Advertisment

ନିର୍ବାଚନ ପୂର୍ବରୁ ‘ଖର୍ଚ୍ଚେ ପେ ଚର୍ଚ୍ଚା’ ଅଭିଯାନ ଆରମ୍ଭ କଲା କଂଗ୍ରେସ

ଆଜି ଠାରୁ ଦଳ ପକ୍ଷରୁ ଆରମ୍ଭ ହୋଇଛି ‘ଖର୍ଚ୍ଚେ ପେ ଚର୍ଚ୍ଚା’ ଅଭିଯାନ। ଏହି ଅଭିଯାନ ମାଧ୍ୟମରେ କଂଗ୍ରେସ ନିର୍ବାଚନ ପୂର୍ବରୁ ରାଜ୍ୟର ସବୁ ଲୋକଙ୍କ ପାଖରେ ପହଞ୍ଚିବ ଓ ବର୍ତ୍ତମାନ କ୍ଷମତାସୀନ ସରକାର ଅଧୀନରେ ଜୀବନ ଧାରଣା ପାଇଁ ବଢ଼ୁଥିବା ଖର୍ଚ୍ଚ ସମ୍ପର୍କରେ ଲୋକଙ୍କୁ ବୁଝାଇବ।

Kharche Pe Charcha

Kharche Pe Charcha

Advertisment

ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ ତଥା ସଚେତନ କରିବା ପାଇଁ କଂଗ୍ରେସ ଆରମ୍ଭ କରିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଆଜି ଠାରୁ ଦଳ ପକ୍ଷରୁ ଆରମ୍ଭ ହୋଇଛି ‘ଖର୍ଚ୍ଚେ ପେ ଚର୍ଚ୍ଚା’ ଅଭିଯାନ। ଏହି ଅଭିଯାନ ମାଧ୍ୟମରେ କଂଗ୍ରେସ ନିର୍ବାଚନ ପୂର୍ବରୁ ରାଜ୍ୟର ସବୁ ଲୋକଙ୍କ ପାଖରେ ପହଞ୍ଚିବ ଓ ବର୍ତ୍ତମାନ କ୍ଷମତାସୀନ ସରକାର ଅଧୀନରେ ଜୀବନ ଧାରଣା ପାଇଁ ବଢ଼ୁଥିବା ଖର୍ଚ୍ଚ ସମ୍ପର୍କରେ ଲୋକଙ୍କୁ ବୁଝାଇବ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଚାଏ ପେ ଚର୍ଚ୍ଚା ଓ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ କରୁଥିବାରୁ କଂଗ୍ରେସ ଏହାକୁ ଦୃଷ୍ଟିରେ ରଖି ଖର୍ଚ୍ଚେ ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଆରମ୍ଭ କରିଛି। ମହିଳା ତଥା ତୃଣମୂଳସ୍ତରରେ ଦଳ ପହଞ୍ଚିବାକୁ ଦଳ ଲକ୍ଷ୍ୟ ରଖିଛି।

ଏଥିସହ ରାଜ୍ୟରେ କଂଗ୍ରେସ ଓ ବିଜେପି ସରକାର ସମୟରେ ଜରୁରୀ ସାମଗ୍ରୀର ଦାମ କେତେ ବଢ଼ିଛି, ତା’ର ତୁଳନା କରି ଦଳ ଲୋକଙ୍କ ଆଗରେ ଉପସ୍ଥାପନ କରିବ। ଜୀବନ ଧାରଣ ପାଇଁ ବଢ଼ୁଥିବା ଦରକୁ ନେଇ କଂଗ୍ରେସ କ୍ଷମତାସୀନ ବିଜେପିକୁ ନିୟମିତ ଟାର୍ଗେଟ କରି ଆସୁଛି।

Advertisment

କଂଗ୍ରେସର ମହିଳା ମୋର୍ଚ୍ଚା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ହରିୟାଣର ବିଭିନ୍ନ ଜିଲ୍ଲାରେ ଏହାର ପୋଷ୍ଟର ଲଗା ଯାଇଛି। ଏଥିରେ କଂଗ୍ରେସ ସରକାର ସରକାର ସମୟରେ ଜିନିଷର ଦାମ କେତେ ଥିଲା ଓ ବିଜେପି ସରକାର ସମୟରେ ଦାମ କେତେ ହୋଇଛି, ତା’ର ତୁଳନା କରି ତଥ୍ୟ ଉଲ୍ଲେଖ କରାଯାଇଛି।

ବେକାରୀ, ମୁଦ୍ରାସ୍ଫୀତି ଓ ରାଇଜିଂ କଷ୍ଟ ଅଫ ଲିଭିଂକୁ ପ୍ରସଙ୍ଗ କରି କଂଗ୍ରେସ ୧୦ ବର୍ଷ ଧରି ହରିୟାଣାରେ ଚାଲିଥିବା ବିଜେପି ସରକାରକୁ ଗାଦିଚ୍ୟୁତ କରିବାକୁ ଲକ୍ଷ୍ୟ ରଖିଛି।

ହରିୟାଣାରେ ଆସନ୍ତା ଅକ୍ଟୋବର ୫ ତାରିଖରେ ବିଧାନଦସଭା ପାଇଁ ଭୋଟ ପଡ଼ିବ। ଅକ୍ଟୋବର ୮ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Congress Haryana News Haryana Election Poll Kharche Pe Charcha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe