Advertisment

ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ପ୍ରାର୍ଥୀ ହେବେ କଂଗ୍ରେସର ଅଳକା ଲାମ୍ବା

କଂଗ୍ରେସ ଦିଲ୍ଲୀର ଆଉ ୨୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିଛି। ଏହି ୨୭ ଜଣଙ୍କ ମଧ୍ୟରେ ଅଳକା ଲାମ୍ବାଙ୍କ ନାଁ ରହିଛି।

author-image
Hemant Lenka
AAP

AAP

ଆଉ କିଛି ମାସ ପରେ ଅନୁଷ୍ଠିତ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ କ୍ଷମତାସୀପ ଆପ ଠାରୁ ଆରମ୍ଭ କରି ବିଜେପି ଓ କଂଗ୍ରେସ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

Advertisment

ଏହିକ୍ରମରେ କଂଗ୍ରେସ ଦିଲ୍ଲୀର ଆଉ ୨୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିଛି। ଏହି ୨୭ ଜଣଙ୍କ ମଧ୍ୟରେ ଅଳକା ଲାମ୍ବାଙ୍କ ନାଁ ରହିଛି। ସେ ଆପ୍‌ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି।

ଗୁରୁତ୍ୱପୂର୍ଣ୍ଣ କାଲକାଜୀ ଆସନରେ ଆତିଶୀ ଓ ଅଳକାଙ୍କ ଲଢ଼େଇ ହେବ। ସେହିପରି ଜଙ୍ଗପୁରାରେ କଂଗ୍ରେସ ଫରହାଦ ସୁରୀଙ୍କୁ ଟିକେଟ ଦେଇଥିବା ବେଳେ ସୀମାପୁରୀରୁ ରାଜେଶ ଲିଲୋଥିଆ ଓ ମାଟିଆ ମହଲରୁ ଅସିମ ଅହମଦ ପ୍ରାର୍ଥୀ ହୋଇଛନ୍ତି।

Advertisment

କୁହାଯାଉଛି ଯେ କଂଗ୍ରେସ ଦିଲ୍ଲୀରେ ନିର୍ବାଚନ ଜିତିବା ପାଇଁ ମହିଳାଙ୍କ ପାଇଁ ମାସିକ ୩ ହଜାର ଟଙ୍କା ଓ ମାଗଣା ୪୦୦ ୟୁନିଟ ଯାଏ ମାଗଣା ବିଜୁଳି ଯୋଜନା ଘୋଷଣା କରିପାରେ।

ଏହାପୂର୍ବରୁ କଂଗ୍ରେସ ଦିଲ୍ଲୀର ୨୧ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ। ଏବେ ଆଉ ୨୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।

Alka Lamba Atishi Congress Delhi Assembly