Advertisment

ରାହୁଲଙ୍କ ସିଧା ହାମଲା; ଓଡ଼ିଶାକୁ ନବୀନ ନୁହେଁ ଚଳାଉଛନ୍ତି ପାଣ୍ଡିଆନ

ଅଙ୍କନ ଓ ନବୀନ ବାବୁ ମିଶି ଓଡ଼ିଶାବାସୀଙ୍କୁ ପାନ ଧରାଇ ଦେଇଛନ୍ତି ବୋଲି କହିଛନ୍ତି ରାହୁଲ।

ଅଦ୍ୟତନ ହୋଇଛି
Rahul gandhi

Rahul gandhi

Advertisment

ଓଡ଼ିଶା କଂଗ୍ରେସ ପାଇଁ ନିର୍ବାଚନୀ ପ୍ରଚାରର ଆଜି ବିଗୁଲ୍ ଫୁଙ୍କିଛନ୍ତି ସାଂସଦ ରାହୁଲ ଗାନ୍ଧି। ସାଲେପୁର ସଭାରେ ନିଜ ଅଭିଭାଷଣ ଆରମ୍ଭରୁ ନବୀନଙ୍କୁ କରିଛନ୍ତି ସିଧା ହାମଲା। ଓଡ଼ିଶାକୁ ନବୀନ ନୁହେଁ ପାଣ୍ଡିଆନ ଚଳାଉଛନ୍ତି ବୋଲି ସେ କହିଛନ୍ତି। 

Advertisment

ସେ ଆହୁରି କହିଛନ୍ତି, ନବୀନ ଏଠାରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି। ଅଳ୍ପ କିଛି ଲୋକ ହିଁ ଏସବୁର ଫାଇଦା ଉଠାଉଛନ୍ତି। କଂଗ୍ରେସ ତେଲେଙ୍ଗାନାରେ ବିଜେପି-ବିଆର୍‌ଏସ୍‌ ମେଣ୍ଟ ପଦାକୁ ଆଣିଥିଲା। ନିର୍ବାଚନ ହେଲା, ସେଠାରେ ବିଆର୍‌ଏସ୍‌ ପୂରା ଉଡ଼ିଗଲା। ଏଠାରେ ବିଜେପି-ବିଜେଡିର ବାହାଘର ହୋଇଯାଇଛି। ଅଙ୍କନ ଓ ନବୀନ ବାବୁ ମିଶି ଓଡ଼ିଶାବାସୀଙ୍କୁ ପାନ ଧରାଇ ଦେଇଛନ୍ତି। ଏହା ବହୁତ ହୋଇଗଲା। ଓଡ଼ିଶାବାସୀ ବହୁତ ପାନ ଖାଇ ପେଟ ଖରାପ ହୋଇଗଲାଣି। ଶୀଘ୍ର କଂଗ୍ରେସ ସରକାର ଆଣନ୍ତୁ।

ରାହୁଲ ଓଡ଼ିଶାବାସୀଙ୍କୁ ବିଭିନ୍ନ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ଚାରା ରୋପଣ ନାଁରେ ଏଠାରେ ୧୫ ହଜାର କୋଟି ଲୁଟିଛନ୍ତି। ଖଣିରୁ ପ୍ରଚୁର ଲୁଟିଛନ୍ତି। କଂଗ୍ରେସ ଆସିଲେ ଏ ଟଙ୍କା ଫେରସ୍ତ ହେବ। ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ଲୋକଙ୍କ ଖାତାକୁ ଟଙ୍କା ଦିଆଯିବ। ୨୦୦ ୟୁନିଟ ମାଗଣା ବିଜୁଳି, ଗ୍ୟାସ୍‌ ୫ ଶହ ଟଙ୍କାରେ ଦିଆଯିବ। ଧାନ କୁଇଣ୍ଟାଲ ୩ ହଜାର ଟଙ୍କା କରାଯିବ। ମହିଳାଙ୍କୁ ୨ ହଜାର, ଯୁବକଙ୍କୁ ୩ ହଜାର, ଚାଷୀଙ୍କୁ ୩ ହଜାର ମିଳିବ। ଦେଶର ସବୁ ଗରିବ ପରିବାରର ଜଣେ ଜଣେ ମହିଳାଙ୍କୁ ବଛାଯିବ। ଉକ୍ତ ମହିଳାଙ୍କ ବ୍ୟାଙ୍କ ଖାତାକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ପ୍ରତି ମାସରେ ୮ ହଜାର ୫ ଶହ ଟଙ୍କା ମହିଳାଙ୍କ ଖାତାକୁ ଯିବ।

Advertisment

ଓଡ଼ିଶାର ବେକାର ଯୁବକ ଓ ଯୁବତୀଙ୍କ ପାଇଁ କଂଗ୍ରେସ ‘ପେହଲି ନୌକରୀ ପକ୍କି’  ଯୋଜନା ଆଣିବ ବୋଲି କହିଛନ୍ତି ରାହୁଲ। ସେ କହିଛନ୍ତି, ସମସ୍ତ ବେକାର ଯୁବକଯୁବତୀଙ୍କୁ ଏହି ଯୋଜନାରେ ଗ୍ୟାରେଣ୍ଟି ମିଳିବ। ଚାକିରି ମାଗିବା କ୍ଷଣି ବର୍ଷକ ପାଇଁ ଆପ୍ରେଣ୍ଟିସିପ୍‌ ଦିଆଯିବ।

ରାହୁଲ ଆହୁରି କହିଛନ୍ତି, ଆମେ ଦେଶର କୋଟି କୋଟି ଲୋକଙ୍କୁ ଲକ୍ଷପତି ବନାଇବୁ। ଦେଶର କୋଟି କୋଟି ଲୋକଙ୍କ ଖାତାକୁ ଲକ୍ଷେ ଟଙ୍କା ଦେବୁ। କମିଶନ ବସାଇବୁ, ଚାଷୀଙ୍କ ଋଣ ଛାଡ଼ କରିବୁ। ଆଶା, ଅଙ୍ଗନବାଡ଼ି ଦିଦିଙ୍କ ପାରିଶ୍ରମିକ ଦୁଇଗୁଣା କରିବୁ। ମନରେଗା ମଜୁରୀ ୪ ଶହ ଟଙ୍କା କରିବୁ। ଆଦିବାସୀଙ୍କୁ ଜଙ୍ଗଲ, ଜଳ, ଜମି ହସ୍ତାନ୍ତର କରାଯିବ।

Rahul Gandhi Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe