Advertisment

ଜମ୍ମୁରେ ମାଟି କାମୁଡ଼ିଲା କଂଗ୍ରେସ, ଜିତିଲା ମାତ୍ର ଗୋଟିଏ ଆସନ

କଂଗ୍ରେସ ସହଯୋଗୀ ଏନସି ସହ ମିଶି ସରକାର ଗଠନ କରିବାକୁ ଯାଉଥିଲେ ହେଁ ଦଳ କେବଳ ୬ଟି ଆସନ ଜିତି ପାରିଛି। ସ୍ଥିତି ଏପରି ହୋଇଛି ଯେ ଦଳ ଜମ୍ମୁ ରିଜନରେ ମାଟି କାମୁଡ଼ିଛି।

author-image
Hemant Lenka
Congress

Congress

କେନ୍ଦ୍ର ଶାସିତ ଅଞ୍ଚଳର ଜମ୍ମୁ-କଶ୍ମୀରରେ ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଛନ୍ତି ଏନସି ଓ କଂଗ୍ରେସ। ଉଭୟ ନିର୍ବାଚନ ପୂର୍ବରୁ ମେଣ୍ଟ କରି ଏକାଠି ଲଢ଼େଇ କରୁଥିଲେ। ମେଣ୍ଟ ୯୦ଟି ବିଧାନସଭା ଆସନରୁ ୪୯ଟିରେ ବାଜିମାତ କରିଛି।

Advertisment

କଂଗ୍ରେସ ସହଯୋଗୀ ଏନସି ସହ ମିଶି ସରକାର ଗଠନ କରିବାକୁ ଯାଉଥିଲେ ହେଁ ଦଳ କେବଳ ୬ଟି ଆସନ ଜିତି ପାରିଛି। ସ୍ଥିତି ଏପରି ହୋଇଛି ଯେ ଦଳ ଜମ୍ମୁ ରିଜନରେ ମାଟି କାମୁଡ଼ିଛି। ୨୯ଟି ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଦେଇଥିଲେ ହେଁ କେବଳ ଗୋଟିଏ ଆସନ ଜିତିବାକୁ ସକ୍ଷମ ହୋଇଛି।

ରଜୌରୀ ଆସନରେ କଂଗ୍ରେସ ପ୍ରାର୍ଥୀ ଇଫତକାର ଅହମଦ ବିଜେପିର ବିବୋଧ ଗୁପ୍ତାଙ୍କୁ ୧୪୦୪ ଖଣ୍ଡ ଭୋଟରେ ହରାଇ ଦେଇଛନ୍ତି। କଂଗ୍ରେସ ମେଣ୍ଟର ସିଟ ଶେୟାରିଂ ଫର୍ମୁଲା ଅନୁସାରେ ଜମ୍ମୁ-କଶ୍ମୀରରେ ମୋଟ ୩୨ ଜଣଙ୍କୁ ପ୍ରାର୍ଥୀ କରିଥିଲା। ଏମାନଙ୍କ ମଧ୍ୟରୁ ୨୯ ଜଣ ଜମ୍ମୁ ଓ ୩ ଜଣ କଶ୍ମୀରରେ ପ୍ରାର୍ଥୀ ହୋଇଥିଲେ।

Advertisment

ସେହିପରି କଶ୍ମୀରର ଆଉ ୫ଟି ଆସନରେ କଂଗ୍ରେସ ଓ ସହଯୋଗୀ ଏନସି ମଧ୍ୟରେ ବନ୍ଧୁତାପୂର୍ଣ୍ଣ ଲଢ଼େଇ ହୋଇଥିଲା। ଏନସି ୫୧ଟି ଆସନରେ ପ୍ରାର୍ଥୀ ଦେଇଥିଲା ଓ ଏହା ମଧ୍ୟରୁ ଦଳ ୫୧ଟି ଜିତିଛି। ସେହିପରି ବନ୍ଧୁତାପୂର୍ଣ୍ଣା ଲଢ଼େଇ ହୋଇଥିବା ୫ ଆସନରୁ ଆଉ ଗୋଟିଏ ଜିତିଛି।

ତେବେ ଜମ୍ମୁରେ କଂଗ୍ରେସ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳର ଦୁଇ କାର୍ଯ୍ୟକାରୀ ସଭାପତିଙ୍କ ସମେତ ଅନେକ ପ୍ରମୁଖ ନେତା ପରାସ୍ତ ହୋଇଛନ୍ତି। ଅଧିକାଂଶ କଂଗ୍ରେସ ନେତା ବିଜେପି ପ୍ରାର୍ଥୀଙ୍କ ଠାରୁ ହାରିଛନ୍ତି।

କଂଗ୍ରେସ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତାରେ ଚାନ୍ଦ ଛାମ୍ବରୁ ହାରିଥିବା ବେଳେ ପୂର୍ବତନ ମନ୍ତ୍ରୀ ରମଣ ଭାଲ୍ଲା (ଆରଏସ୍‌ ପୁରା), ପୂର୍ବତନ ମନ୍ତ୍ରୀ ବିକାର ରସୁଲ ୱାନି (ବାନିହାଲ), ୨ ଥରର ପୂର୍ବତନ ସାଂସଦ ଚୌଧୁରୀ ଲାଲ ସିଂହ (ବାସୋହଲି), ପୂର୍ବତନ ମନ୍ତ୍ରୀ ମନୋହର ଲାଲ ଶର୍ମା (ବିଲ୍ଲାୱର), ଯୋଗେଶ(ଜମ୍ମୁ ଇଷ୍ଟ), ମୁଲା ରାମ(ମାର୍ହ) ଓ ମହମ୍ମଦ ଶବିର ଖାନ ଥାନାମଣ୍ଡି ଆସନରେ ପରାସ୍ତ ହୋଇଛନ୍ତି।

ତେବେ କଂଗ୍ରେସ କଶ୍ମୀରରେ ୫ଟି ଆସନ ଜିତି ପାରିଛି। ପୂର୍ବତନ ମନ୍ତ୍ରୀ ପୀରଜାଦା ମହମ୍ମଦ ସୟିଦ ପିପିଡିର ମେହବୁବ ବେଗଙ୍କୁ ହରାଇଥିବା ବେଳେ ପୂର୍ବତନ ବିଧାୟକ ନିଜାମୁଦ୍ଦିନ ଭଟ ବାନ୍ଦିପୋରାରେ ବିଜୟୀ ହୋଇଛନ୍ତି।

ଅତିରିକ୍ତ ଭାବେ ତାରିକ ହମିଦ କାର, ଏଆଇସିସି ସାଧାରଣ ସମ୍ପାଦକ ଜିଏ ମିର ଓ ଇରଫାନ ହାଫିଜ ଲୋନ ଯଥାକ୍ରମେ କେନ୍ଦ୍ରୀୟ ଶାଲଟେଙ୍ଗ, ଡୋରୁ ଏବଂ ୱାଗୋରା-କ୍ରୀରି ଆସନରୁ ଜିତିଛନ୍ତି।

Jammu Kashmir Assembly Election Jammu Kashmir Election Result