Advertisment

ନେହରୁଙ୍କୁ ପ୍ରଶଂସା କଲେ ଅମିତ ଶାହ, କଟାକ୍ଷ କରି ଦିନ କି ରାତି ବୋଲି ପ୍ରଶ୍ନ କଲେ କଂଗ୍ରେସ ସାଂସଦ

ବିଜେପି ସବୁବେଳେ ନେହରୁଙ୍କ କଥା କହି କଂଗ୍ରେସକୁ ଟାର୍ଗେଟ କରିଥାଏ। ଦେଶରେ ସୃଷ୍ଟି ହେଉଥିବା ସମସ୍ୟା ପାଇଁ ନେହରୁଙ୍କ ନୀତି ଦାୟୀ ବୋଲି ବିଜେପି ନେତାମାନେ କଥା ଛଳରେ କୁହନ୍ତି। କିନ୍ତୁ ଆଜି ଦିଲ୍ଲୀ ବିଲ ସପକ୍ଷରେ ମତ ରଖିବା ବେଳେ ଅମିତ ଶାହ ଲୋକସଭାରେ ନେହରୁଙ୍କ କଥା ଉଠାଇ ଥିଲେ।

amit shah

amit shah

Advertisment

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ମଧ୍ୟରେ ଆଜି ଜବାହରଲାଲ ନେହରୁଙ୍କୁ ନେଇ ବେଶ କୌତହଳପୂର୍ଣ୍ଣ ବାକଯୁଦ୍ଧ ଦେଖିବାକୁ ମିଳିଛି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିଜ ନେହରୁଙ୍କୁ ଲୋକସଭାରେ ଅମିତ ଶାହ ବାରମ୍ବାର ପ୍ରଶଂସା କରୁଥିବା ଶୁଣି ଆଜି ଦିନ କି ରାତି ସେ ଜାଣି ପାରୁ ନଥିବା ଅଧୀର ରଞ୍ଜନ ଚୌଧୁରୀ କଟାକ୍ଷ କରି କହିଛନ୍ତି।

Advertisment

ବିଜେପି ସବୁବେଳେ ନେହରୁଙ୍କ କଥା କହି କଂଗ୍ରେସକୁ ଟାର୍ଗେଟ କରିଥାଏ। ଦେଶରେ ସୃଷ୍ଟି ହେଉଥିବା ସମସ୍ୟା ପାଇଁ ନେହରୁଙ୍କ ନୀତି ଦାୟୀ ବୋଲି ବିଜେପି ନେତାମାନେ କଥା ଛଳରେ କୁହନ୍ତି। କିନ୍ତୁ ଆଜି ଦିଲ୍ଲୀ ବିଲ ସପକ୍ଷରେ ମତ ରଖିବା ବେଳେ ଅମିତ ଶାହ ଲୋକସଭାରେ ନେହରୁଙ୍କ କଥା ଉଠାଇ ଥିଲେ। 

ସେ ବାରମ୍ବାର ପଣ୍ଡିତ ନେହରୁଙ୍କ ନାଁ ଉଚ୍ଚାରଣ କରିଥିଲେ। ଏହା ଶୁଣି ଅଧୀର ରଞ୍ଜନ ଚୌଧୁରୀ ସ୍ମିତ ହାସ୍ୟ ଦେବା ସହ ନିଜ ଆସନରେ ଛିଡ଼ା ହୋଇ ନିଜ କାନକୁ ବିଶ୍ୱାସ କରି ପାରୁ ନଥିବା କହିଥିଲେ।

Advertisment

ସେ କହିଥିଲେ, “ଆଜି ଯେତେବେଳେ ଆମେ ଗୃହକୁ ଆସିଲୁ ସେତେବେଳେ ବେଶ ଭଲ ଲାଗିଲା। କାରଣ ଅମିତ ଶାହଜୀ ବାରମ୍ବାର ନେହରୁ ଓ କଂଗ୍ରେସ ପାର୍ଟିକୁ ପ୍ରଶଂସା କରିଥିଲେ।

ମୁଁ ନିଜକୁ ନିଜେ ପଚାରିଲି ଯେ ଏସବୁ କ’ଣ ମୁଁ ଦେଖୁଛି? ଏହା ଦିନ କି ରାତି? ମୁଁ ଭାବିଲି ଯେ ମୋତେ ଶ୍ରୀ ଶାହଙ୍କ ପାଖକୁ ଦୌଡ଼ି ଯାଇ ମୁହଁରେ କିଛି ମିଠା ଦେବାର ଅଛି। କାରଣ ନେହରୁ ଓ କଂଗ୍ରେସର ପ୍ରଶଂସା ତାଙ୍କ ମୁହଁରୁ ବାହାରିବା ମୋ ପାଇଁ ଆଶ୍ଚର୍ଯ୍ୟର ବିଷୟ ଥିଲା।’’

