Advertisment

ପଛରେ ପଡ଼ିଲେ ବିଜେପିର ରାଜ୍ୟବର୍ଦ୍ଧନ ସିଂହ ରାଠୋର

୧୯୯୩ରୁ ରାଜସ୍ଥାନରେ ପ୍ରତି ୫ ବର୍ଷରେ ସରକାର ବଦଳିବାର ନଜିର ରହିଛି। ୨୦୧୮ରେ ଏଠାରେ କଂଗ୍ରେସ ଜିତିଥିଲା। ତେଣୁ ଏଥର ବିଜେପି ସପକ୍ଷରେ ରାୟ ଯିବାର ଯଥେଷ୍ଟ ସମ୍ଭାବନା ରହିଛି।

BJP

BJP

Advertisment

ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ହେବାକୁ ଗୋଡ଼ ଟେକି ବସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ପାଇଁ ଖରାପ ଖବର। ଝୋଟୱାରା ଆସନରୁ ପ୍ରାର୍ଥୀ ହୋଇଥିବା ରାଠୋର କଂଗ୍ରେସର ୩୩ ବର୍ଷୀୟ ପ୍ରାର୍ଥୀ ଅଭିଷେକ ଚୌଧୁରୀଙ୍କ ଠାରୁ ବେଶ ପଛରେ ରହିଛନ୍ତି। ସକାଳ ୮ଟାରୁ ରାଜସ୍ଥାନ ବିଧାନସଭାର ସମସ୍ତ ଆସନରେ ଭୋଟ ଗଣତି ଚାଲିଛି। ପ୍ରଥମରୁ ହିଁ ରାଠୋର ପଛରେ ରହିଛନ୍ତି।

Advertisment

ବର୍ତ୍ତମାନ ଆସିଥିବା ଟ୍ରେଣ୍ଡ ଅନୁଯାୟୀ ରାଠୋର ପ୍ରାୟ ୯ ହଜାର ଖଣ୍ଡ ଭୋଟ ପଛରେ ଚାଲିଛନ୍ତି। ଆଉ କିଛି ରାଛଣ୍ଡ ଗଣତି ବାକି ଥିବାରୁ ରାଠୋର ଓ ବିଜେପି ଛାତି ଧଡ଼ଧଡ଼ ହେବାରେ ଲାଗିଛି। କାରଣ ୩୩ ବର୍ଷୀୟ ଅଭିଷେକ ପ୍ରଥମଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ଯଦି ସେ ବାଜିମାତ କରିବେ, ତା’ହେଲେ ରାଠୋରଙ୍କ ପାଇଁ ଏହା ଶକ୍ତ ଧକ୍କା ହେବ।

ଉତ୍ତର-ପଶ୍ଚିମ ଜୟପୁର ଉପକଣ୍ଠରେ ଥିବା ଝୋଟୱାରା ଗୋଟିଏ ସାଧାରଣ ଆସନ। ଏହା ସଂରକ୍ଷିତ ଆସନ ନୁହେଁ। ତେଣୁ ବିଜେପି ଏଠାରେ ରାଠୋରଙ୍କୁ ପ୍ରାର୍ଥୀ କରିଥିଲା। ତଥାପି ସେ ପଛରେ ରହିଛନ୍ତି। ଅଭିଷେକ ଦମଦାର ପ୍ରଦର୍ଶନ କରି ଆଗରେ ରହିଛନ୍ତି।

Advertisment

୧୯୯୩ରୁ ରାଜସ୍ଥାନରେ ପ୍ରତି ୫ ବର୍ଷରେ ସରକାର ବଦଳିବାର ନଜିର ରହିଛି। ୨୦୧୮ରେ ଏଠାରେ କଂଗ୍ରେସ ଜିତିଥିଲା। ତେଣୁ ଏଥର ବିଜେପି ସପକ୍ଷରେ ରାୟ ଯିବାର ଯଥେଷ୍ଟ ସମ୍ଭାବନା ରହିଛି।

୨୦୧୮ରେ ଏହି ଆସନରେ କଂଗ୍ରେସର ଲାଲଚନ୍ଦ କଟାରିଆ ବିଜେପିର ରାଜପାଲ ସିଂହ ଶେଖାୱତଙ୍କୁ ୧୦,୭୪୭ ଖଣ୍ଡ ଭୋଟରେ ହରାଇଥିଲେ। ୨୦୧୩ରେ ବିଜେପିର ରାଜପାଲ କଂଗ୍ରେସର ଡ ରେଖା କଟାରିଆଙ୍କୁ ୧୯,୬୦୨ ଖଣ୍ଡରେ ହରାଇ ବିଧାନସଭାକୁ ଯାଇଥିଲେ। ଏଥର ଏଠାରେ ପୁଣି କଂଗ୍ରେସ ଜିତିବ ବୋଲି କୁହାଯାଉଛି।

Rajasthan Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe