Advertisment

ବି’ର ଅର୍ଥ ବିଡି ଓ ବିହାର: କଟାକ୍ଷ କରି କ୍ଷମା ମାଗିଲା କଂଗ୍ରେସ

ବିବାଦ ଦେଖାଯିବାରୁ କେରଳ କଂଗ୍ରେସ ପୋଷ୍ଟକୁ ଡିଲିଟି କରି ନିଜର ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଛି।

author-image
Hemant Lenka
Congress

Congress

ନିକଟରେ ହୋଇଥିବା ଜିଏସ୍‌ଟି ସଂସ୍କାରକୁ କଟାକ୍ଷ କରିବାକୁ ଯାଇ କ୍ଷମା ମାଗିଛି କଂଗ୍ରେସ। ଦଳର କେରଳ ୟୁନିଟ ବି ଫର ବିଡି ଓ ବିହାରକୁ ତୁଳନା କରି ଗୋଟିଏ ପୋଷ୍ଟ କରିଥିଲା। ଏହାକୁ ନେଇ ବିବାଦ ଦେଖାଯିବାରୁ କେରଳ କଂଗ୍ରେସ ପୋଷ୍ଟକୁ ଡିଲିଟି କରି ନିଜର ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଛି।

Advertisment

କେରଳ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ “ଆମେ ଦେଖିବାକୁ ପାଇଛୁ ଯେ ଜିଏସଟି ଦରକୁ ନେଇ ମୋଦିଙ୍କ ନିର୍ବାଚନ ଭେଳିକି ଉପରେ ଆମର କଟାକ୍ଷକୁ ଭୁଲ ଭାବେ ଉପସ୍ଥାପନ କରାଯାଉଛି। ତଥାପି ଯଦି ଆପଣମାନେ ଆଘାତ ପାଇଛନ୍ତି, ତା’ହେଲେ ଆମେ କ୍ଷମା ମାଗୁଛୁ।”

କଂଗ୍ରେସର କେରଳ ୟୁନିଟ ଏକ୍ସରେ ପୋଷ୍ଟ କରିଥିଲା ଯେ “ବିଡି ଓ ବିହାର ବିରୁ ଆରମ୍ଭ। ଏହାକୁ ସିନ ବା ପାପ ବା ହାନୀକାରକ ଭାବେ ଆଉ ବିଚାର କରାଯାଇ ପାରିବ ନାହିଁ।” ଏହି ପୋଷ୍ଟରେ ଗୋଟିଏ ଚାର୍ଟ ରହିଥିଲା। ଏଥିରେ ସିଗାର ଓ ସିଗାରେଟରେ ଲାଗୁଥିବା ଟିକସ କେମିତି ୨୮%ରୁ ୪୦%କୁ ବୃଦ୍ଧି ପାଇଛି ଓ ବିଡି ଉପରେ ଲାଗୁଥିବା ଟିକସ କେମିତି ୨୮%ରୁ ୧୮%କୁ କମିଛି, ତା’କୁ ଦର୍ଶା ଯାଇଥିଲା।

Advertisment

ବିଡ ସ୍ୱାସ୍ଥ୍ୟ ପକ୍ଷେ ହାନୀକାରକ ହୋଇଥିଲେ ହେଁ ଏହାକୁ ୧୮% ଜିଏସ୍‌ଟି ମଧ୍ୟରେ ରଖାଯାଇଛି। ହେଲେ ଅନ୍ୟ ତମ୍ବାକୁ ଗୁଡ଼ିକ ୪୦% ସ୍ଲାବ ମଧ୍ୟରେ ରହିଥିବାରୁ ଏହାକୁ କେରଳ କଂଗ୍ରେସ କଟାକ୍ଷ କରିଥିଲା।

ତେବେ ଏହା ଦଳ ପ୍ରତି ବୁମେରାଂ ହୋଇଥିଲା। ଏପରି ପୋଷ୍ଟ କରି କଂଗ୍ରେସ ବିହାରର ଲୋକଙ୍କୁ ଅପମାନିତ କରିଥିବା ଉଭୟ ବିଜେପି ଓ ସହଯୋଗୀ ଜେଡିୟୁ କହିଥିଲେ। ନଭେମ୍ବର ପୂର୍ବରୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହାକୁ ବିଜେପି ଓ ଜେଡିୟୁ ମୁଖ୍ୟ ପ୍ରସଙ୍ଗ କରି କଂଗ୍ରେସକୁ ଘେରିଥିଲେ।

ବିହାରର ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଥିଲେ ଯେ ଏହା ସମଗ୍ର ରାଜ୍ୟ ପାଇଁ ଅପମାନ। ସେ କହିଥିଲେ, “ପ୍ରଥମେ ଆମର ସମ୍ମାନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ଙ୍କୁ ଅପମାନିତ କରାଗଲା ଓ ଏବେ ପୂରା ବିହାରକୁ ଅପମାନିତ କରାଯାଇଛି। ଏହା କଂଗ୍ରେସର ଅସଲ ଚରିତ୍ର, ଯାହା ବାରମ୍ବାର ଦେଶବାସୀଙ୍କ ଆଗରେ ପର୍ଦ୍ଦାଫାସ ହେବାରେ ଲାଗିଛି।”

ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ କହିବା କଥା କଂଗ୍ରେସ ସବୁ ସୀମା ଟପି ଯାଇଛି ଓ ଏବେ କ’ଣ ସହଯୋଗୀ ଆରଜେଡିର ତେଜସ୍ୱୀ ଯାଦବ ଏଥିରେ ଏକମତ ହେବେ କି? ସେ କହିଛନ୍ତି, “କଂଗ୍ରେସ ପୁଣି ସୀମା ଟପିଛି। ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ମା’ଙ୍କୁ ଗାଳି କରିବା ପରେ ଏବେ ବିହାରକୁ ବିଡି ସହ ତୁଳନା କରାଯାଇଛି। କ’ଣ ତେଜସ୍ୱୀ ଯାଦବ ଏଥିରେ ଏକମତ? ରେଭନ୍ଥ ରେଡ୍ଡୀଙ୍କ ଠାରୁ ଆରମ୍ଭ କରି ଡିଏମକେ ଓ କଂଗ୍ରେସର ବିହାର ପ୍ରତି ଘୃଣା ଭାବ ରହିଛି।”

କେରଳ କଂଗ୍ରେସର ତୁଳନାତ୍ମକ ପୋଷ୍ଟକୁ ବିଜେପିର ସହଯୋଗୀ ଜେଡିୟୁ ମଧ୍ୟ ସମାଲୋଚନା କରିଛି। ଜେଡିୟୁ ନେତା ସଞ୍ଜୟ କୁମାର ଝା କହିଛନ୍ତି, “ ବିର ଅର୍ଥ କେବଳ ବିଡି ନୁହେଁ, ଏହାର ଅର୍ଥ ବୁଦ୍ଧି ମଧ୍ୟ। ଯାହା ଆପଣମାନଙ୍କ ପାଖରେ ଅଭାବ। ବି’ର ଅର୍ଥ ବଜେଟ, ଯେଉଁ ଥିରେ ବିହାରକୁ ସ୍ୱତନ୍ତ୍ର ସହାୟତା ମିଳିବା କ୍ଷଣି ଆପଣଙ୍କୁ ବିରକ୍ତ ଲାଗିଥାଏ।”

Bjp Congress Bihar Kerala JDU