ତେବେ ଅଧୀରଙ୍କ ଏପରି କଟାକ୍ଷ ଭିତରେ ଶାହ ନିଜ ଆସନରେ ଛିଡ଼ା ହେବା ସହ ସେ ନେହରୁଙ୍କ ପ୍ରଶଂସା କରି ନଥିବା ସଫେଇ ଦେଇଥିଲେ। ସେ କହିଥିଲେ, “ମୁଁ ପଣ୍ଡିତ ନେହରୁଙ୍କୁ ପ୍ରଶଂସା କରିନି। ମୁଁ କେବଳ ସେ କହିଥିବା କଥାକୁ ଉପସ୍ଥାପନ କରିଛି। ଯଦି ସେମାନେ ଏହାକୁ ପ୍ରଶଂସା ବୋଲି ଭାବୁଛନ୍ତି, ତା’ହେଲେ ମୋର କୌଣସି ଆପତ୍ତି ନାହିଁ।”

ଏହାପରେ ଅଧୀର ରଞ୍ଜନ କହିଥିଲେ, “ଆପଣ ଯେତେବେଳେ ଚାହିଁବେ ନେହରୁଙ୍କ ସମର୍ଥନ ନେଇପାରିବେ। ଯଦି ଆପଣ ପୂର୍ବରୁ ଏସବୁ ଭାବି ଥାଆନ୍ତେ, ତା’ହେଲେ ଆଜି ଏମିତି ଘଟଣା(ମଣିପୁର ଓ ହରିଆଣା) ଆମକୁ ଦେଖିବାକୁ ପଡ଼ି ନଥାଆନ୍ତା। ଏହା ଦିଲ୍ଲୀ ଓ ଏହା ଆମର ଦିଲ୍‌।”

ତାଙ୍କ କହିବା କଥା ଯେ ଯଦି ଗୋଟିଏ ବିଲ୍‌ ନିର୍ବାଚିତ ସରକାରଙ୍କ କ୍ଷମତାକୁ କାଢ଼ି ନେବା ପାଇଁ ଦିଲ୍ଲୀରେ ଲାଗୁ କରାଯାଛି, ତା’ହେଲେ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଅନ୍ୟ ରାଜ୍ୟ ମଧ୍ୟ ଏହାକୁ ଲାଗୁ କରିବାର ଆଶଙ୍କା ରହିଛି। ଯଦି ଆପଣ ଭାବୁଛନ୍ତି ଦିଲ୍ଲୀରେ ଦୁର୍ନୀତି ହେଉଛି, ତା’ହେଲେ ଆପଣଙ୍କ ପାଖରେ ଇଡି ଓ ସିବିଆଇ ଭଳି ଏଜେନ୍ସିମାନେ ଅଛନ୍ତି। ତଥାକଥିତ ଦୁର୍ନୀତି ପାଇଁ ଆପଣଙ୍କୁ ଏପରି ବିଲ୍‌ ଆଣିବାର ଆବଶ୍ୟକତା କ’ଣ ରହିଛି ବୋଲି ଶ୍ରୀ ଚୌଧୁରୀ ପ୍ରଶ୍ନ କରିଛନ୍ତି।

ଏହାପୂର୍ବରୁ ଦିଲ୍ଲୀ ବିଲ୍‌ ବା National Capital Territory of Delhi (Amendment) Bill ସପକ୍ଷରେ ମତ ରଖି ଅମିତ ଶାହ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ, “ମୁଁ ସବୁ ଦଳଗୁଡ଼ିକୁ ଆହ୍ୱାନ ଦେଉଛି ଯେ ଦିଲ୍ଲୀରେ ଚାଲିଥିବା ଦୁର୍ନୀତିକୁ ସମର୍ଥନ କରନ୍ତୁ ନାହିଁ। କେବଳ ମେଣ୍ଟରେ ଅଛନ୍ତି ବୋଲି ଏହାକୁ ସମର୍ଥନ କରିବା ଠିକ ନୁହେଁ। କାରଣ ମେଣ୍ଟ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ଜିତିବେ।”

ସେ ଦାବି କରିଛନ୍ତି ଯେ ଭାରତର ପୂର୍ବପୁରୁଷ ଯଥା ଜବାହର ଲାଲ ନେହରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ସି ଗୋପାଳଚାରୀ, ରାଜେନ୍ଦ୍ର ପ୍ରସାଦ ଓ ବିଆର ଆମ୍ବେଦକର ପ୍ରମୁଖ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ବିରୋଧରେ ରହିଥିଲେ।

Congress Amit Shah Lok Sabha Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe