Advertisment

ଶେଷଦିନରେ ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଦିଗପହଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଏପ୍ରିଲ ୧୪ତାରିଖରେ କଂଗ୍ରେସ ନିଜର ପ୍ରାର୍ଥୀ ଭାବେ ଶ୍ରୀଧର ଦେବଙ୍କ ନାଁ ଘୋଷଣା କରିଥିଲା।

author-image
Biswajit Samal
undefined

Congress

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ଥିବାବେଳେ ଆଜି କଂଗ୍ରେସ ନିଜର ପ୍ରାର୍ଥୀ ପରିବର୍ତ୍ତନ କରିଛି। ଶ୍ରୀଧର ଦେବଙ୍କ ପରିବର୍ତ୍ତେ ସାକା ସୁଜିତ୍ କୁମାରଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ସୂଚନା ଅନୁସାରେ, ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଦିଗପହଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଏପ୍ରିଲ ୧୪ତାରିଖରେ କଂଗ୍ରେସ ନିଜର ପ୍ରାର୍ଥୀ ଭାବେ ଶ୍ରୀଧର ଦେବଙ୍କ ନାଁ ଘୋଷଣା କରିଥିଲା। ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ଥିବାବେଳେ ଆଜି ଶ୍ରୀଧରଙ୍କ ପରିବର୍ତ୍ତେ ସାକା ସୁଜିତ୍ କୁମାରଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୨୮ଟି ବିଧାନସଭା ଆସନ ମଧ୍ୟରୁ ଛତ୍ରପୁର ଆସନରେ ନିଜର ପ୍ରାର୍ଥୀ ଦେଇନାହିଁ ଓ ସେଠାରେ ସିପିଆଇକୁ କଂଗ୍ରେସ ସମର୍ଥନ କରିବ ବୋଲି ଜଣାପଡ଼ିଛି। ରାଜ୍ୟରେ ଏପ୍ରିଲ ୧୮ତାରିଖରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ୨୫ତାରିଖ ଶେଷଦିନ ରହିଛି।

ସୂଚନାଯୋଗ୍ୟ, କଂଗ୍ରେସ ପ୍ରବୋଧ ତିର୍କୀଙ୍କୁ ତଳସରା ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା। ମାତ୍ର ପରେ ତାଙ୍କୁ ହଟାଇ ଦେବେନ୍ଦ୍ର ଭିତରିଆଙ୍କୁ ଟିକେଟ୍ ଦେଇଥିଲା। 

Advertisment
Congress