Advertisment

ଲୋକସଭାରେ କଂଗ୍ରେସ ଆସନ ସଂଖ୍ୟା ୧୦୦ ଛୁଇଁଲା!

ଯଦି ଲୋକସଭା ସଚିବାଳୟ ଏହି ସମର୍ଥନକୁ ଗ୍ରହଣ କରି ନେବେ, ତା’ହେଲେ ବିଶାଲ ପାଟିଲ କଂଗ୍ରେସର ସହଯୋଗୀ ସାଂସଦର ମାନ୍ୟତା ପାଇବେ। ଏଥିସହ ଲୋକସଭାରେ କଂଗ୍ରେସର କ୍ଷମତା ୧୦୦କୁ ବଢ଼ି ଯିବ।

Congress

Congress

Advertisment

ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ଦମଦାର ପ୍ରଦର୍ଶନ କରିଥିଲେ ହେଁ ୧୦୦ ଆସନ ଛୁଇଁ ପାରି ନଥିଲା। ମଙ୍ଗଳବାର ଘୋଷଣା ହୋଇଥିବା ଫଳାଫଳ ଅନୁସାରେ କଂଗ୍ରେସ ଏକାକୀ ଦେଶରେ ୯୯ଟି ଆସନ ଜିତିଛି। ଆଗାମୀ ୧୦ ବର୍ଷ ମଧ୍ୟରେ ବି କଂଗ୍ରେସ ୧୦୦ ଅଙ୍କ ଛୁଇଁ ପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କଟାକ୍ଷ କରିଥିଲେ।

Advertisment

ହେଲେ କଂଗ୍ରେସର ଲୋକସଭା ଆସନ ସଂଖ୍ୟା ୧୦୦ ଛୁଇଁବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। କଂଗ୍ରେସର ବିଦ୍ରୋହୀ ସାଂସଦ ବିଶାଲ ପାଟିଲ ଦଳକୁ ସମର୍ଥନ କରିଛନ୍ତି। ସେ ମହାରାଷ୍ଟ୍ରରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବା ସହ ବିଜୟ ହୋଇଥିଲେ। ଏବେ ସେ କଂଗ୍ରେସକୁ ସମର୍ଥନ ଘୋଷଣା କରିଛନ୍ତି। ସେ ସମର୍ଥନ କଂଗ୍ରେସର ଆସନ ସଂଖ୍ୟା ୧୦୦ରେ ପହଞ୍ଚି ଯାଇଛି।

ଯଦି ଲୋକସଭା ସଚିବାଳୟ ଏହି ସମର୍ଥନକୁ ଗ୍ରହଣ କରି ନେବେ, ତା’ହେଲେ ବିଶାଲ ପାଟିଲ କଂଗ୍ରେସର ସହଯୋଗୀ ସାଂସଦର ମାନ୍ୟତା ପାଇବେ। ଏଥିସହ ଲୋକସଭାରେ କଂଗ୍ରେସର କ୍ଷମତା ୧୦୦କୁ ବଢ଼ି ଯିବ।

Advertisment

କଂଗ୍ରେସ ବିଧାୟକ ବିଶ୍ୱଜିତ କଦମ କହିଛନ୍ତି, “କଂଗ୍ରେସ ସାଧାରଣ ନିର୍ବାଚନରେ ୯୯ଟି ଆସନ ଜିତିଥିଲା। ବିଶାଲ ପାଟିଲଙ୍କ ସମର୍ଥନ ପରେ ଲୋକସଭାରେ କଂଗ୍ରେସର ସିଟ ସଂଖ୍ୟା ୧୦୦ ଛୁଇଁଛି।”

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବସନ୍ତଦାଦା ପାଟିଲଙ୍କ ନାତି ହେଉଛନ୍ତି ବିଶାଲ। ସେ ମହାରାଷ୍ଟ୍ରର ସଙ୍ଗଲି ସିଟରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ୁଥିଲେ। ଏଠାରେ ସେ ବିଜେପିର ସଞ୍ଜୟକାକା ପାଟିଲଙ୍କୁ ପରାସ୍ତ କରିଥିଲେ।

ମହାବିକାଶ ଅଘାଡ଼ିର ସିଟ ଶେୟାରିଂ ଫର୍ମୁଲା ଅନୁସାରେ ସଙ୍ଗଲି ଆସନ ଉଦ୍ଧବ ଠାକରେଙ୍କ ଶିବସେନା ପାଖକୁ ଯାଇଥିଲା। ତେଣୁ ବିଶାଲ କଂଗ୍ରେସ ଟିକେଟ ପାଇବାରୁ ବଞ୍ଚିତ ହୋଇଥିଲେ।

ନିର୍ବାଚନ ଜିତିବା ପରେ ବିଶାଲ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟି ସମର୍ଥନ ଘୋଷଣା କରିଛନ୍ତି। ଖଡଗେ ମଧ୍ୟ ତାଙ୍କ ସହ ଉଠାଇଥିବା ଫଟୋକୁ ଶେୟାର କରି କହିଛନ୍ତି ଯେ “ସଙ୍ଗଲିର ନିର୍ବାଚିତ ସାଂସଦ ବିଶାଲ ପାଟିଲଙ୍କ ସମର୍ଥନକୁ କଂଗ୍ରେସ ସ୍ୱାଗତ କରୁଛି।”

ମହାବିକାଶ ଅଘାଡ଼ି ପକ୍ଷରୁ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହେବା ପୂର୍ବରୁ ଉଦ୍ଧବ ସେନା ସଙ୍ଗିଲ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଥିଲା। ତଥାପି କଂଗ୍ରେସ ପକ୍ଷରୁ ଏହାର ବିଚାର କରିବାକୁ କୁହାଯାଇଥିଲା। ହେଲେ ଉଦ୍ଧବ ସେନା କିଛି ବି ଶୁଣି ନଥିଲା। ଫଳରେ ବିଶାଳ ନିରାଶ ହୋଇ ସ୍ୱାଧୀନ ଭାବେ ଏଠାରେ ନିର୍ବାଚନ ଲଢ଼ିଥିଲେ।

ନିର୍ବାଚନ ଜିତିବା ପରେ ବିଶାଲ ଓ ବିଶ୍ୱଜିତ କଦମ ୬ ତାରିଖରେ ଖଡଗେ, ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ଏହାପରେ ଦଳକୁ ସମର୍ଥନ ନେଇ ଗୋଟିଏ ଚିଠି ଖଡଗେଙ୍କୁ ହସ୍ତାନ୍ତର କରିଥିଲେ।

ବିଶାଲଙ୍କ ବ୍ୟତୀତ ବିହାରର ପୁରନେଆ ଆସନରୁ ବିଜୟୀ ହୋଇଥିବା ଅନ୍ୟତମ ସ୍ୱାଧୀନ ପ୍ରାର୍ଥୀ ପପୁ ଯାଦବ ମଧ୍ୟ କଂଗ୍ରେସକୁ ସମର୍ଥନ କରିବାର ସମ୍ଭାବନା ରହିଛି।

ନିର୍ବାଚନ ପୂର୍ବରୁ ସେ ନିଜ ଦଳକୁ କଂଗ୍ରେସ ସହ ଲୀନ କରିଥିଲେ। ତେବେ ବିହାରର ସିଟ ଶେୟାରିଂ ଫର୍ମୁଲା ଯୋଗୁ ପୁରନେଆ ଆସନ ଆରଜେଡି ପାଖକୁ ଚାଲି ଯାଇଥିଲା। ତେଣୁ ପପୁ ଯାଦବ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।

Congress PM Modi Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe