ଜାନକୀ-ଜୟନ୍ତୀଙ୍କ ପାଇଁ କଂଗ୍ରେସ ଚୁପ୍‌ , ଆଗକୁ ଆସିଲା ବିଜେପି

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦିବଂଗତ ବରିଷ୍ଠ କଂଗ୍ରେସ ନେତା ଜାନକୀ ବଲ୍ଲଭ ପଟ୍ଟନାୟକ ଓ ତାଙ୍କ ପତ୍ନୀ ତଥା ଦିବଂଗତ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପ୍ରତି ସୋସିଆଲ ମିଡିଆରେ ଅପମାନଜନକ ଟିପ୍ପଣୀକୁ ରାଜ୍ୟ ବିଜେପି କଡ଼ା ନିନ୍ଦା କରିଛି ।

BJP Leader Samir Mohanty PhotoOR

ବିଜେପି ନେତା ସମୀର ମହାନ୍ତି

Ordigital Desk
  • Published: Tuesday, 27 June 2023
  • Updated: 27 June 2023, 09:49 PM IST

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦିବଂଗତ ବରିଷ୍ଠ କଂଗ୍ରେସ ନେତା ଜାନକୀ ବଲ୍ଲଭ ପଟ୍ଟନାୟକ ଓ ତାଙ୍କ ପତ୍ନୀ ତଥା ଦିବଂଗତ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପ୍ରତି ସୋସିଆଲ ମିଡିଆରେ ଅପମାନଜନକ ଟିପ୍ପଣୀକୁ ରାଜ୍ୟ ବିଜେପି କଡ଼ା ନିନ୍ଦା କରିଛି । କିନ୍ତୁ ଜାନକୀ ଓ ଜୟନ୍ତୀଙ୍କ ନିଜ ଦଳ କଂଗ୍ରେସ ଏ ଘଟଣାରେ ନିରବ ରହିଛି । ରାଜ୍ୟରେ କଂଗ୍ରେସ ଶାସନ କାଳରେ ୩ଥର ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ରାଜ୍ୟର ରାଜ୍ୟପାଳ ଭାବେ ଓଡ଼ିଶା ରାଜନୀତିରେ ନିଜସ୍ୱ ଛାପ ରଖିଥିବା ଜାନକୀ ଓ ତାଙ୍କ ପତ୍ନୀ ଜୟନ୍ତୀ ଏବଂ ତାଙ୍କ ସମ୍ପର୍କୀୟମାନଙ୍କ ପ୍ରତି ଏବେ ସୋସିଆଲ ମିଡିଆରେ ବିଜେଡିର ସାଇବର ଆର୍ମି ପକ୍ଷରୁ ନାନାଦି ଅପମାନଜନକ ଟିପ୍ପଣୀ କରାଯାଉଛି । ଅଣଓଡ଼ିଆଙ୍କୁ ଖୁସି କରିବାକୁ ଏଭଳି ମନ୍ତବ୍ୟ ଦିଆଯିବାକୁ ବିଜେପି ନାପସନ୍ଦ କରିଛି ।

ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ଆଜି ଟ୍ୱିଟ୍ ମାଧ୍ୟମରେ ଦିବଂଗତ ଜାନକୀବଲ୍ଲଭ ଓ ତାଙ୍କ ଦିବଂଗତ ପତ୍ନୀ ଜୟନ୍ତୀଙ୍କ ଉପରେ ସୋସିଆଲ ମିଡିଆରେ ଦିଆଯାଉଥିବା ଅପମାନଜନକ ଟିପ୍ପଣୀ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ଯେଉଁମାନେ ଆଜି ଆମ ଗହଣରେ ନାହାଁନ୍ତି ସେମାନଙ୍କ ବିଷୟରେ ଏଭଳି ଖରାପ ମନ୍ତବ୍ୟ ଦେବା, ଆମ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ନୁହେଁ । ଜାନକୀ ବାବୁ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ଓ ଅନ୍ୟ ରାଜ୍ୟର ରାଜ୍ୟପାଳ ପଦବୀରେ ଅଳଙ୍କୃତ କରିଥିଲେ । ତାଙ୍କର ଲିଖିତ କାଳଜୟୀ ପୁସ୍ତକ ଆଜି ବି ଅନେକ ପାଠକପାଠିକାଙ୍କ ହୃଦୟରେ ସାଇତା ହୋଇ ରହିଛି । ତାଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକ ମଧ୍ୟ ରାଜ୍ୟର ସାଂସଦ ଥିଲେ । ଅଣଓଡ଼ିଆଙ୍କୁ ଖୁସି କରିବା ପାଇଁ ଓଡ଼ିଶାରେ ଓଡ଼ିଆ ଲୋକଙ୍କ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ନିନ୍ଦାଜନକ ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁଃଖଦାୟକ । ଏଭଳି ଘଟଣାକୁ ଓଡ଼ିଆ ଲୋକମାନେ ଗ୍ରହଣ କରିବେ ନାହିଁ । ଏହା ଗଣତନ୍ତ୍ର ପାଇଁ ସୁସ୍ଥ ପରମ୍ପରା ନୁହେଁ ବୋଲି ଶ୍ରୀ ମହାନ୍ତି ଟ୍ୱିଟ୍ କରିଛନ୍ତି । ଅବଶ୍ୟ ସୋସିଆଲ ମିଡିଆରେ କିଏ ଏଭଳି ଲେଖୁଛି ସେ ସମ୍ପର୍କରେ ଶ୍ରୀ ମହାନ୍ତି କିଛି ଉଲ୍ଲେଖ କରିନାହାନ୍ତି ।

Also Read

ଅନ୍ୟପକ୍ଷରେ କଂଗ୍ରେସକୁ ରାଜ୍ୟରେ ଉଲ୍ଲେଖନୀୟ ସଫଳତା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦିବଂଗତ ଜାନକୀବଲ୍ଲଭଙ୍କ ଅବଦାନକୁ ତାଙ୍କ ନିଜ ଦଳ କଂଗ୍ରେସ ଏବେ ଭୁଲିଯାଇଛି । ଦିବଂଗତ ଜାନକୀବଲ୍ଲଭ ଓ ତାଙ୍କ ପତ୍ନୀ ଜୟନ୍ତୀଙ୍କ ପ୍ରତି ବିଜେଡିର ସାଇବର ଆର୍ମି ଗତ ଦୁଇଦିନ ଧରି ସୋସିଆଲ ମିଡିଆରେ ଅନେକ ଅପମାନଜନକ ଟିପ୍ପଣୀ ଦେଉଥିଲେ ମଧ୍ୟ ପ୍ରଦେଶ କଂଗ୍ରେସ ଏନେଇ ମୁହଁ ଖୋଲୁନି । କଂଗ୍ରେସରେ ଥିବା ଗୋଷ୍ଠୀକନ୍ଦଳ ଯୋଗୁ କଂଗ୍ରେସ ନିରବ ରହୁଥିବା ଚର୍ଚ୍ଚା ହେଉଛି । ଏପଟେ ରାଜ୍ୟ ବିଜେପି ଏଭଳି ପ୍ରସଙ୍ଗରେ ଆଗକୁ ଆସି ନିନ୍ଦା କରିବା ଓ ଏହାପଛରେ ବାସ୍ତବରେ କ’ଣ କାରଣ ରହିଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story