Advertisment

କାହା ପକ୍ଷ ଚ୍ଛେଦନ ପାଇଁ BJDକୁ ଗଲେ ବାପିଙ୍କ ପତ୍ନୀ ମୋନିଦୀପା?

୨୦୧୭ ମସିହାରେ ଏକ ବିବାଦରେ ଫସି ଜେଲ୍‌ ଗଲେ ବାପି। ତାଙ୍କ ଅନୁପସ୍ଥିତିରେ ପାରାଦୀପ ରାଜନୀତିକୁ ସମ୍ଭାଳିଥିଲେ ପତ୍ନୀ ମୋନିଦୀପା ସର୍ଖେଲ। ବାପିଙ୍କ ପାଇଁ ପ୍ରଚାର ମଙ୍ଗ ଏକୁଟିଆ ସମ୍ଭାଳି ଥିଲେ।

BJD

BJD

Advertisment

ବନ୍ଦର ନଗରୀ ପାରାଦୀପ। ଏଠି ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ଦବ୍‌ଦବା ଥିଲା। ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ପୁତ୍ର ସମ୍ବିତ ରାଉତରାୟ ରାଜନୀତିରେ ଏଣ୍ଟ୍ରି ମାରିଥିଲେ। ବାପାଙ୍କ ପରି ସେ ନିଜର ପତିଆରା ଜାହିର କରିଥିଲେ। ସେ କଂଗ୍ରେସ ନେତା ବାପି ସର୍ଖେଲଙ୍କୁ ପରାସ୍ତ କରି ବିଧାନସଭାରେ ପହଞ୍ଚିଥିଲେ। ହେଲେ ଆଜି ପାରାଦୀନ ରାଜନୀତି କଡ଼ ଲେଉଟାଇଛି। ବାପି ସର୍ଖେଲଙ୍କ ପତ୍ନୀ ମୋନାଦୀପା ବିଜେଡିରେ ମିଶିଛନ୍ତି। ତେଣୁ ଚର୍ଚ୍ଚା ହେଉଛି, କାହାର ପକ୍ଷ ଚ୍ଛେଦନ ପାଇଁ ବିଜେଡିକୁ ଗଲେ ମୋନିଦୀପା?

Advertisment

୨୦୦୯ ମସିହାରେ ପାରାଦୀପ ନିର୍ବାଚନମଣ୍ଡଳୀ ଗଠନ ହୋଇଥିଲା। ଏହି ନିର୍ବାଚନମଣ୍ଡଳୀରୁ ବିଜେଡିରୁ ଦାମୋଦର ରାଉତ ବିଧାୟକ ଭାବେ ଲଗାତାର ନିର୍ବାଚିତ ହୋଇଥିଲେ। ଆଉ ତାଙ୍କ ଡାହାଣ ହାତ ଥିଲେ ବାପି ସର୍ଖେଲ୍‌। ତେବେ ୨୦୧୪ରେ ଦାମ ଓ ବାପିଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଆଉ ଦାମଙ୍କଠାରୁ ଦୂରେଇ ଯାଇଥିଲେ ବାପି। ଉଭୟ ପରସ୍ପରର ବିରୋଧୀ ହୋଇଯାଇଥିଲେ। ବାପି କଂଗ୍ରେସରେ ମିଶି ଦାମଙ୍କୁ ଚେକ୍‌ ଦେଉଥିଲେ।

୨୦୧୭ ମସିହାରେ ଏକ ବିବାଦରେ ଫସି ଜେଲ୍‌ ଗଲେ ବାପି। ତାଙ୍କ ଅନୁପସ୍ଥିତିରେ ପାରାଦୀପ ରାଜନୀତିକୁ ସମ୍ଭାଳିଥିଲେ ପତ୍ନୀ ମୋନିଦୀପା ସର୍ଖେଲ। ବାପିଙ୍କ ପାଇଁ ପ୍ରଚାର ମଙ୍ଗ ଏକୁଟିଆ ସମ୍ଭାଳି ଥିଲେ। ପୌର ନିର୍ବାଚନ ହେଉ କି ଦଳୀୟ କର୍ମୀ ସମ୍ମିଳନୀ ଓ ଶ୍ରମିକ ସମାବେଶ, ସବୁଥିରେ ଥିଲା ତାଙ୍କର ସକ୍ରିୟ ଭୂମିକା। ଏପରିକି ୨୦୧୯ ସାଧାରଣ ନିର୍ବାଚନରେ ବାପି କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ତାଙ୍କ ପାଖେ ପାଖେ ରହୁଥିଲେ ମୋନିଦୀପା। ଆଉ ସ୍ୱାମୀଙ୍କ ପାଇଁ ରଣନୀତି ପ୍ରସ୍ତୁତ କରୁଥିଲେ। ଏହା ପାରେ ମଧ୍ୟ ବାଜି ମାରିନେଇଥିଲେ ଦାମଙ୍କ ପୁଅ ସମ୍ୱିତ ରାଉତରାୟ। ବାପିଙ୍କୁ ପରାସ୍ତା କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସମ୍ୱିତ।

