Advertisment

‘ଦେଶ ପାଇଁ ଦାନ’ ଅଭିଯାନ ଆରମ୍ଭ କଲା କଂଗ୍ରେସ

କଂଗ୍ରେସ କର୍ମୀମାନେ ପ୍ରତ୍ୟେକ ବୁଥରୁ ଅତିକମରେ ୧୦ଟି ଘର ଚିହ୍ନଟ କରି ପ୍ରତ୍ୟେକଙ୍କଠୁ ସର୍ବନିମ୍ନ ୧୩୮ଟଙ୍କା ଦାନ ସଂଗ୍ରହ କରିବାକୁ ଅନୁରୋଧ କରାଯାଇଛି।

Advertisment

ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସକୁ ଏବେ ପାଣ୍ଠି ଚିନ୍ତା ଘାରିଛି। ଏଥିପାଇଁ ଦଳ ପକ୍ଷରୁ ବଧିବଦ୍ଧ ଭାବେ ପାଣ୍ଠି ସଂଗ୍ରହ ଆରମ୍ଭ କରାଯାଇଛି। ଦେଶ ପାଇଁ ଦାନ ଅଭିଯାନ ନାଁରେ କଂଗ୍ରେସ ଲୋକଙ୍କ ଠାରୁ ଟଙ୍କା ସଂଗ୍ରହ କରିବ। ସୋମବାର ଦିନ ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଶୁଭ ଆରମ୍ଭ କରିଛନ୍ତି। ଏଥିପାଇଁ ଦୁଇଟି ଅନଲାଇନ୍ ପୋର୍ଟାଲ ଦଳ ପକ୍ଷରୁ ଜାରି କରାଯାଇଛି । କଂଗ୍ରେସ କର୍ମୀମାନେ ପ୍ରତ୍ୟେକ ବୁଥରୁ ଅତିକମରେ ୧୦ଟି ଘର ଚିହ୍ନଟ କରି ପ୍ରତ୍ୟେକଙ୍କଠୁ ସର୍ବନିମ୍ନ ୧୩୮ଟଙ୍କା ଦାନ ସଂଗ୍ରହ କରିବାକୁ ଅନୁରୋଧ କରାଯାଇଛି।

Advertisment
Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe