Advertisment

ଉଦ୍ଧବ ଠାକରେଙ୍କ ସହ ସମ୍ପର୍କ ତୁଟାଇବ କି କଂଗ୍ରେସ?

ଆଜି ଉଦ୍ଧବ ଠାକରେଙ୍କ ଟିମ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ୧୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ନାଁ ଘୋଷଣା କରିବା ପୂର୍ବରୁ ଦଳ କଂଗ୍ରେସ ସହ କୌଣସି ପ୍ରକାରର ଆଲୋଚନା କରି ନାହିଁ।

author-image
Hemant Lenka
Sanjay Nirupam

Sanjay Nirupam

ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭାର ପୂର୍ବତନ ସାଂସଦ ସଞ୍ଜୟ ନିରୁପମ ସିଧାସଳଖ ଉଦ୍ଧବ ଠାକରେଙ୍କ ଶିବସେନା(ୟୁବିଟି) ସହ ହୋଇଥିବା ମେଣ୍ଟ ଉପରେ ବିଚାର କରିବାକୁ ହାଇକମାଣ୍ଡଙ୍କୁ ଅନୁରୋଧ କରିଛନ୍ତି।

Advertisment

ଆଜି ଉଦ୍ଧବ ଠାକରେଙ୍କ ଟିମ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ୧୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ନାଁ ଘୋଷଣା କରିବା ପୂର୍ବରୁ ଦଳ କଂଗ୍ରେସ ସହ କୌଣସି ପ୍ରକାରର ଆଲୋଚନା କରି ନାହିଁ। ଏହାକୁ ନେଇ ସଞ୍ଜୟ ନିରୁପମ ମେଣ୍ଟରୁ ଓହରି ଯିବା ସପକ୍ଷରେ ମତ ରଖିଛନ୍ତି।

ସେ କହିଛନ୍ତି, “ଯେଉଁଭଳି ଭାବେ ୟୁବିଟି ମୁମ୍ବାଇର ୫ଟି ସିଟ ନେଇ ଯାଇଛି, ସେଥିରୁ ଜଣାପଡ଼ୁଛି ଯେ ଦଳ କଂଗ୍ରେସକୁ ମୁମ୍ବାଇରେ ପୋତି ଦେବାକୁ ଯୋଜନା କରିଛି। ଶିବସେନା ଚାହୁଁଛି ଯେ କଂଗ୍ରେସ ମୁଣ୍ତ ନୁଆଁଉ। କଂଗ୍ରେସ ନେତୃବୃନ୍ଦ ଏଥିରେ ହସ୍ତକ୍ଷେପ କରନ୍ତୁ ଅନ୍ୟଥା ଶିବସେନା ସହ ମେଣ୍ଟ ଭାଙ୍ଗି ଦିଅନ୍ତୁ ବୋଲି ମୁଁ ଅନୁରୋଧ କରୁଛି। ଯଦି ଶିବସେନା ଭାବୁଛି ଯେ ସେମାନେ ଏକାକୀ ଲଢ଼ିବାକୁ ସକ୍ଷମ, ତା’ହେଲେ ସେମାନେ ଭୁଲ।”

Advertisment

ୟୁବିଟିର ପ୍ରାର୍ଥୀ ଚୟନକୁ ମଧ୍ୟ ସଞ୍ଜୟ ନିରୁପମ ଭୁଲ ବୋଲି କହିଛନ୍ତି। କରୋନା ମହାମାରୀ ବେଳେ ଖିଚିଡି ଦୁର୍ନୀତି ହୋଇଥିଲା। ଏଥିରେ ଅମୋଲ କିରତିକରଙ୍କ ଭୂମିକା ରହିଥିବା ଅଭିଯୋଗ ହୋଇଛି। ଏଥିପାଇଁ ଆଜି ତାଙ୍କୁ ଇଡି ସମନ କରିଛି। ଏହା ସତ୍ତ୍ୱେ ତାଙ୍କୁ ୟୁବିଟି ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି। ଏହାକୁ ସଞ୍ଜୟ ବିରୋଧ କରିଛନ୍ତି।

ସେ କହିଛନ୍ତି, “ଶିବସେନା ଖିଚିଡି ସ୍କାମର ଜଣେ ଅଭିଯୁକ୍ତଙ୍କୁ ପ୍ରାର୍ଥୀ କରିଛି। ମୁଁ ଜଣେ ଖିଚିଡି ଚୋରଙ୍କ ପାଇଁ କାମ କରିପାରିବି ନାହିଁ। କଂଗ୍ରେସ ନେତୃବୃନ୍ଦ ଏହା ଉପରେ କ’ଣ ନିଷ୍ପତ୍ତି ନେଉଛନ୍ତି, ତାକୁ ମୁଁ ଗୋଟିଏ ସପ୍ତାହ ଅପେକ୍ଷା କରିବି। ଏହାପରେ ମୋ ପାଖରେ ଥିବା ସମସ୍ତ ବିକଳ୍ପକୁ ବ୍ୟବହାର କରିବି।”

Maharashtra MVA Lok Sabha Election 2024 Sanjay Nirupam