Advertisment

କଂଗ୍ରେସକୁ ଆସାମ ଝଟକା, ଦଳ ଛାଡ଼ିଲେ କାର୍ଯ୍ୟକାରୀ ସଭାପତି

ରାଣା ଗୋସ୍ୱାମୀ ଇସ୍ତଫା ଦେବା ପରେ ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ଭେଟିବେ।

Rana Goswami

Rana Goswami

Advertisment

ମହାରାଷ୍ଟ୍ର ଓ ହିମାଚଳ ପରେ ଏବେ କଂଗ୍ରେସକୁ ଆସାମରେ ଝଟକା ଲାଗିଛି। ଆସାମର କାର୍ଯ୍ୟକାରୀ ସଭାପିତି ରାଣା ଗୋସ୍ୱାମୀ ଆଜି କଂଗ୍ରେସକୁ ବାଏବାଏ କହିଛନ୍ତି। ସେ ଅଶୋକ ଚୌହାନ ଓ ମିଲିନ୍ଦ ଦେଓରାଙ୍କ ଭଳି ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି।

Advertisment

ରାଣା ଗୋସ୍ୱାମୀ ହେଉଛନ୍ତି ଜୋରହାଟର ପୂର୍ବତନ ବିଧାୟକ। ଆଜି ସେ କଂଗ୍ରେସର ସାଧାରଣ ସମ୍ପାଦକ କେସି ଭେନୁଗୋପାଲଙ୍କୁ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ସେ ନିଜ ଇସ୍ତଫାପତ୍ରରେ ଲେଖିଛନ୍ତି, “ମୁଁ ବିନମ୍ର ସହ କହିବାକୁ ଚାହୁଁଛି ଯେ ଆସାମ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଓ ଜାତୀୟ କଂଗ୍ରେସର ସକ୍ରିୟ ସଦସ୍ୟ ପଦରୁ ଇସ୍ତଫା ଦେଉଛି।”

ସୂତ୍ର ଅନୁସାରେ ରାଣା ଗୋସ୍ୱାମୀ ଇସ୍ତଫା ଦେବା ପରେ ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ଭେଟିବେ। ଏବେ ଆସାମ ପାଇଁ ବିଜେପି ତା’ର ରଣନୀତି ପ୍ରସ୍ତୁତ କରୁଛି।

Advertisment

ଦିଲ୍ଲୀରେ କୋର କମିଟି ବୈଠକ ବସିଛି। ବିଜେପି ଏକାକୀ କେତୋଟି ଲୋକସଭା ଆସନରେ ଲଢ଼ିବ ଓ ସହଯୋଗୀଙ୍କ ପାଇଁ କେତେ ଆସନ ଛାଡ଼ିବ, ତା’ ଉପରେ ମାନସମନ୍ଥନ ଚାଲିଛି। ଏତିକି ବେଳେ ରାଣା ଗୋସ୍ୱାମୀ ବିଜେପିରେ ମିଶିବା ନେଇ ଖବର ପ୍ରକାଶ ପାଇଛି। ବିଜେପି ମଧ୍ୟ ରାଣା ଗୋସ୍ୱାମୀଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଥିବା ଜଣାପଡ଼ିଛି। 

Assam Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe