Advertisment

BRS weds BJP: ବାହାଘର କାର୍ଡ ପୋଷ୍ଟ କଲା କଂଗ୍ରେସ

ଦଳ ପକ୍ଷରୁ କ୍ଷମତାସୀନ ବିଆରଏସ୍‌ ଓ ବିରୋଧୀ ବିଜେପି ମଧ୍ୟରେ ଥିବା ଗୁପ୍ତ ବୁଝାମଣା ସମ୍ପର୍କରେ ସମସ୍ତଙ୍କୁ ଜଣାଇବାକୁ ଚେଷ୍ଟା କରାଯାଇଛି।

BRS

BRS

Advertisment

ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ତେଲେଙ୍ଗାନାରେ କଂଗ୍ରେସ କ୍ଷମତା ଦଖଲ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛି। ଦଳ ପକ୍ଷରୁ କ୍ଷମତାସୀନ ବିଆରଏସ୍‌ ଓ ବିରୋଧୀ ବିଜେପି ମଧ୍ୟରେ ଥିବା ଗୁପ୍ତ ବୁଝାମଣା ସମ୍ପର୍କରେ ସମସ୍ତଙ୍କୁ ଜଣାଇବାକୁ ଚେଷ୍ଟା କରାଯାଇଛି। ଏଥିପାଇଁ କଂଗ୍ରେସ ପକ୍ଷରୁ ଗୋଟିଏ ବାହାଘର କାର୍ଡ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି। ଏଥିରେ BRS weds BJP ଲେଖାଯାଇଛି। ବାହାଘରର ତାରିଖ ଓ ଭେନ୍ୟୁ ମଧ୍ୟ କାର୍ଡରେ ରହିଛି। 

Advertisment

ଏହି ବାହାଘର କାର୍ଡକୁ ଛାପି କଂଗ୍ରେସ ଲୋକଙ୍କ ମଧ୍ୟରେ ବାଣ୍ଟିବାକୁ ଯୋଜନା କରିଛି। ରାଜ୍ୟର ସମସ୍ତ ୧୧୯ ନିର୍ବାଚନ ମଣ୍ଡଳରେ ଦଳ ବାହାଘର କାର୍ଡ ବାଣ୍ଟିବ। କଂଗ୍ରେସର କହିବା କଥା ଯେ ବିଆରଏସ୍‌ ହେଉଛି ବିଜେପିର ବି’ ଟିମ। କାର୍ଡରେ ବିଆରଏସ୍‌ର ଦଳୀୟ ଚିହ୍ନ ପିଙ୍କ ଓ ବିଜେପିର ଗେରୁଆ ରଙ୍ଗର ବ୍ୟବହାର କରାଯାଇଛି। ଏଥିରେ ବାହାଘରର ଭେନ୍ୟୁ ବା ସ୍ଥାନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଫାର୍ମ ହାଉସ ଓ ବାହାଘର ତାରିଖ ନଭେମ୍ବର ୩୦ ଉଲ୍ଲେଖ କରାଯାଇଛି। କାରଣ ନଭେମ୍ବର ୩୦ରେ ରାଜ୍ୟବାସୀ ତେଲେଙ୍ଗାନାରେ ସରକାର କିଏ ଗଠନ କରିବ, ସେଥିପାଇଁ ଭୋଟ ଦେବେ।

ବାହାଘର କାର୍ଡରେ ଶୁଭେଚ୍ଛୁ ଭାବେ କେଟିଆର, ହରିଶ ରାଓ, କେ କବିତା, ଜି କ୍ରିଷ୍ଣା ରେଡ୍ଡୀ, ବାନ୍ଦି ସଞ୍ଜୟ, ଡିକେ ଅରୁଣା, ଇତାଲା ରାଜେନ୍ଦ୍ର ଓ ଡି ଅରବିନ୍ଦଙ୍କ ନାଁ ରହିଛି। ଏମାନେ ବାହାଘରରେ ଅତିଥିଙ୍କ ଅପେକ୍ଷାରେ ରହିବେ ବୋଲି କୁହାଯାଇଛି।

Advertisment

କାର୍ଡରେ କଂଗ୍ରେସ ବାହାଘରର ଯୌତୁକ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛି। ବିଜେପି ଯୌତୁକ ବାବଦରେ ବିଆରଏସ୍‌କୁ ପ୍ରତିଶ୍ରୁତି ଦେଇଛି ଯେ କେ କବିତା ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲ ଯିବେ ନାହିଁ। କବିତାଙ୍କ କୁରଣା ନକ୍ଷତ୍ରକୁ ଆଧାର କରି ବାହାଘର ମୁହୂର୍ତ୍ତ ବାହାର କରାଯିବ ବୋଲି କଂଗ୍ରେସ କହିଛି।

Bjp Congress Telengana Brs
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe