Advertisment

ଭାରତ ଯୋଡ଼ୋ ଯାତ୍ରା ୨.୦ ଆରମ୍ଭ କରିବ କଂଗ୍ରେସ

ଏବେ ପୁଣିଥରେ କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ୋ ଯାତ୍ରା ୨.୦ ଆରମ୍ଭ ହେବ। ଜାନୁଆରୀ ପ୍ରଥମ ସପ୍ତାହ ପରେ ହିଁ କଂଗ୍ରେସ ନିଜର ଅଭିଯାନ ଆରମ୍ଭ କରିବ।

author-image
Hemant Lenka
Congress

Congress

ନିର୍ବାଚନୀ ବର୍ଷରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ୋ ଯାତ୍ରା ୨.୦ ଆମ୍ଭ କରିବ। ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କନ୍ୟାକୁମାରୀରୁ କଶ୍ମୀର ଯାଏ ଭାରତ ଯୋଡ଼ୋ ଯାତ୍ରା କରିଥିଲା। ରାହୁଲ ଗାନ୍ଧି କନ୍ୟାକୁମାରୀରୁ ଚାଲି ଚାଲି କଶ୍ମୀର ଯାଏ ଯାଇଥିଲେ। ଏହି ସମୟରେ ସେ ଅନେକ ଲୋକଙ୍କୁ ମଧ୍ୟ ଭେଟିଥିଲେ।

Advertisment

ଏବେ ପୁଣିଥରେ କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ୋ ଯାତ୍ରା ୨.୦ ଆରମ୍ଭ ହେବ। ଜାନୁଆରୀ ପ୍ରଥମ ସପ୍ତାହ ପରେ ହିଁ କଂଗ୍ରେସ ନିଜର ଅଭିଯାନ ଆରମ୍ଭ କରିବ।

ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ଦଫା ଭାରତ ଯୋଡ଼ୋ ଯାତ୍ରାର ନେତୃତ୍ୱ ରାହୁଲ ଗାନ୍ଧି ନେବେ। ତେବେ ଏହି ପର୍ଯ୍ୟାୟରେ ଦଳ ହାଇବ୍ରିଡ ମଡେଲ ଆପଣାଇବ। ପଦଯାତ୍ରା ସହ ଗାଡ଼ି ଦ୍ୱାରା ଶୋଭାଯାତ୍ରା କରି ଲୋକଙ୍କୁ ଏକାଠି କରିବ। ଯାତ୍ରା ପାଇଁ ଦୁଇଟି ରାସ୍ତାକୁ ବିକଳ୍ପ ଭାବେ ରଖାଯାଇଛି। ସବୁ କିଛି ଠିକ ଠାକ ରହିଲେ ଯେକୌଣସି ଉତ୍ତରପୂର୍ବ ରାଜ୍ୟରୁ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ୨.୦ ଆରମ୍ଭ ହେବ।

Advertisment

୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ହେବ। ତେଣୁ ଭାରତ ଯୋଡ଼ୋ ଯାତ୍ରା ବେଳେ ବିରୋଧୀ ମେଣ୍ଟର କିଛି ପ୍ରମୁଖ ଚେହେରାଙ୍କୁ ମଧ୍ୟ ପଦଯାତ୍ରାରେ ଦଳ ସାମିଲ କରିବ ବୋଲି ଜଣାପଡ଼ିଛି।

ଏହାପୂର୍ବରୁ ଭାରତ ଯୋଡ଼ୋ ଯାତ୍ରା ୨.୦ ସମ୍ପର୍କରେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା ଗୁଜରାଟରୁ ଆରମ୍ଭ ହୋଇ ମେଘାଳୟ ଯାଏ ଚାଲିବ।

ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା ସମୟରେ କଂଗ୍ରେସ ପକ୍ଷରୁ ମହାରାଷ୍ଟ୍ରରେ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରାଯିବ। କିନ୍ତୁ ଭାରତ ଯୋଡ଼ୋ ଯାତ୍ରା କେବେ ଆରମ୍ଭ ହେବ, ତା’ର ତାରିଖ ସମ୍ପର୍କରେ ସେ କିଛି କହି ନଥିଲେ।

Congress Bharat Jodo Yatra