'ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିଲମ୍ବିତ କରାଯାଉ'

  • Published: Tuesday, 21 November 2023
  • , Updated: 21 November 2023, 04:46 PM IST

ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ବୟସ୍କ ଓ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ବାରଣ କରାଯିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗତକାଲି ଯେଉଁ ମନ୍ତବ୍ୟ ଦେଇଥିଲେ, ତାକୁ ଉଭୟ କଂଗ୍ରେସ ଓ ବିଜେପି କଡ଼ା ନିନ୍ଦା କରିଛନ୍ତି । ଏପରିକି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାସଙ୍କୁ ନିଲମ୍ବିତ କରିବାକୁ ଦାବି କରିଛନ୍ତି କଂଗ୍ରେସର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି । ସେ କହିଛନ୍ତି, 'ମୁଖ୍ୟ ପ୍ରଶାସକଙ୍କୁ ନିଲମ୍ବିତ କରାଯାଉ। ତାଙ୍କୁ ଚିକିତ୍ସା ଦରକାର। ଭଗବାନଙ୍କ ଦର୍ଶନ ପାଇଁ ସମସ୍ତଙ୍କ ଅଧିକାର ଅଛି। ଏ କଥା ଆମେ ବିଧାନସଭାରେ ଉଠାଇବୁ।'  

Related story