Advertisment

ଇନ୍ଦିରା ଗାନ୍ଧି ଶ୍ରୀହରିକୋଟାକୁ ଏନଟିଆରଙ୍କୁ ଡାକିଥିବା କଥା କହି ମୋଦିଙ୍କୁ କଟାକ୍ଷ କଲା କଂଗ୍ରେସ

ମୋଦି ସଫଳତାର ସବୁ ଶ୍ରେୟ ନେବା ପାଇଁ ଏକାକୀ ଇସ୍ରୋର ବୈଜ୍ଞାନିକଙ୍କୁ ଭେଟିଥିଲେ ଓ ଜାଣିଶୁଣି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଡେପୁଟିଙ୍କୁ ନିଜ କାର୍ଯ୍ୟକ୍ରମରୁ ଦୂରେଇ ରଖିଥିଲେ ବୋଲି କଂଗ୍ରେସ ଅଭିଯୋଗ କରି ଚାଲିଛି।

author-image
Hemant Lenka
Indira Gandhi

Indira Gandhi

୧୯୮୩ରେ ଏସଏଲଭି-୩-ଡି୨ର ସଫଳତା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏନଟି ରାମା ରାଓଙ୍କୁ ଶ୍ରୀହରିକୋଟାକୁ ନିମନ୍ତ୍ରଣ କରିଥିଲେ। ଉଭୟଙ୍କ ମଧ୍ୟରେ ରାଜନୀତିକ ତିକ୍ତତା ଥିଲେ ମଧ୍ୟ ଇନ୍ଦିରା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବାକୁ ଭୁଲି ନଥିଲେ। ଆଜି କଂଗ୍ରେସ ଏକଥା କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛି।

Advertisment

ପ୍ରୋଟକଲକୁ ନେଇ ବିବାଦ ଚାଲିଥିବା ବେଳେ କଂଗ୍ରେସ ସାଂସଦ ଜୟରାମ ରମେଶ ସୋଶାଲ ମିଡିଆରେ ପୁରୁଣା କଥା ସମସ୍ତଙ୍କୁ ମନେ ପକାଇ ଦେଇଛନ୍ତି। ଇସ୍ରୋର ଚନ୍ଦ୍ରଯାନ-୩ ସଫଳତା ପରେ ପ୍ରଧାନମନ୍ତ୍ରୀ ମୋଦି ବେଙ୍ଗାଲୁରୁରେ ଇସ୍ରୋ ବୈଜ୍ଞାନିକମାନଙ୍କୁ ସିଧା ଗ୍ରୀସରୁ ଆସି ଭେଟିଥିଲେ।

ସେ ସଫଳତାର ସବୁ ଶ୍ରେୟ ନେବା ପାଇଁ ଏକାକୀ ଇସ୍ରୋର ବୈଜ୍ଞାନିକଙ୍କୁ ଭେଟିଥିଲେ ଓ ଜାଣିଶୁଣି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଡେପୁଟିଙ୍କୁ ନିଜ କାର୍ଯ୍ୟକ୍ରମରୁ ଦୂରେଇ ରଖିଥିଲେ ବୋଲି କଂଗ୍ରେସ ଅଭିଯୋଗ କରି ଚାଲିଛି।

Advertisment

ତେବେ ଶନିବାର ପ୍ରଧାନମନ୍ତ୍ରୀ ନିଜେ କହିଥିଲେ ଯେ ସକାଳୁ ସକାଳୁ ସେ କର୍ଣ୍ଣାଟକା ରାଜ୍ୟପାଳ, କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଓ କର୍ଣ୍ଣାଟକା ଉପ ମୁଖ୍ୟମନ୍ତ୍ରୀଙ୍କୁ ପ୍ରୋଟକଲ ଅନୁସାରେ ସ୍ୱାଗତ କରିବାକୁ ଆସି ହଇରାଣ ନ ହେବା ପାଇଁ ଚାହୁଁଥିଲେ। କାରଣ ବିମାନ କେତେବେଳେ ପହଞ୍ଚିବ, ତା’ର ଠିକଣା ନଥିଲା। ତେଣୁ ସେ ସମସ୍ତଙ୍କୁ ଏୟାରପୋର୍ଟକୁ ଆସି ସ୍ୱାଗତ କରିବାକୁ ବାରଣ କରିଥିଲେ। ହେଲେ କଂଗ୍ରେସ ଓଲଟା କଥା କହିଛି।

ଜୟରାମ ରମେଶ ୧୯୮୩ ବେଳର କିଛି ଫଟୋକୁ ଶେୟାର କରି କହିଛନ୍ତି, “ସେମାନଙ୍କ ମଧ୍ୟରେ ରାଜନୀତିକ ତିକ୍ତତା ରହିଥିଲା। କିନ୍ତୁ ଇନ୍ଦିରା ଗାନ୍ଧି ଆନ୍ଧ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନଟି ରାମା ରାଓଙ୍କୁ ଶ୍ରୀହରିକୋଟାକୁ ନିମନ୍ତ୍ରଣ କରିଥିଲେ। ୧୯୮୩ ମସିହା ଏପ୍ରିଲ ୧୭ରେ ଏସଏଲଭି-୩-ଡି୨ର ସଫଳ ଲଞ୍ଚ ପରେ ଏପରି ଘଟିଥିଲା। ଏହା ବେଦ ପ୍ରକାଶ ସାଣ୍ଡଲାଙ୍କ ୨୦୧୮ କ୍ଲାସିକ, 'The Leapfroggersରେ ଉଲ୍ଲେଖ କରାଯାଇଛି।”

Congress PM Modi