Advertisment

ସଂସଦରେ ଅନାସ୍ଥା ପ୍ରସ୍ତାବ ପାଇଁ ବିଆରଏସ୍ ଓ କଂଗ୍ରେସର ନୋଟିସ୍

ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନୋଟିସ୍ ଦାଖଲ କଲେ BRS ଏବଂ କଂଗ୍ରେସ। ଅଲଗା ଅଲଗା ଦୁଇଟି ନୋଟିସ ଦାଖଲ କରିଛନ୍ତି ଏହି ଦୁଇ ଦଳ।

ଅଦ୍ୟତନ ହୋଇଛି
Congress, KCR's party move no-confidence motion

Congress, KCR's party move no-confidence motion

Advertisment

ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନୋଟିସ୍ ଦାଖଲ କରିଛନ୍ତି BRS ଏବଂ କଂଗ୍ରେସ। ମଣିପୁର ହିଂସା ମାମଲାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଭାରତୀୟ ରାଷ୍ଟ୍ରୀୟ ସମିତି ଏବଂ କଂଗ୍ରେସ ଆଜି (ଜୁଲାଇ ୨୬) ଅଲଗା ଅଲଗା ଦୁଇଟି ନୋଟିସ ଦାଖଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ବାବଦରେ ଗୃହରେ ପକ୍ଷ ରଖନ୍ତୁ ବୋଲି ବିରୋଧୀ ଦାବି କରି ଆସୁଛନ୍ତି। 

Advertisment

ଲୋକସଭାରେ କଂଗ୍ରେସର ଉପ-ନେତା ଗୌରବ ଗୋଗୋଇ ଲୋକସଭା ସଚିବଙ୍କ କାର୍ଯ୍ୟାଳୟରେ ଅନାସ୍ଥା ପ୍ରସ୍ତାବ ନେଇ ଏକ ନୋଟିସ ଦାଖଲ କରିଥିବା ବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ବିଆରଏସର ଫ୍ଲୋର ଲିଡର୍ ନାଗେଶ୍ୱର ବାଚସ୍ପତିଙ୍କ ନିକଟରେ ଆଉ ଏକ ନୋଟିସ ଦାଖଲ କରିଛନ୍ତି। ଅନାସ୍ଥା ପ୍ରସ୍ତାବ ବିରୋଧୀଙ୍କୁ ଗୃହରେ ସରକାରଙ୍କ ସଂଖ୍ୟା ଗରିଷ୍ଠତାକୁ ଚ୍ୟାଲେଞ୍ଜ କରିଥାଏ, ଯଦି ଏହି ପ୍ରସ୍ତାବ ପାରିତ ହୁଏ, ତେବେ ସରକାରଙ୍କୁ ଇସ୍ତଫା ଦେବାକୁ ପଡ଼େ। ନିୟମ ଅନୁସାରେ, ଯଦି ଲୋକସଭା ବାଚସ୍ପତି ଅନାସ୍ଥା ପ୍ରସ୍ତାବ ପାଆନ୍ତି, ତେବେ ସେ ଏହାକୁ ଗୃହରେ ପଢ଼ନ୍ତି। ଏହା ପରେ ସେ ସଦସ୍ୟମାନଙ୍କୁ ଏ ବାବଦରେ ମତ ରଖିବାକୁ ଅନୁମତି ଦେଇଥାନ୍ତି।

ଯଦି ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଅଧିକ ସମର୍ଥନ ମିଳେ ତେବେ ସରକାରଙ୍କୁ ଇସ୍ତଫା ଦେବାକୁ ପଡ଼ିଥାଏ। ଆଜିର ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୫୦ ଜଣ ବିରୋଧୀ ସଦସ୍ୟ ସମର୍ଥନ ଦେଲେ ତାହା ଗୃହରେ ପ୍ରସ୍ତାବ ଆକାରରେ ଆଗତ ହୁଏ।ମଣିପୁର ହିଂସାକୁ ନେଇ ବିରୋଧୀ ଦଳ ଜୁଲାଇ ୨୦ରେ ମୌସୁମୀ ଅଧିବେଶନ ଆଗତ ଦିନରୁ ହୋହଲ୍ଲା କରୁଛନ୍ତି। ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୁହଁ ଖୋଲନ୍ତୁ ବୋଲି ଦାବି କରୁଛନ୍ତି ବିରୋଧୀ।

Advertisment

ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଏନେଇ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଥିଲେ। "ମଣିପୁର! ମଣିପୁର!" ହୋହଲ୍ଲା ମଧ୍ୟରେ ଅମିତ ଶାହା କହିଥିଲେ, "ଯିଏ ବର୍ତ୍ତମାନ ସ୍ଲୋଗାନ ଦେଉଛନ୍ତି, ସେମାନେ ସହଯୋଗ ପାଇଁ ଆଦୌ ଆଗ୍ରହୀ ନାହାନ୍ତି। ସେମାନେ ଦଳିତ କିମ୍ବା ମହିଳାଙ୍କ କଲ୍ୟାଣ ଚାହୁଁନାହାନ୍ତି। କେବଳ ଗୃହରେ ହୋହଲ୍ଲା କରୁଛନ୍ତି। କାରଣ ମଣିପୁର ହିଂସା ବାବଦରେ ଦୀର୍ଘ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ଗୃହରେ ମତ ରଖି ସାରିଛି। ତଥାପି ବିରୋଧୀ ସଂସଦରେ ହୋହଲ୍ଲା କରୁଛନ୍ତି।" 

No-confidence Motion Parliament Monsoon Session Manipur Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe