Advertisment

ଭାଙ୍ଗିଯିବ କର୍ଣ୍ଣାଟକାର କଂଗ୍ରେସ ସରକାର!

ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ଓ ଜେଡି (ଏସ୍‌) ପରସ୍ପରକୁ ତୀବ୍ର ସମାଲୋଚନା କରୁଛନ୍ତି।

author-image
Jitendra Garnayak
Siddaramaiah and Shivkumar

Siddaramaiah and Shivkumar

‘କର୍ଣ୍ଣାଟକାରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରରେ ସବୁ କିଛି ଠିକ୍‌ଠାକ୍ ଚାଲି ନାହିଁ। ଖୁବ୍‌ଶୀଘ୍ର ଏହା ଭାଙ୍ଗିଯାଇପାରେ।’ ଜେଡି (ଏସ୍‌) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଏହି ଦାବି କରିଛନ୍ତି।

Advertisment

ସେ କହିଛନ୍ତି, ଜଣେ ରାଷ୍ଟ୍ରମନ୍ତ୍ରୀ କଂଗ୍ରେସ ଛାଡ଼ି ବିଜେପିରେ ମିଶିପାରନ୍ତି। ତାଙ୍କ ସହିତ ୫୦-୬୦ କଂଗ୍ରେସ ବିଧାୟକ ମଧ୍ୟ ବିଜେପିରେ ମିଶିପାରନ୍ତି। କଂଗ୍ରେସ ସରକାର ଖୁବ୍‌ଶୀଘ୍ର ଭାଙ୍ଗିଯାଇପାରେ। କିଛି ବି ହୋଇପାରେ। ସେମାନଙ୍କ ମଧ୍ୟରେ ଆଉ କୌଣସି ସଚ୍ଚୋଟପଣିଆ ଓ ପ୍ରତିବଦ୍ଧତା ନାହିଁ।

କିଏ ସେହି ରାଷ୍ଟ୍ରମନ୍ତ୍ରୀ ଯିଏ କଂଗ୍ରେସ ଛାଡ଼ି ବିଜେପିରେ ମିଶିବାକୁ ଚାହୁଁଛନ୍ତି? ଏ ପ୍ରଶ୍ନର ଉତ୍ତର କୁମାରସ୍ୱାମୀ ସିଧାସିଧା ଦେଇ ନାହାନ୍ତି। ସେ କହିଛନ୍ତି, ଏଭଳି ଦୁଃସାହାସ ଛୋଟ ନେତାମାନଙ୍କଠାରୁ ଆଶା କରାଯାଇପାରିବ ନାହିଁ। କେବଳ ପ୍ରଭାବଶାଳୀ ନେତାମାନେ ଏଭଳି କାମ କରିପାରିବେ।

Advertisment

ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ଓ ଜେଡି (ଏସ୍‌) ପରସ୍ପରକୁ ତୀବ୍ର ସମାଲୋଚନା କରୁଛନ୍ତି। ଗତ ସପ୍ତାହରେ କୁମାରସ୍ୱାମୀ ଅଭିଯୋଗ କରିଥିଲେ ଯେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ସନ୍ତୁଷ୍ଟୀକରଣ ରାଜନୀତି କରୁଛନ୍ତି।

କର୍ଣ୍ଣାଟକା ସରକାର ସଂଖ୍ୟାଲଘୁ ବିଭାଗ ପାଇଁ ପାଣ୍ଠି ବୃଦ୍ଧି କରିଥିବା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିବା ପରେ କୁମାରସ୍ୱାମୀ ଏଭଳି ପ୍ରତିକ୍ରିୟା ରଖିଥିଲେ। ସେ ଆହୁରି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଯେଉଁଠ ସ୍ଥାନକୁ ଯାଉଛନ୍ତି ଏଭଳି କଥା କହୁଛନ୍ତି। ଗତ ୬ ମାସରେ ତାଙ୍କ ସରକାର କିଛି ଉନ୍ନୟନମୂଳକ କାର୍ଯ୍ୟ କରି ନାହିଁ।

Congress Karnataka Siddaramaiah HD Kumaraswamy