Advertisment

ତେବେ ୨୦୨୨ ପାରାଦୀପ ମ୍ୟୁନିସିପାଲିଟି ନିର୍ବାଚନରେ ପରାଜୟର ପ୍ରତିଶୋଧ ନେଲେ ବାପି ସର୍ଖେଲ। କଂଗ୍ରେସରେ ଥାଇ ‘ଆମ ପାରାଦୀପ, ଆମ ପ୍ରଗତି’ ନାଁରେ ଏକ ସଙ୍ଗଠନ ଗଠନ କରିଥିଲେ। ଆଉ ମ୍ୟୁନିସିପାଲିଟି ନିର୍ବାଚନରେ ଅସନ୍ତୁଷ୍ଟ ବିଜେଡିଙ୍କୁ ପ୍ରାର୍ଥୀ କରିଥିଲେ। ନିର୍ବାଚନରେ ବାପିଙ୍କ ପ୍ରାର୍ଥୀମାନେ ବିଜୟୀ ହୋଇଥିଲେ। ପାରାଦୀପ ମ୍ୟୁନିସିପାଲିଟିକୁ କବ୍‌ଜାକୁ ନେଇଥିଲେ। ବାପିଙ୍କ ବିଜୟରେ ମଧ୍ୟ ମୋନିଦୀପାଙ୍କ ଭୂମିକା ଥିବା ଚର୍ଚ୍ଚା ହେଉଥିଲା।

ବାପି ସର୍ଖେଲଙ୍କ ରଣନୀତିର ପ୍ରମୁଖ ଭୂମିକା ନେଉଥିବା ତାଙ୍କ ପତ୍ନୀ ମୋନିଦୀପା ଆଜି ଶଙ୍ଖ ଭବନରେ ବିଜେଡିରେ ମିଶିଲେ। ଦଳୀୟ ମୁଖ୍ୟାଳୟରେ ତାଙ୍କୁ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ ଖୋଦ୍ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ। ମୋନିଦୀପା ବିଜେଡିରେ ମିଶିବା ପରେ ପାରାଦୀପ ପଲିଟିକ୍ସ ନୂଆ ମୋଡ଼ ନେଇଛି। ମୋନିଦୀପା ସର୍ଖେଲ ନିଜେ ବିଜେଡିରୁ ବିଧାୟକ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା କହିଥିଲେ। ସେପଟେ ସମ୍ବିତ କହିଛନ୍ତି, ମୋର ମଧ୍ୟ ଆଶା ଅଛି। କିନ୍ତୁ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ହାତରେ।

ସେପଟେ ପାରାଦୀପରେ କିଛି ସପ୍ତାହ ହେବ ଆଲୋଚନା ଜୋର ଧରିଛି ଯେ, ଏଥର ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳି ବିଜେଡି ଟିକେଟ୍‌ ରେସରେ ଅଛନ୍ତି। ୨୦୧୯ରେ ସେ ସ୍ୱାମୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ। ସେପଟେ ଭୁବନେଶ୍ୱରରେ କର୍ପୋରେଟର ଥିବା ସମ୍ବିତଙ୍କ ଭଉଣୀ ତଥା ଦାମୋଦର ରାଉତଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ ମଧ୍ୟ ଟିକେଟ ଚର୍ଚ୍ଚାରେ ଯୋଡ଼ି ହୋଇଛନ୍ତି। ମୋନିଦୀପାଙ୍କ ବିଜେଡିରେ ଏଣ୍ଟ୍ରି କେବଳ ସମ୍ବିତଙ୍କର ନୁହେଁ, ପୂରା ଦାମ-ପରିବାରର ପକ୍ଷଚ୍ଛେଦନ ପାଇଁ ସୁଚିନ୍ତିତ ଷ୍ଟ୍ରାଟେଜି ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ପାରାଦୀପରେ ବିଜେଡି ଅନ୍ତଃକନ୍ଦଳ ମଧ୍ୟ ଭାରି ପଡ଼ିପାରେ ବିଧାୟକ ସମ୍ବିତ ରାଉତରାୟଙ୍କ ପାଇଁ। ଗତ ୧୫ ଦିନ ଭିତରେ ତିନି ତିନିଥର ମେଳି କରିସାରିଲେଣି ନିର୍ବାଚନ ମଣ୍ଡଳୀର ଅସନ୍ତୁଷ୍ଟ ବିଜେଡି ନେତା ଓ କର୍ମୀ। ସେଠି ବିଧାୟକ ବିରୋଧୀ ସ୍ୱର ତେଜୁଥିବା ବେଳେ, ଏଥର ଦାମଙ୍କ ପରିବାରରୁ କାହାକୁ ଟିକେଟ ଦିଆନଯାଉ ବୋଲି ମଧ୍ୟ ଖୋଲାଖୋଲି ଦାବି ଉଠିଲାଣି। ଖୋଦ୍ ପାରାଦୀପ ବିଜେଡି ସଭାପତି ବସନ୍ତ ବିଶ୍ୱାଳ ଅସନ୍ତୁଷ୍ଟ ମେଳିର ମଙ୍ଗ ଧରିଛନ୍ତି। ଏଥର ସମ୍ବିତଙ୍କ ପତ୍ତା କାଟିବାକୁ ଅଣ୍ଟା ଭିଡ଼ିଥିବା ଚର୍ଚ୍ଚା ହେଉଛି। ସେ ନିଜେ ଏଥର ମଧ୍ୟ ଟିକେଟ ଆଶାୟୀ ଥିବା ପ୍ରତିକ୍ରିୟାରେ ସ୍ପଷ୍ଟ କରିଛନ୍ତି।

BjD Congress Paradeep
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe