Advertisment

ଅମିତ ଶାହଙ୍କୁ ମିଛୁଆ କହିଲେ କଂଗ୍ରେସ ମୁଖପାତ୍ର

ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଶ୍ରୀ ଶାହ ଅଭିଯୋଗ କରିଥିଲେ ଯେ କରୋନା ଟିକାକୁ ନେଇ ବିରୋଧୀ ଦଳର ନେତାମାନେ ମିଥ୍ୟା ତଥ୍ୟର ପ୍ରଚାର କରିଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Amit shah

Amit shah

ମହାମାରୀ କରୋନା ଟିକାକୁ ନେଇ ଆଜି ଲୋକସଭାରେ ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଶ୍ରୀ ଶାହ ଅଭିଯୋଗ କରିଥିଲେ ଯେ କରୋନା ଟିକାକୁ ନେଇ ବିରୋଧୀ ଦଳର ନେତାମାନେ ମିଥ୍ୟା ତଥ୍ୟର ପ୍ରଚାର କରିଥିଲେ।

Advertisment

ସେ କହିଥିଲେ, “ଭାରତ ବେଶ ସଫଳତାର ସହ କୋଭିଡ ବିରୋଧରେ ଲଢ଼େଇ କରିବାକୁ ସକ୍ଷମ ହୋଇଥିଲା। ରାଜ୍ୟ, କେନ୍ଦ୍ର ଓ ଲୋକମାନେ ମିଳିତ ଭାବେ ସଫଳତାର ସହ କରୋନା ବିରୋଧରେ ଲଢ଼େଇ କରିଥିଲେ।

କିନ୍ତୁ ବିରୋଧୀ ଆମକୁ ଟିକା ନେଇ ଟାର୍ଗେଟ କରିଥିଲେ। ଏପରି ସେମାନେ କରୋନା ଟିକାକୁ ମୋଦି ଟିକା ବୋଲି କହିଥିଲେ। ରାହୁଲ ଗାନ୍ଧି ଓ ଅଖିଲେଶ ଯାଦବଙ୍କ ଭଳି ରାଜନେତା ଭାରତର ଟିକାକୁ ବିରୋଧ କରିଥିଲେ।

Advertisment

ଅନେକ ନେତା ଲକଡାଉନକୁ ବିରୋଧ କରିଥିଲେ। ଆମେ ଟିକା ଓ ଲକଡାଉନ ଲାଗୁ କରି ଅନେକ ଲୋକଙ୍କ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଛୁ। ରାସନ ଦେଇ ୮୦ କୋଟିରୁ ଅଧିକ ଲୋକଙ୍କୁ ସହାୟତା କରିଛୁ। ସରକାରଙ୍କ ଉପରେ ବିରୋଧୀଙ୍କର ବିଶ୍ୱାସ ନାହିଁ। କିନ୍ତୁ ମୋଦି ସରକାର ଉପରେ ଲୋକଙ୍କ ବିଶ୍ୱାସ ରହିଛି।”

ଶ୍ରୀ ଶାହ କରୋନା ଟିକା ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଥିବାରୁ ଏହାକୁ କାଉଣ୍ଟର କରିଛନ୍ତି କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରିନେତ। ସେ ଟ୍ୱିଟ କରି ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ମିଛୁଆ କହିଛନ୍ତି।

ସେ କହିଛନ୍ତି, “ଅମିତ ଶାହ, ମୁଁ ଆପଣଙ୍କୁ ଚ୍ୟାଲେଞ୍ଜ କରୁଛି ଯେ ରାହୁଲ ଗାନ୍ଧି କେବେ କରୋନା ବିରୋଧରେ ଟିକା ନ ନେବାକୁ କହିଥିଲେ, ତା’ର ପ୍ରମାଣ ଦେଖାନ୍ତୁ। ଆପଣ ଜଣେ ମିଛୁଆ। ଆପଣ ଏପରି ଜଣେ ବ୍ୟକ୍ତି, ଯିଏ ସଂସଦରେ ବି ମିଛ କହୁଛନ୍ତି।”

Coronavirus Rahul Gandhi Amit Shah