

କଂଗ୍ରେସ ଆଜି ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୩ଟି ଲୋକସଭା ଓ ୧୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।

Advertisment

ସମ୍ବଲପୁର, ଆସିକା ଓ କେନ୍ଦୁଝର ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି। କେନ୍ଦୁଝର ପାଇଁ ଦଳ ପୂର୍ବରୁ ମୋହନ ହେମ୍ବ୍ରମଙ୍କ ନାଁ ଘୋଷଣା କରିଥିଲା। ତେବେ ଏହି ଆସନ ପାଇଁ ପ୍ରାର୍ଥୀ ବଦଳାଇଛି ଦଳ। ମୋହନ ହେମ୍ବ୍ରମଙ୍କ ବଦଳରେ ବିନୋଦ ନାଏକଙ୍କୁ ପ୍ରାର୍ଥୀ କରିଛି। ସମ୍ବଲପୁର ଲୋକସଭା ଆସନ ପାଇଁ ଦଳ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା ବେଳେ ଆସିକାରେ ଦେବକାନ୍ତ ଶର୍ମାଙ୍କୁ ଛିଡ଼ା କରିଛି। 

ନିକଟରେ ବିଜେଡି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିବା କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଟିକେଟ ପାଇଛନ୍ତି। ଦଳ ତାଙ୍କୁ ସେହି କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଗଣେଶ୍ୱର ବେହେରା ମଧ୍ୟ କେନ୍ଦ୍ରାପଡ଼ା ଆସନରୁ ଟିକେଟ ପାଇଛନ୍ତି।

Advertisment

ବିଜେପି ଛାଡ଼ି କଂଗ୍ରେସରେ ମିଶି ଥିବା ସୋନାଲି ସାହୁଙ୍କୁ ମଧ୍ୟ ଟିକେଟ ମିଳିଛି। ତାଙ୍କୁ ଦଳ ଖୋର୍ଦ୍ଧାରୁ ଟିକେଟ ଦେଇଛି। ସେହିପରି କଂଗ୍ରେସରୁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଥିବା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ଦଳ ପ୍ରାର୍ଥୀ କରିଛି। ତାଙ୍କୁ ନିମାପଡ଼ା ଟିକେଟ ଦିଆଯାଇଛି।  

ଝାରସୁଗୁଡ଼ା ବିଧାନସଭା ଆସନରୁ କଂଗ୍ରେସ ଅମିତା ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଥିବା ବେଳେ ବଡ଼ସାହିରୁ କ୍ଷୀରୋଦ ପାତ୍ର, ସୁକିନ୍ଦାରୁ ବିଭୁ ଭୂଷଣ ରାଉତ, କଣ୍ଟାମାଳରୁ ଶରତ ପ୍ରଧାନ, ରାଜନଗରରୁ ଅଶୋକ ପ୍ରତିହାରୀ, ମହାକାଳପଡ଼ାରୁ ଲୋକନାଥ ମହାରଥୀ, ପିପିଲିରୁ ଜ୍ଞାନରଂଜନ ପଟ୍ଟନାୟକ, ଜୟଦେବରୁ କୃଷ୍ଣ ସଗରିଆ, ଚିଲିକାରୁ ପ୍ରଦୀପ ସ୍ୱାଇଁ, କବିସୂର୍ଯ୍ୟନଗରରୁ ସଂଜୟ ମଣ୍ଡଳ ଓ ଗୋପାଳପୁରରୁ ଶ୍ୟାମସୁନ୍ଦର ସାହୁଙ୍କୁ ପ୍ରାର୍ଥୀ କରିଛି।

କଣ୍ଟାମାଳରେ ଦଳ ପୂର୍ବରୁ ମନୋଜ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏବେ ସେଥିରେ ପରିବର୍ତ୍ତନ କରି ଶରତ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ସେହିପରି  ଜୟଦେବରେ ଜୟନ୍ତ ଭୋଇ ସ୍ଥାନରେ କୃଷ୍ଣ ସଗରିଆ ଓ କବିସୂର୍ଯ୍ୟନଗର ବିପିନ ସ୍ୱାଇଁଙ୍କ ବଦଳରେ ସଞ୍ଜୟ ମଣ୍ଡଳଙ୍କୁ ପ୍ରାର୍ଥୀ କରିଛି।

ଟିକେଟ ବଣ୍ଟନ ନେଇ କଂଗ୍ରେସ ଭବନରେ ଆଜି ହାଇଡ୍ରାମା ଦେଖିବାକୁ ମିଳିଛି।  ଭଙ୍ଗାରୁଜା ସହ ଗେଟ୍‌ରେ ତାଲା ପକାଇଛନ୍ତି ଯୁବ କଂଗ୍ରେସ କର୍ମୀ।ଯୁବ କଂଗ୍ରେସ ନେତାଙ୍କୁ ସୁଯୋଗ ଦିଆଯାଇ ନଥିବା ଅଭିଯୋଗ ହୋଇଛି। ଦଳ ଡିଆଁ ନେତାଙ୍କୁ ଟିକେଟ ମିଳିଥିବାରୁ ପ୍ରତିବାଦ କରିଛନ୍ତି ସେମାନେ। 

Congress 2024 General Election Odisha Assembly Election 2024