Advertisment

କଂଗ୍ରେସରୁ ନିଲମ୍ବିତ ହେଲେ ସୁର ରାଉତରାୟଙ୍କ ପୁଅ ମନ୍ମଥ

ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ମନ୍ମଥଙ୍କୁ ଭାରତୀୟ ଜାତୀୟ କଂଗ୍ରେସରୁ ନିଲମ୍ବନ କରାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
undefined

Manmath Routrays

ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ତଥା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ମନ୍ମଥ ରାଉତରାୟଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ତାଙ୍କୁ ଭାରତୀୟ ଜାତୀୟ କଂଗ୍ରେସରୁ ନିଲମ୍ବନ କରାଯାଇଛି। ଏ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ଡିସିପ୍ଲିନାରୀ
ଆକ୍ସନ କମିଟି ପକ୍ଷରୁ ବିବୃତ୍ତି ପ୍ରକାଶ ପାଇଛି।

Advertisment

ମନ୍ମଥ କଂଗ୍ରେସରେ ପିସିସି ସଦସ୍ୟଥିଲେ। ହେଲେ  ସେ ସ୍ୱାଧୀନ ଏବଂ ତାଙ୍କର କେଉଁ ରାଜନୈତିକ ଦଳ ସହ ସଂପୃକ୍ତି ନାହିଁ ବୋଲି କିଛି ଦିନ ତଳେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ। ଏନେଇ କଂଗ୍ରେସ ପକ୍ଷରୁ ଗତକାଲି ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ତେବେ ସେ ତାହାର ଉତ୍ତର ଦେଇ ନଥିଲେ। ଏଥିପାଇଁ  ତାଙ୍କୁ ଦଳରୁ ନଲମ୍ବନ କରାଯାଇଥିବା କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଦର୍ଶାଇଛନ୍ତି।

କଂଗ୍ରେସରୁ ନିଲମ୍ବିତ ହେବା ପରେ ମନ୍ମଥ କହିଛନ୍ତି, ମୋ ବ୍ୟାକ୍‌ଗ୍ରାଉଣ୍ଡ ନଜାଣି ମୋତେ ପିସିସି ସଦସ୍ୟ କରିଥିଲେ। ମୁଁ ଜଣେ କେନ୍ଦ୍ର ସରକାରୀ କର୍ମଚାରୀ। ଏକଥା ଭେରିଫାଏ କରିବାର କଥା। ପ୍ରଥମ ତ ମୋତେ ସଦସ୍ୟ କରିବା ଭୁଲ୍ ଥିଲା। ଏବେ ଭୁଲ୍ ଉପରେ ଭୁଲ୍‌ କରୁଛନ୍ତି। ଭୁଲ୍‌ରେ ସଦସ୍ୟ କଲେ, ଏବେ ସସ୍‌ପେଣ୍ଡ କରି ପୁଣି ଭୁଲ୍‌ କଲେ। ଭଲ ହେଲା, ମୋତେ ଆଉ ରେକ୍ଟିଫାଏ କରିବା ଦରକାର ନାହିଁ। ନିଲମ୍ବନ କରି ସେମାନେ ମୋତେ ଆଗକୁ ବଢ଼ିବାକୁ ସଙ୍କେତ ଦେଇଛନ୍ତି।

Advertisment

ମନ୍ମଥଙ୍କ ନିଲମ୍ବନ ନେଇ ବାପା ସୁର ରାଉତରାୟ କହିଛନ୍ତି, ମୋ ପରିବାରରେ କିଛି ଅଶାନ୍ତି ନାହିଁ।  ସାନ ପୁଅ ମନ୍ମଥ ଚାକିରି କରିଛି। ତାର ଇସ୍ତଫା ଏଯାଏ ଗ୍ରହଣ ହୋଇନି। ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ହେବ। ମନ୍ମଥ ଜଟଣୀରୁ ଠିଆ ହେବ। ମୋ ୨ ପୁଅଙ୍କୁ ମୁଁ ଯେତେବେଳେ ଯାହା କହିବି, ସେମାନେ ମାନିବେ।ମୁଁ ଯେଉଁ ପୁଅକୁ ଯାହା କହିବି ସେ ନିଶ୍ଚିତ ଶୁଣିବ।  ନିଲମ୍ବନକୁ ଗ୍ରହଣ କରୁଛୁ, ଆଶା କଂଗ୍ରେସ ଆମକଥା ବିଚାର କରିବ।

ସୂଚନାଯୋଗ୍ୟ, କିଛି ଦିନ ତଳେ କଂଗ୍ରେସରୁ ଲଢ଼ିବେନି ବୋଲି ମନ୍ମଥ କହିଥିଲେ। ତେବେ  କେଉଁ ଦଳରୁ ଲଢ଼ିବେ, ଅକ୍ଟୋବରରେ ଘୋଷଣା କରିବେ  ବୋଲି ଗଣମାଧ୍ୟମରେ କହିଥିଲେ।  ମନ୍ମଥଙ୍କ ଏପରି ମନ୍ତବ୍ୟକୁ ନେଇ ରାଜନୀତି ସରଗରମ ହୋଇଥିଲା। ଗୋଟିଏ ପକ୍ଷରେ ପୁଅ ମନ୍ମଥ କଂଗ୍ରେସରୁ ଲଢ଼ିବେ ବୋଲି ସୁର ରାଉତରାୟ କହୁଥିବା ବେଳେ ଅନ୍ୟ ପକ୍ଷରେ ମନ୍ମଥ   କଂଗ୍ରେସରୁ ଲଢ଼ିବେନି ବୋଲି କହିବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା।

Bhubaneswar Congress Sura Routray'