Advertisment

ମନା କଲେ ନୀତୀଶ, ମଙ୍ଗ ଧରିବେ ମଲ୍ଲିକାର୍ଜୁନ

ଆଜି ଇଣ୍ଡିଆ ମେଣ୍ଟର ବୈଠକ ବସିଥିଲା।

author-image
Madhupriya Mistry
ଅଦ୍ୟତନ ହୋଇଛି
Nitish and Mallikarjun

Nitish and Mallikarjun

ଯାଚିବା ପରେ ବି ମନା କଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଶେଷରେ ମେଣ୍ଟର ମଙ୍ଗ ଧରିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ଆଜି ଇଣ୍ଡିଆ ମେଣ୍ଟର ବୈଠକ ବସିଥିଲା। ଏଥିରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସଂଯୋଜକ କରିବାକୁ ପ୍ରସ୍ତାବ ପାରିତ ହୋଇଛି।

Advertisment

ପ୍ରଥମେ ନୀତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟର ସଂଯୋଜକ ହେବାକୁ କୁହାଯାଉଥିଲା। କିନ୍ତୁ ସେ ଏଥିରେ ରାଜି ହୋଇନଥିଲେ। ସେ କହିଥିଲେ, ମୋର କୌଣସି ପଦବୀ ପାଇଁ ଆଗ୍ରହ ନୁହେଁ। ସଂଯୋଜକ କେବଳ କଂଗ୍ରେସରୁ ହେବା ଉଚିତ୍। ନୀତୀଶଙ୍କ ମନା କରିବା ପରେ ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନାଁକୁ ପ୍ରସ୍ତାବ ଦିଆଯାଇଛି। ସେ ଇଣ୍ଡିଆ ମେଣ୍ଟର ମଙ୍ଗ ଧରିବେ ବୋଲି କୁହାଯାଉଛି। ଏଥିପାଇଁ ସମସ୍ତଙ୍କ ବିରୋଧୀ ଦଳର ନେତାଙ୍କ ସହମତି ଥିବା ମଧ୍ୟ ସୂଚନା ମିଳିଛି। ତେବେ ଅଫିସିଆଲ୍‌ ରୂପେ ମଲ୍ଲିକାର୍ଜୁନ ଖଡେଗଙ୍କ ନାଁ ଘୋଷଣା କରାଯାଇ ନାହିଁ। 

ଗତ କିଛି ଦିନ ହେଲା ଇଣ୍ଡିଆ ବ୍ଲକର ସଂଯୋଜକକୁ ନେଇ ଅନେକ ଟଣାଉଟରା ଚାଲିଥିଲା। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଠାରୁ ଆରମ୍ଭ କରି ଲାଲୁ ପ୍ରସାଦ ଯାଦବଙ୍କ ଯାଏଁ ନାଁକୁ ନେଇ ଚର୍ଚ୍ଚା ହେଉଥିଲା। 

Advertisment

ଆଜି ଇଣ୍ଡିଆ ଆଲାଇନ୍ସର ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏବଂ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ଠାରୁ ଆରମ୍ଭ କରି ଅନ୍ୟ ନେତାମାନେ ନଜର ଆସିଥିଲେ। ଏହି ବୈଠକରେ ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ମଧ୍ୟ ଉପସ୍ଥିତ ଥିଲେ। ମୋଟ ୧୦ଟି ଦଳ ଏହି ବୈଠକରେ ସାମିଲ ହୋଇଥିଲେ।  

Congress Nitish Kumar Mallikarjun Kharge INDIA Alliance