Advertisment

ବର୍ଷିଲେ ପ୍ରସାଦ ହରିଚନ୍ଦନ, କହିଲେ- ପୁରୀ ଯିବାକୁ ବାରଣ କରିବା ସମ୍ବିଧାନ ବିରୋଧୀ

ଠାକୁରଙ୍କ ଦର୍ଶନ କରିବା ଆମର ଧାର୍ମିକ, ସାମ୍ବିଧାନିକ ସ୍ୱୀକୃତିପ୍ରାପ୍ତ ଅଧିକାର। ଏହା ଉପରେ କଟକଣା ଲାଗୁ କରିବା ଆଇନ ବିରୋଧୀ।

ଅଦ୍ୟତନ ହୋଇଛି
Alligation

Alligation

Advertisment

‘ରାଜ୍ୟ ସରକାରଙ୍କ ଜିଦି ନବାନ ହୁସେନ ଶାହଙ୍କ ଜିଦିକୁ ବଳିଗଲା । କେହି ଦାଣ୍ଡରେ ହରିନାମ ନେଇ ପାରିବେନି ବୋଲି କହିଥିଲେ ନବାନ ହୁସେନ ଶାହ । ସେହିପରି ଏବେ ରାଜ୍ୟ ସରକାର ବି ସମାନ ପଦାଙ୍କ ଅନୁସରଣ କରୁଛନ୍ତି। ଏପରିକି ପୁରୀ ଯିବାକୁ ବାରଣ କରି ସରକାର ନିଜକୁ ସମ୍ବିଧାନ ବିରୋଧୀ, ଆଇନ ବିରୋଧୀ ବୋଲି ପ୍ରମାଣିତ କରିଛନ୍ତି।’ ଏପରି ଟାର୍ଗେଟ କରି ଆଜି ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ।

Advertisment

ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପ୍ରସାଦ ହରିଚନ୍ଦନ କହିଛନ୍ତି, କାର୍ତ୍ତିକ ମାସରେ ପୁରୀକୁ ଦେଶର ବିଭିନ୍ନ ପ୍ରାନ୍ତ ଓ ବିଦେଶରୁ ଲୋକ ଜଗନ୍ନାଥ ଦର୍ଶନ ପାଇଁ ଆସନ୍ତି। ଠାକୁରଙ୍କ ଦର୍ଶନ କରିବା ଆମର ଧାର୍ମିକ, ସାମ୍ବିଧାନିକ ସ୍ୱୀକୃତିପ୍ରାପ୍ତ ଅଧିକାର। ଏହା ଉପରେ କଟକଣା ଲାଗୁ କରିବା ଆଇନ ବିରୋଧୀ। ଏକଚାଟିଆ ଭାବେ ସରକାର ଯେଉଁ କଟକଣା ଜାରି କରିଛନ୍ତି, ତାହାଦ୍ୱାରା କେବଳ ଭକ୍ତ ଓ ଭଗବାନ ମଧ୍ୟରେ ପାଚେରି ଛିଡ଼ା କରିଛନ୍ତି । ଏହା ଆଇନର ବିରୁଦ୍ଧାଚରଣ । ଆମ ସାମ୍ବିଧାନିକ ଅଧିକାରକୁ ବି ଉଲ୍ଲଘଂନ କରୁଛନ୍ତି।

ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିଲମ୍ବିତ କରାଯାଉ। ତାଙ୍କୁ ଚିକିତ୍ସା ଦରକାର।
ଭଗବାନଙ୍କ ଦର୍ଶନ ପାଇଁ ସମସ୍ତଙ୍କ ଅଧିକାର ଅଛି। ଏ କଥା ଆମେ ବିଧାନସଭାରେ ଉଠାଇବୁ।

Advertisment

ଗତକାଲି ଶ୍ରୀମନ୍ଦିର ସମ୍ମୁଖ ବଡ଼ଦାଣ୍ଡରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ସକାଳୁ ଆସିଥିବା ଭକ୍ତ ଦିନ ୧୦ଟା ଯାଏ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ଭିଡ଼ ଯୋଗୁ ଭକ୍ତମାନେ ଦୀର୍ଘ ସମୟ ଅପେକ୍ଷା କରି ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ। କିଛି ଲୋକ ଅସୁସ୍ଥ ମଧ୍ୟ ହୋଇପଡ଼ିଥିଲେ। ଏମିତିକି ଜଣେ ବୃଦ୍ଧା ତାଙ୍କୁ ଧାଡ଼ିରୁ ଉଦ୍ଧାର କରିବାକୁ କାନ୍ଦି କାନ୍ଦି ଗୁହାରି କରିଥିଲେ। ଏହାକୁ ଦୃଷ୍ଟିରେ ରଖି ବୟସାଧିକ ଓ ରୋଗାକ୍ରାନ୍ତ ଲୋକଙ୍କୁ ଏବେ ପୁରୀ ନଆସିବାକୁ ଅନୁରୋଧ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ।

ସେ କହିଥିଲେ, ଯେଉଁଠି ଥାଇ ଡାକିଲେ ଭଗବାନ ସେମାନଙ୍କ କଥା ଶୁଣିବେ। ଅତ୍ୟଧିକ ଆଗ୍ରହ ଦେଖାଇ ଭିଡ଼ ଭିତରକୁ ନ ପଶିବାକୁ ସେମାନଙ୍କୁ ଅନୁରୋଧ କରୁଛି। ଯେଉଁ ସମୟରେ କମ୍‌ ଭିଡ଼ ଥିବ,ସୂଚନା ନେଇ ସେହି ସମୟରେ ଆସିଲେ ଭଲ ହେବ। ଠାକୁରଙ୍କୁ ଦର୍ଶନ କରିବାର ଆଗ୍ରହ ସହ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଆସିବାକୁ ସମସ୍ତଙ୍କୁ ଅନୁରୋଧ।

ସୂଚନାଯୋଗ୍ୟ, ଆଜି ଗୋଟିଏ ଦିନ ନୁହେଁ, ପୁରୀ ବଡ଼ଦାଣ୍ଡରେ ମାସ ମାସ ଧରି ଏମିତି ଭିଡ଼ ଲାଗି ରହିଛି। ମାତ୍ର ସରକାର, ପ୍ରଶାସନ, ପୁଲିସ୍‌ ଏହାକୁ ଅଣଦେଖା କରି ଚାଲିଛନ୍ତି। ଶ୍ରୀମନ୍ଦିରରେ ଏବେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେତୁ ଅନ୍ୟ ତିନି ଦ୍ୱାର ବନ୍ଦ ଥିବାରୁ ଏପରି ସ୍ଥିତି ଉପୁଜୁଥିବା କୁହାଯାଉଛି।

ଅପରପକ୍ଷେ, ଶ୍ରୀମନ୍ଦିର ଅବ୍ୟବସ୍ଥା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଡହଳ ବିକଳ ସ୍ଥିତି ଦେଖି ଅତ୍ୟନ୍ତ ଭଙ୍ଗି ପଡ଼ିଛନ୍ତି ଛତିଶଗଡ଼ ରାଜ୍ୟପାଳ। ସେ କହିଛନ୍ତି, ଗୋଟିଏ ଦ୍ୱାର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ ବନ୍ଦ ରଖି ଅନ୍ୟ ତିନିଟି ଦ୍ୱାରକୁ ଖୋଲା କରିବାକୁ ବ୍ୟବସ୍ଥା କଲେ ସରୁଖୁରୁରେ ଦର୍ଶନ କରିପାରନ୍ତେ ଭକ୍ତ।

Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe