Advertisment

ମହାରାଷ୍ଟ୍ରରେ ୩୯ ଆସନ ପାଇଁ ଡିଲ୍‌ ଫାଇନାଲ, ବାକି ରହିଲା ଆଉ ୯

ରାଜ୍ୟର ୪୮ଟି ଲୋକସଭା ଆସନ ମଧ୍ୟରୁ କଂଗ୍ରେସ ଓ ସହଯୋଗୀଙ୍କ ମଧ୍ୟରେ ୩୯ଟି ସ୍ଥାନରେ ଡିଲ ଚୂଡ଼ାନ୍ତ ହୋଇଛି। ବାକି ୯ଟି ଆସନ ପାଇଁ ବୁଝାମଣା ହୋଇ ପାରି ନଥିବା ଜଣାପଡ଼ିଛି।

Rahul Gandhi

Rahul Gandhi

Advertisment

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଦଳ ସହ ସିଟ ଶେୟାରିଂ ଫର୍ମୁଲାକୁ ଫାଇନାଲ କରୁଥିବା କଂଗ୍ରେସ ଏବେ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି। ଉତ୍ତର ପ୍ରଦେଶ,ଗୋଆ, ଦିଲ୍ଲୀ, ଗୁଜରାଟ ଓ ହରିଆଣା ପରେ ଆଜି ମହାରାଷ୍ଟ୍ରରେ କଂଗ୍ରେସ ସହଯୋଗୀଙ୍କ ଦଳଙ୍କ ସହ ସିଟ୍‌ ଶେୟାରିଂ ଡିଲ୍‌ ଫାଇନାଲ କରିଛି।

Advertisment

ରାଜ୍ୟର ୪୮ଟି ଲୋକସଭା ଆସନ ମଧ୍ୟରୁ କଂଗ୍ରେସ ଓ ସହଯୋଗୀଙ୍କ ମଧ୍ୟରେ ୩୯ଟି ସ୍ଥାନରେ ଡିଲ ଚୂଡ଼ାନ୍ତ ହୋଇଛି। ବାକି ୯ଟି ଆସନ ପାଇଁ ବୁଝାମଣା ହୋଇ ପାରି ନଥିବା ଜଣାପଡ଼ିଛି।

ସିଟ୍‌ ଶେୟାରିଂ ଫର୍ମୁଲା ଫାଇନାଲ କରିବା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଶିବସେନା(ୟୁବିଟି) ବସ୍‌ ଉଦ୍ଧବ ଠାକରେ ଓ ଶରଦ ପାୱାରଙ୍କ ସହ କଥା ହୋଇଥିଲେ। ଏହାପରେ ସିଟ୍‌ ଶେୟାରିଂ ଫର୍ମୁଲାକୁ ୩ ଦଳ ମିଳିତ ଭାବେ ଫାଇନାଲ କରିଛନ୍ତି। ତେବେ ଡିଲ୍‌ ଫାଇନାଲ ହୋଇଥିବା ୩୯ଟି ଆସନ ମଧ୍ୟରୁ କେଉଁ ଦଳ କେତୋଟି ଆସନରେ ଲଢ଼ିବେ, ସେକଥା ଜଣାପଡ଼ି ନାହିଁ।

Advertisment

ଏହାପୂର୍ବରୁ କଂଗ୍ରେସ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହ ଉତ୍ତର ପ୍ରଦେଶରେ ସିଟ ଶେୟାରିଂ ଫର୍ମୁଲାକୁ ଫାଇନାଲ କରିଥିଲା। ରାଜ୍ୟର ୮୦ଟି ଆସନରୁ କଂଗ୍ରେସ ୧୭ଟି ଆସନରେ ପ୍ରାର୍ଥୀ ଦେବ। ସେହିପରି ଦିଲ୍ଲୀର ୭ ଲୋକସଭା ଆସନରୁ କଂଗ୍ରେସ ୩ଟି ଓ କ୍ଷମତାସୀନ ଆପ୍‌ ୪ଟି ସ୍ଥାନରେ ଲଢ଼ିବ।

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଟିଏମସି ସହ ମଧ୍ୟ କଂଗ୍ରେସ ସିଟ୍‌ ଶେୟାରିଂ ସମ୍ପର୍କରେ ଆଲୋଚନା ଜାରି ରଖିଛି। ରାଜ୍ୟର ୪୨ଟି ଲୋକସଭା ଆସନରୁ ଦିଦି କଂଗ୍ରେସକୁ ୨ଟି ଆସନ ଛାଡ଼ିବେ ବୋଲି ପ୍ରସ୍ତାବ ଦେଇଥିଲେ। ହେଲେ ଏହାକୁ କଂଗ୍ରେସ ଗ୍ରହଣ କରି ନଥିଲା।

ଏବେ କିନ୍ତୁ କଂଗ୍ରେସ ପୁଣିଥରେ ଦିଦିଙ୍କ ସହ ମେଣ୍ଟ କରିବାକୁ ଆଲୋଚନା ଜାରି ରଖିଛି। କଂଗ୍ରେସ ୫ଟି ଆସନ ମାଗୁଥିବା ବେଳେ ଟିଏମସି ୨ଟିରୁ ଅଧିକ ଆସନ ଛାଡ଼ିବା ସମ୍ଭବ ନୁହେଁ ବୋଲି କହିଛନ୍ତି।

ମହାରାଷ୍ଟ୍ର କଥା ବିଚାରକୁ ନେଲେ ଏଠାକାର ୮ଟି ସିଟ୍‌କୁ ନେଇ ଇଣ୍ଡିଆ ମେଣ୍ଟ ମଧ୍ୟରେ ବିବାଦ ରହିଛି। ମୁମ୍ବାଇ ସାଉଥ-ସେଣ୍ଟ୍ରାଲ ଓ ନର୍ଥ ୱେଷ୍ଟ ଆସନରେ ପ୍ରାର୍ଥୀ ଦେବାକୁ ଉଭୟ କଂଗ୍ରେସ ଓ ଉଦ୍ଧବ ଠାକରେଙ୍କ ଶିବସେନା ଚାହୁଁଛନ୍ତି।

ଏହାବାଦ ବଞ୍ଚିତ ବହୁଜନ ଅଘାଡ଼ି ମୁଖିଆ ପ୍ରକାଶ ଆମ୍ବେଦକର ଇଣ୍ଡିଆ ମେଣ୍ଟ ଠାରୁ ମହାରାଷ୍ଟ୍ରରେ ୫ଟି ଆସନ ଚାହୁଁଛନ୍ତି। ୨୦୧୯ରେ ଆମ୍ବେଦକରଙ୍କ ଦଳ ୪୭ଟି ଆସନରେ ପ୍ରାର୍ଥୀ ଦେଇଥିଲେ ହେଁ ଗୋଟିଏ ବି ସ୍ଥାନରେ ଜିତି ନଥିଲା।

ବିଧାନସଭା ନିର୍ବାଚନ ବେଳେ ଦଳ ୨୩୬ ଆସନରେ ଲଢ଼େଇ କରି ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲା। ତେଣୁ ଏହି ଦଳକୁ ଇଣ୍ଡିଆ ମେଣ୍ଟ କେତୋଟି ଆସନ ଦେଉଛି, ତା’ ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି।

Maharashtra Maharashtra Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe