Advertisment

ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ବହିଷ୍କୃତ ହେଲେ ନାରାୟଣ ଜେନା

ଗତକାଲି ସନ୍ଧ୍ୟାରେ PCC ଶୃଙ୍ଖଳା କମିଟି ବୈଠକ ବସିଥିଲା।

ଅଦ୍ୟତନ ହୋଇଛି
Narayana Jena

Narayana Jena

Advertisment

ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜ୍ୟ କଂଗ୍ରେସର ପୁଣି ଜଣେ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ଥିବା ନାରାୟଣ ଜେନାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ନାରାୟଣଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିବା ନେଇ PCC ଶୃଙ୍ଖଳା କମିଟିର ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।

Advertisment

ଗତକାଲି ସନ୍ଧ୍ୟାରେ PCC ଶୃଙ୍ଖଳା କମିଟି ବୈଠକ ବସିଥିଲା। ନାରାୟଣ ଦଳ ବିରୋଧୀ କାର୍ଯ୍ୟ କରିଥିବା ଏହି ବୈଠକରେ ଦର୍ଶଯାଇଥିଲା। ନାରାୟଣ ଦଳ ଓ ପିସିସି ସଭାପତିଙ୍କ ବିରୋଧରେ ବିଭିନ୍ନ ଗଣମାଧ୍ୟମରେ କଟୁ ମନ୍ତବ୍ୟ ଦେଇ ଖୋଲାଖୋଲି ଶୃଙ୍ଖଳା ଭଙ୍ଗ କରିଥିବା ଶୃଙ୍ଖଳା କମିଟି ଅଭିଯୋଗ ଆଣିଥିଲା। ତେବେ ଏନେଇ ନାରାୟଣ ଜେନାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା । ଏଆଇସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ସଦସ୍ୟ ସଚିବ ତାରିକ୍ ଅନୱାର ଏକ ପ୍ରେସ୍ ରିଲିଜ୍ ଜାରି କରି ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ।

Advertisment
Odisha Congress Politics Odisha Congress Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe