Advertisment

ରାଜ୍ୟରେ ନିର୍ବାଚନ କମିଟି ଗଢ଼ିଲା କଂଗ୍ରେସ, ତାଲିକାରେ ୪ ନେତ୍ରୀ

ଏଆଇସିସି ଅଧ୍ୟକ୍ଷଙ୍କ ଅନୁମୋଦନ ପରେ ଏଆଇସିସି ସାଧାରଣ ସମ୍ପାଦକ ଭେନୁଗୋପାଳଙ୍କ ପକ୍ଷରୁ ତାଲିକା ଜାରି ହୋଇଛି ।

author-image
Ordigital Desk
ଅଦ୍ୟତନ ହୋଇଛି
Sarat Patnaik

Sarat Patnaik

ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟିର ନିର୍ବାଚନ କମିଟି ଘୋଷଣା ହୋଇଛି । କମିଟିର ଅଧ୍ୟକ୍ଷ ଭାବେ ପିସିସି ସଭାପତି ଶରତ ପଟ୍ଟନାୟକ ରହିଥିବାବେଳେ ଦଳର ବରିଷ୍ଠ ନେତାମାନଙ୍କ ସମେତ ଯୁବ ଓ ମହିଳା ଚେହେରାଙ୍କୁ ବି ସ୍ଥାନ ମିଳିଛି । ନିର୍ବାଚନ କମିଟିରେ ୪ଜଣ ଦଳୀୟ ନେତ୍ରୀଙ୍କୁ କଂଗ୍ରେସ ସାମିଲ କରିଛି ।

Advertisment

ପିସିସି ନିର୍ବାଚନ କମିଟିରେ ରାଜ୍ୟରେ କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନଙ୍କ ସମେତ ପିସିସି ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ସାଂସଦ ସପ୍ତଗିରି ଶଙ୍କର ଉଲାକା, ଭକ୍ତଚରଣ ଦାସ, ଅନନ୍ତ ପ୍ରସାଦ ସେଠୀ, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତ, ସନ୍ତୋଷ ସିଂ ସାଲୁଜା, ବିଶ୍ୱରଞ୍ଜନ ମହାନ୍ତି, ମାନସ ରଞ୍ଜନ ଚୌଧୁରୀ,ଶୁଭେନ୍ଦୁ ମହାନ୍ତି ଏବଂ ସୁଶୀଳା ତିରିଆ, ଅଜୟନ୍ତୀ ପ୍ରଧାନ, ସସ୍ମିତା ବେହେରା, ଅନୀତା ବିଶ୍ୱାଳ ରହିଛନ୍ତି । ଏହି ୧୯ଜଣଙ୍କ ବ୍ୟତୀତ ଦଳର ସମସ୍ତ ଛାମୁଆ ସଂଗଠନର ସଭାପତିମାନେ ମଧ୍ୟ ଏକ୍ସଅଫିସୋ ମେମ୍ବର ରହିବେ ।

ଏଆଇସିସି ଅଧ୍ୟକ୍ଷଙ୍କ ଅନୁମୋଦନ ପରେ ଏଆଇସିସି ସାଧାରଣ ସମ୍ପାଦକ ଭେନୁଗୋପାଳଙ୍କ ପକ୍ଷରୁ ଏହି ତାଲିକା ଜାରି ହୋଇଛି ।

Advertisment

ରାଜ୍ୟରେ କଂଗ୍ରେସ ନିଜର ସହଯୋଗୀ ଦଳ ମିଶି ଲଢ଼ିବ ବୋଲି ପୂର୍ବରୁ ସଙ୍କେତ ଦେଇସାରିଛି । ଏବେ ଏହି କମିଟି ବିଭିନ୍ନ ନିର୍ବାଚନମଣ୍ଡଳୀର ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରି ଏଆଇସିସିକୁ ସୁପାରିଶ କରିବ ବୋଲି ଜଣାପଡ଼ିଛି ।

କଂଗ୍ରେସ ଇତିମଧ୍ୟରେ ୭୦ଜଣ ନେତାଙ୍କୁ ଟିକେଟ୍ ଦେବ ବୋଲି ଚୂଡ଼ାନ୍ତ କରିଥିବା ଦଳର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ଗତ ୩ଦିନ ତଳେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ତେବେ ତାରାଙ୍କୁ ଏହି ନିର୍ବାଚନ କମିଟିରେ ସ୍ଥାନ ମିଳିନି ।

Congress