Advertisment

ଚାଲିଛି ଗଣତି; ୧୬ ସିଟ୍‌ରେ କଂଗ୍ରେସ ଆଗୁଆ

ଚଳିତ ନିର୍ବାଚନ ଫଳାଫଳ ନିମନ୍ତେ ଆଜି ଗଣତି ଚାଲିଥିବା ବେଳେ କଂଗ୍ରେସ ୧୪ଟି ଆସନରେ ଆଗରେ ଥିବା ଜଣାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Congress

Congress

ଗତ ବିଧାନସଭା ନିର୍ବାଚନରେ ମାତ୍ର ୯ ଆସନରେ ସୀମିତ ରହି ଯାଇଥିବା କଂଗ୍ରେସ ଦଳର ପ୍ରଦର୍ଶନ ବେଶ୍‌ ଉତ୍ସାହଜନକ ରହିଛି। ଚଳିତ ନିର୍ବାଚନ ଫଳାଫଳ ନିମନ୍ତେ ଆଜି ଗଣତି ଚାଲିଥିବା ବେଳେ କଂଗ୍ରେସ ୧୬ ଟି ଆସନରେ ଆଗରେ ଥିବା ଜଣାଯାଇଛି।

Advertisment

ବଲାଙ୍ଗିର ବିଧାନସଭା ଆସନରେ କଂଗ୍ରେସର ସମରେନ୍ଦ୍ର ମିଶ୍ର ଆଗୁଆ ଅଛନ୍ତି। ତାଙ୍କ ବିରୋଧରେ ବିଜେଡି ତରଫରୁ କଳିକେଶ ସିଂଦେଓ ଓ ବିଜେପି ତରଫରୁ ଗୋପାଳଜୀ ପାଣିଗ୍ରାହୀ ମଇଦାନକୁ ଓହ୍ଲାଇଥିଲ। ତେବେ ଉଭୟଙ୍କୁ ପଛରେ ପକାଇ ସମରେନ୍ଦ୍ର ମିଶ୍ର ଆଗରେ ଅଛନ୍ତି। ତାଙ୍କ ବାପା ନରସିଂହ ମିଶ୍ର ଗତ ନିର୍ବାଚନରେ ବଲାଙ୍ଗିର ବିଧାନସଭା ଆସନରୁ ସମରେନ୍ଦ୍ରଙ୍କ ପିତା ନରସିଂହ ମିଶ୍ର ନିର୍ବାଚିତ ହୋଇଥିବା ବେଳେ ଏଥର ସେ ରାଜନୀତିରୁ ସନ୍ୟାସୀ ନେଇ ଯାଇଛନ୍ତି। ତାଙ୍କ ଆସନରୁ ତାଙ୍କ ପୁଅ ମଇଦାନକୁ ଓହ୍ଲାଇଥିବା ବେଳେ ସେ ଆଗରେ ଅଛନ୍ତି।  

ସେହିପରି କୋରାପୁଟ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ କୃଷ୍ଣ କୁଳଦୀପ ଆଗୁଆ ଅଛନ୍ତି। ଭବାନୀପାଟଣାରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କ ପୁଅ ସାଗର ଦାସ ଆଗରେ ଅଛନ୍ତି। ଭୋଗରାଇ ବିଧାନସଭା ଆସନରେ କଂଗ୍ରେସର ସତ୍ୟଶିବ ଦାସ ଆଗୁଆ ରହିଥିବା ବେଳେ ବାସୁଦେବପୁର ବିଧାନସଭାରେ କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ ଆଗୁଆ ଅଛନ୍ତି।

Advertisment

ଜୟପୁର ବିଧାନସଭା ଆସନରେ ତାରା ବାହିନୀପତି ଆଗରେ ଅଛନ୍ତି। ମାତ୍ର ନୂଆପଡ଼ାରେ କଂଗ୍ରେସ ପ୍ରାର୍ଥୀ ପିସିସି ସଭାପତି ଶରତ ପଟ୍ଟନାୟକ ପଛରେ ପଡ଼ି ଯାଇଛନ୍ତି। 

ଏନେଇ ନିର୍ବାଚନ କମିଶନଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନି ।

Congress Election Results Odisha Assembly Election 2024