Advertisment

ଭାରତ ଯୋଡ଼ ନ୍ୟାୟ ଯାତ୍ରା: ଓଡ଼ିଶାରେ ୪ ଦିନ ରହିବେ ରାହୁଲ ଗାନ୍ଧୀ

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପାଇଁ ଲୋଗୋ ଉନ୍ମୋଚନ କରିଛି ରାଜ୍ୟ କଂଗ୍ରେସ।

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

ଓଡ଼ିଶାରେ ୪ ଦିନ ରହିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଲୋଗୋ ଉନ୍ମୋଚନ ଅବସରରେ ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ।

Advertisment

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପାଇଁ ଆଜି ଲୋଗୋ ଉନ୍ମୋଚନ କରିଛି ରାଜ୍ୟ କଂଗ୍ରେସ। ଏକ ନମ୍ବର ଜାରି କରିବା ସହ ସେହି ନମ୍ବରରେ ମିସ୍ କଳ୍ ଦେଇ ଏହି ଯାତ୍ରାରେ ସାମିଲ ହେବାକୁ ଲୋକଙ୍କୁ ଅପିଲ କରିଛନ୍ତି କଂଗ୍ରେସ ନେତା।

୪ଟି ଜିଲ୍ଲା ଦେଇ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଯିବାର କାର୍ଯ୍ୟକ୍ରମ ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡା ଦେଇ ଓଡ଼ିଶାରେ ଏହି ଯାତ୍ରା ହେବ। ଜାନୁୟାରୀ ୧୪ରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ୬୬ ଦିନରେ ୧୫ଟି ରାଜ୍ୟ ଓ ୧୧୦ଟି ଜିଲ୍ଲା ଦେଇ ଯିବ।

Advertisment

କଂଗ୍ରେସ ନେତା ଶରତ ରାଉତ କହିଛନ୍ତି, ରାହୁଲ ଗାନ୍ଧୀ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରିବାକୁ ନିଷ୍ପତ୍ତି କରିଛନ୍ତି। ୬,୭୧୩ କିଲୋମିଟର ଏହି ଯାତ୍ରା ପରିକ୍ରମା କରିବ। ଏହି ଯାତ୍ରା ମଣିପୁରରୁ ଆରମ୍ଭ କରାଯାଇ ମୁମ୍ବାଇରେ ଏହି ଯାତ୍ରାକୁ ଶେଷ କରାଯିବ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଝାରଖଣ୍ଡ ଦେଇ ଏହି ଯାତ୍ରା ଓଡ଼ିଶା ମଧ୍ୟକୁ ପ୍ରବେଶ କରିବ।

Rahul Gandhi Congress Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe