Advertisment

ବେଙ୍ଗାଲୁରୁ ବୈଠକକୁ ନିମନ୍ତ୍ରଣ କଲା କଂଗ୍ରେସ, ଆପ୍‌ ରଖିଲା ସର୍ତ୍ତ

ବିରୋଧୀ ଗୋଷ୍ଠୀଙ୍କ ମହାମେଳି ବିହାରର ପାଟନାଠାରେ ପ୍ରଥମ ଥର ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ବୈଠକ ବେଙ୍ଗାଲୁରୁରେ ହେବ । ଆସନ୍ତା ୧୭ ଓ ୧୮ ତାରିଖରେ ଏହି ବୈଠକ ଅନୁଷ୍ଠିତ ହେବ।

author-image
Niharika Rout
Arvind Kejriwal

Arvind Kejriwal

ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚେକ୍‌ ଦେବାକୁ ଅଣ୍ଟା ଭିଡିଲେଣି ବିରୋଧୀ ଗୋଷ୍ଠୀ। ବିରୋଧୀ ଗୋଷ୍ଠୀଙ୍କ ମହାମେଳି ବିହାରର ପାଟନାଠାରେ ପ୍ରଥମ ଥର ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ବୈଠକ ବେଙ୍ଗାଲୁରୁରେ ହେବ । ଆସନ୍ତା ୧୭ ଓ ୧୮ ତାରିଖରେ ଏହି ବୈଠକ ଅନୁଷ୍ଠିତ ହେବ। ତେବେ ଏହି ଗୋଷ୍ଠୀରେ ଥିବା କଂଗ୍ରେସ ଓ ଆପ୍‌ ମଧ୍ୟରେ ତାଳମେଳ ନ ଥିବା ସ୍ପଷ୍ଟ ଜଣାପଡ଼ୁଥିବା ବେଳ ଏବେ ଏଥିରେ ଦେଖିବାକୁ ମିଳିଛି ବ୍ୟତିକ୍ରମ।

Advertisment

କେନ୍ଦ୍ରର ଅଧ୍ୟାଦେଶକୁ ବିରୋଧ କରି ଦିଲ୍ଲୀର ଆପ୍‌ ସରକାର କଂଗ୍ରେସର ସମର୍ଥନ ଲୋଡ଼ିଥିବା ବେଳେ କଂଗ୍ରେସ କିନ୍ତୁ ଧରାଛୁଆଁ ଦେଇ ନ ଥିଲା। ଏବେ ବେଙ୍ଗାଲୁରୁରେ ହେବାକୁ ଥିବା ବୈଠକରେ ଯୋଗ ଦେବା ନିମନ୍ତେ କଂଗ୍ରେସ୍‌ ଆପ୍‌କୁ ନିମନ୍ତ୍ରଣ କରିଥିବା ବେଳେ ଆପ୍‌ ରଖିଛି ସର୍ତ୍ତ। ଏନେଇ ଆପ୍‌ ନେତା  ସନ୍ଦିପ ପାଠକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 

ବେଙ୍ଗାଲୁରୁ ବୈଠକ ନେଇ ନିଜ ଆଭିମୁଖ୍ୟ ପ୍ରକାଶ କରି ଆପ୍‌ର ସଙ୍ଗଠନ ମହାମନ୍ତ୍ରୀ ସନ୍ଦିପ ପାଠକ କହିଛନ୍ତି, ବେଙ୍ଗାଲୁରୁରେ ହେବାକୁ ଥିବା ବୈଠକ ନିମନ୍ତେ କଂଗ୍ରେସ ଆମକୁ ନିମନ୍ତ୍ରଣ କରିଛି। ପାଟଣାରେ ହୋଇଥିବା ମିଟିଂରେ କଂଗ୍ରେସ ପାର୍ଟି ସର୍ବସମ୍ମୁଖରେ କହିଥିଲା ଯେ, ସଂସଦ ଆରମ୍ଭର ୧୫ ଦିନ ପୂର୍ବରୁ ଦିଲ୍ଲୀର ଜନସାଧାରଣଙ୍କ ସମ୍ମୁଖରେ ନିଜ ପକ୍ଷ ରଖି ଏହି ଅଧ୍ୟାଦେଶକୁ ବିରୋଧ କରିବ ।

Advertisment

ସଂସଦ ଅଧିବେଶନ  ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ । ତେଣୁ ଅଧ୍ୟାଦେଶ ଉପରେ କଂଗ୍ରେସ ନିଜ ପକ୍ଷ ସ୍ପଷ୍ଟ କରିବାକୁ ଆମେ ନିବେଦନ କରୁଛୁ। କଂଗ୍ରେସ ପାର୍ଟି ସମର୍ଥନ ହାସଲ ହେବ ବୋଲି ଆମର ବିଶ୍ୱାସ ଅଛି। କଂଗ୍ରେସ ପାର୍ଟିର ସମର୍ଥନ ହାସଲ ହେବା ପରେ ଆମେ ବେଙ୍ଗାଲୁରୁ ବୈଠକରେ ଯୋଗ ଦେବା ବିଷୟରେ ଚିନ୍ତା କରିବୁ। ନଚେତ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବୁ ବୋଲି ସେ କହିଛନ୍ତି। 

ପାଟଣାରେ ଅନୁଷ୍ଠିତ ହୋଇଥିବା ମିଟିଂରେ ଉଭୟ କଂଗ୍ରେସ ଓ ଆପ୍‌ ମଧ୍ୟରେ ଏହାକୁ ନେଇ କୌଣସି ସହମତି ହୋଇ ପାରି ନ ଥିଲା। ଏହାପରେ ଆପ୍‌ ମିଳିତ ପ୍ରେସ୍‌ କନଫରେନ୍ସକୁ ବୟକଟ କରିଥିଲା। ଏହାପରେ ବୟାନ ଜାରି କରି ଆପ୍‌ର ଦାବିକୁ ସମର୍ଥନ ନ କଲେ ଏହି ଦଳ କଂଗ୍ରେସ ସାମିଲ ଥିବା କୌଣସି ଗଠବନ୍ଧନରେ ଯୋଗ ଦେବନି ବୋଲି ଧମକ ଦେଇଥିଲା।

ଗତ ୨୩ ତାରିଖରେ ବିହାରର ରାଜଧାନୀ ପାଟଣାରେ ବିରୋଧୀ ଗୋଷ୍ଠୀଙ୍କ ମହାମେଳି ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୧୫ଟି ଦଳ ସାମିଲ ହୋଇଥିଲେ। ହେଲେ ଏବେ ମହାରାଷ୍ଟ୍ର ରାଜନୀତିରେ ହାଇଡ୍ରାମା ଚାଲିଥିବା ବେଳେ ଆଗାମୀ ବେଙ୍ଗାଲୁରୁ ବୈଠକ କେତେ ଫଳପ୍ରଦ ହେବ ତାହା ଉପରେ ରାଜନୈତିକ ବିଶେଷଜ୍ଞଙ୍କ ନଜର।

Delhi Arvind Kejriwal Aam Aadmi Party