Advertisment

ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ଦାବିରେ ଗର୍ଜିଲା କଂଗ୍ରେସ; ଦେଲା ଡେଡ୍‌ଲାଇନ

ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ଡେଡ୍‌ଲାଇନ ଦେଲା କଂଗ୍ରେସ।

ଅଦ୍ୟତନ ହୋଇଛି
congress

congress

Advertisment

କୋଭିଡ୍ ବେଳେ ଶ୍ରୀମନ୍ଦିରର ଚାରି ଦ୍ୱାର ବନ୍ଦ ଥିଲା। କୋଭିଡ୍ ପରେ ଏବେ କାହିଁକି ଦ୍ୱାର ବନ୍ଦ ରହିଛି? କାର୍ତ୍ତିକମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଉ। ଏଥିସହ ରତ୍ନଭଣ୍ଡାର ଖୋଲି ଗଣତି କରାଯାଉ ଓ ବେଦାନ୍ତ ଅଧିକୃତ ଜମି ମଧ୍ୟ ଚାଷୀଙ୍କୁ ଫେରାଇ ଦିଆଯାଉ। ଏହି ସବୁ ଦାବି ନେଇ ପୁରୀରେ ଗର୍ଜିଛି କଂଗ୍ରେସ। 

Advertisment

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଶାଳ ରାଲି ଶରଧା ବାଲିରୁ ବାହାରି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ପରେ କଂଗ୍ରେସ କର୍ମୀମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଭିତକୁ ଧସେଇ ପଶିଥିଲେ। ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ନେତୃବୃନ୍ଦ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାବି ପତ୍ର ଦେଇଥିଲେ। ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା, ଜୟପୁରର ବିଧାୟକ ତାରା ବାହିନୀ ପତି ଓ ଜଟଣୀ ବିଧାୟକ ସୁର ରାଉତରାଏ ଓ ତାଙ୍କ ବଡ଼ ପୁଅ ଉପସ୍ଥିତ ଥିଲେ। 

କଂଗ୍ରେସର ଦାବି ପତ୍ର ପାଇବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ସେମାନେ ଅନେକ ଦାବି କରିଛନ୍ତି, ତର୍ଜମା କରାଯିବ। ସେମାନଙ୍କ ଦାବି ପତ୍ରକୁ ଆମେ ଗ୍ରହଣ କରିଛୁ।  ଦାବିପତ୍ରଟିକୁ ମୁଁ ଭଲ ଭାବରେ ପଢ଼ି ନାହିଁ।

Advertisment

ସେ ଆହୁରି କହିଛନ୍ତି, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସେମାନେ ଦାବି ପତ୍ର ଦେଇଛନ୍ତି। ରାଜ୍ୟପାଳଙ୍କ ପାଖକୁ ଆମେ ପଠାଇଦେବୁ। ସରକାରଙ୍କୁ ମଧ୍ୟ ଏହି ବିଷୟରେ ଅବଗତ କରିବୁ।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଯେଉଁ ଦାବିପତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦେଇଛୁ,ତାକୁ ସେ ଗ୍ରହଣ କରିଛନ୍ତି। ଆସନ୍ତା ୨୮ ତାରିଖ ଡେଡ୍‌ ଲାଇନ ରହିଛି। ଏହି ତାରିଖ ସୁଦ୍ଧା ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଉ। ଯଦି ୨୮ ତାରିଖ ସୁଦ୍ଧା ଶ୍ରୀମନ୍ଦିରର ଚାରି ଦ୍ୱାରା ନ ଖୋଲା ଯାଏ, ତାହାହେଲେ ଜୋରଦାର ଆନ୍ଦୋଳନ କରିବୁ।

Congress Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe