Advertisment

ଆର୍ଥିକ ସଙ୍କଟରେ କଂଗ୍ରେସ: ଲୋକଙ୍କଠୁ ଦାନ ସଂଗ୍ରହ ପାଇଁ ଆରମ୍ଭ କଲା ଅଭିଯାନ

କଂଗ୍ରେସ କର୍ମୀମାନେ ପ୍ରତ୍ୟେକ ବୁଥରୁ ଅତିକମରେ ୧୦ଟି ଘର ଚିହ୍ନଟ କରି ପ୍ରତ୍ୟେକଙ୍କଠୁ ସର୍ବନିମ୍ନ ୧୩୮ଟଙ୍କା ଦାନ ସଂଗ୍ରହ କରିବାକୁ ଅନୁରୋଧ କରାଯାଇଛି।

author-image
Ordigital Desk
undefined

Congress

ଦେଶର ସର୍ବପୁରାତନ ଦଳ କଂଗ୍ରେସ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଦଳ ଆଜିଠୁ ଦାନ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିଛି । ଏଥିପାଇଁ ଦୁଇଟି ଅନଲାଇନ୍ ପୋର୍ଟାଲ ଦଳ ପକ୍ଷରୁ ଜାରି କରାଯାଇଛି । କଂଗ୍ରେସ କର୍ମୀମାନେ ପ୍ରତ୍ୟେକ ବୁଥରୁ ଅତିକମରେ ୧୦ଟି ଘର ଚିହ୍ନଟ କରି ପ୍ରତ୍ୟେକଙ୍କଠୁ ସର୍ବନିମ୍ନ ୧୩୮ଟଙ୍କା ଦାନ ସଂଗ୍ରହ କରିବାକୁ ଅନୁରୋଧ କରାଯାଇଛି।

Advertisment

ଏନେଇ ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ଭାରତୀୟ ଜାତୀୟ କଂଗ୍ରେସ ୧୮ ଡିସେମ୍ବର ଠାରୁ ୨୮ ଡିସେମ୍ବର ପର୍ଯ୍ୟନ୍ତ ଭାରତ ବର୍ଷର ଜନସାଧାରଣଙ୍କ ପାଖରୁ ‘ଦେଶ ପାଇଁ ଦାନ’କାର୍ଯ୍ୟକ୍ରମ ଆରମ୍ଭ କରିଛି । ରହିବ । ଏହି କାର୍ଯ୍ୟକ୍ରମ ଅନୁସାରେ କଂଗ୍ରେସ କର୍ମୀମାନେ ପ୍ରତ୍ୟେକ ବୁଥର ଅନ୍ୟୁନ ୧୦ ଟି ଘରକୁ ଚିହ୍ନଟ କରି ସର୍ବନିମ୍ନ ୧୩୮ ଟଙ୍କା ଦାନ କରବା ପାଇଁ ଅନୁରୋଧ କରିବେ ।

ଏହି ଦାନ ରାଶି ଅନଲାଇନ ମାଧ୍ୟମରେ ଗ୍ରହଣ କରାଯିବ । ଜଣେ ଦାତା ୧୩୮ଟଙ୍କା ବା ୧୩୮ ଟଙ୍କାର ଗୁଣିତକ ରାଶି ଯଥା ୧୩୮୦ ଟଙ୍କା ଓ ୧୩୮୦୦ ଟଙ୍କା ପ୍ରଦାନ କରିପାରିବେ। କେବଳ କଂଗ୍ରେସ କର୍ମୀ ନୁହଁନ୍ତି ସାଧାରଣ ଲୋକ ଓ ଶୁଭେଚ୍ଛୁମାନେ ମଧ୍ୟ ଏହି ଦାନ ଦେଇପାରିବେ । ଏଥିପାଇଁ ଯେଉଁ ଦୁଇଟି ଅନଲାଇନ୍ ପୋର୍ଟାଲ ଉନ୍ମୋଚନ ହୋଇଛି ତାହା ହେଲା - donateinc.in ଓ www.inc.in ।

Advertisment

ଶ୍ରୀ ପଟ୍ଟନାୟକ ଆହୁରି ସୂଚନା ଦେଇ କହିଛନ୍ତି ଯେ, ଡିସେମ୍ବର ୨୯ତାରିଖରୁ କଂଗ୍ରେସ କର୍ମୀମାନେ ରାଜ୍ୟରେ ଘରକୁ ଘର ବୁଲି ‘ଦେଶ ପାଇଁ ଦାନ’ ଚାଲୁ ରଖିବେ । ସେ ଭାରତୀୟ ଜାତୀୟ କଂଗ୍ରେସର ଗୌରବମୟ ଅତୀତକୁ ମନେ ପକାଇ କହିଥିଲେ ଯେ, ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ୧୯୨୦-୨୧ ମସିହାରେ ତିଳକ ସ୍ୱରାଜ ଫଣ୍ଡ ଗଠନ କରିଥିଲେ । ଭାରତ ବର୍ଷର ଜନସାଧାରଣଙ୍କ ପାଖରୁ ଏହି ଫଣ୍ଡ ପାଇଁ ଦାନ ରାଶି ଗ୍ରହଣ କରିଥିଲେ।

ଏବେ ୧୩୮ ବର୍ଷର ଦଳ ଜାତୀୟ କଂଗ୍ରେସର ଏହି ସ୍ୱର୍ଣ୍ଣିମ ଯାତ୍ରାକାଳର ଜନସାଧାରଣଙ୍କ ଦାନ ଓ ଅକୁଣ୍ଠ ସମର୍ଥନ ଆଶା କରନ୍ତି ।
ସେହିପରି ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା କହିଛନ୍ତି ଯେ, ସଙ୍କଟରେ ପଡ଼ିଲେ ଲୋକଙ୍କ ପାଖକୁ ଯିବାକୁ ମହାତ୍ମା ଗାନ୍ଧି ପରାମର୍ଶ ଦେଇଥିଲେ । ଏବେ କଂଗ୍ରେସ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବାରୁ ଦେଶବାସୀଙ୍କଠୁ ଆର୍ଥିକ ସହଯୋଗ ଲୋଡ଼ିବାର ନିଷ୍ପତ୍ତି ନେଇଛି । ଲୋକମାନଙ୍କ ଠାରୁ ସଂଗୃହୀତ ଅର୍ଥରାଶି ମାଧ୍ୟମରେ କେବଳ ନିର୍ବାଚନୀ ପାଣ୍ଠି ସୃଷ୍ଟି ନୁହେଁ, ଗଣତନ୍ତ୍ର ଓ ସମ୍ବିଧାନ ବିରୋଧି କେନ୍ଦ୍ର ସରକାର ବିରୁଦ୍ଧରେ ଶକ୍ତିଶାଳୀ ସଂଗ୍ରାମ କରିବାକୁ ଏହା କଂଗ୍ରେସକୁ ଆତ୍ମବିଶ୍ୱାସ ଯୋଗାଇବ ।

ସାମ୍ବାଦିକ ସମ୍ମିଳନୀରେ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଓ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ପଂଚାନନ କାନୁନଗୋ ଉପସ୍ଥିତ ଥିଲେ ।
ଅନ୍ୟପକ୍ଷରେ କଂଗ୍ରେସର ଏଭଳି ଅଭିଯାନକୁ ବିଜେପି କଡ଼ା ଭାଷାରେ କଟାକ୍ଷ କରିଛି ।

Congress Pradesh Congress Committee PCC President