କଂଗ୍ରେସ ହାତରୁ ରାଜସ୍ଥାନକୁ ଛଡ଼ାଇ ନେବ କି ବିଜେପି, କ’ଣ କହୁଛି ଏକଜିଟ୍ ପୋଲ୍ ଫଳାଫଳ ଜାଣନ୍ତୁ

ରାଜସ୍ଥାନରେ ୨୦୦ଟି ବିଧାନସଭା ଆସନ ଥିବା ବେଳେ ୧୯୯ଟି ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି।

Ashok Gehlot and Narendra Modi

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Jitendra Garnayak
  • Published: Thursday, 30 November 2023
  • Updated: 30 November 2023, 09:59 PM IST

Sports

Latest News

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୨୫ ତାରିଖରେ ଭୋଟ୍ ଗ୍ରହଣ ହୋଇଥିଲା। ଏଠାରେ ୨୦୦ଟି ଆସନ ଥିବା ବେଳେ ୧୯୯ଟି ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି। ରାଜସ୍ଥାନରେ କଂଗ୍ରେସ କ୍ଷମତାସୀନ ଥିବା ବେଳେ ଏଥର ଆଉ ସରକାର ଗଢ଼ି ପାରିବ ନାହିଁ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍‌ ମଧ୍ୟରୁ ଅଧିକାଂଶଙ୍କ ତଥ୍ୟରୁ ଜଣାପଡ଼ିଛି। ତେବେ ଆଉ କେତୋଟି ସଂସ୍ଥାର ଏକ୍‌ଜିଟ୍ ପୋଲ୍ ତଥ୍ୟକୁ ସମୀକ୍ଷା କଲେ ଏଥର ଝୁଲା ବିଧାନସଭା ଦେଖିବାକୁ ମିଳିବ ବୋଲି ଆକଳନ କରାଯାଉଛି।

ରାଜସ୍ଥାନରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୦୦। P-Marqର ଏକ୍‌ଜିଟ୍ ପୋଲ୍ ଅନୁଯାୟୀ ରାଜ୍ୟରେ ଏଥର ବିଜେପି ୧୦୫ରୁ ୧୨୫ଟି ଆସନ ହାତେଇବ। କଂଗ୍ରେସ ୬୯-୯୧ଟି ଆସନରେ ଜିତିବ। ଅନ୍ୟାନ୍ୟ ଦଳକୁ ଗୋଟିଏ ବି ଆସନ ମିଳିବ ନାହିଁ।

Times Now-ETGର ତଥ୍ୟ ଅନୁଯାୟୀ ବିଜେପି ୧୦୮ରୁ ୧୨୮ଟି ଓ କଂଗ୍ରେସ ୫୬ରୁ ୭୨ଟି ଆସନରେ ଜିତିବେ। ଜନ୍‌ କି ବାତ୍‌ର ଏକ୍‌ଜିଟ୍‌ ପୋଲ୍ ତଥ୍ୟ ଅନୁସାରେ ବିଜେପି ୧୦୦ରୁ ୧୨୨ ଆସନ ଜିତିବ। କଂଗ୍ରେସକୁ ୬୨ରୁ ୮୫ଟି ଆସନ ମିଳିବ। ଅନ୍ୟାନ୍ୟ ଦଳ ୧୪ରୁ ୧୫ଟି ଆସନ ଜିତିବେ।

Republic TV-Matrize ର ଏକ୍‌ଜିଟ୍ ପୋଲ ତଥ୍ୟ କହୁଛି ବିଜେପି ୧୧୫ରୁ ୧୩୦ଟି ଆସନରେ ଜିତିବ। କଂଗ୍ରେସ ମାତ୍ର ୬୫ରୁ ୭୫ଟି ଆସନ ଜିତିବ। ଅନ୍ୟମାନଙ୍କୁ ୧୨ରୁ ୧୯ଟି ଆସନ ମିଳିବ।

ଏବିପି ନ୍ୟୁଜ୍ ଓ ସି ଭୋଟରର ଏକ୍‌ଜିଟ୍ ପୋଲ୍ ତଥ୍ୟ ଅନୁଯାୟୀ, ବିଜେପି ୯୪ରୁ ୧୧୪ଟି ଆସନରେ ଜିତିବ। କଂଗ୍ରେସକୁ ୭୧ରୁ ୯୧ଟି ଆସନ ମିଳିବ। ଦୈନିକ ଭାସ୍କରର ତଥ୍ୟ କହୁଛି ବିଜେପି ସରକାର ଗଢ଼ିପାରେ। ଦଳ ୯୫ରୁ ୧୦୫ଟି ଆସନ ଜିତିବ। ଅନ୍ୟପକ୍ଷରେ କଂଗ୍ରେସ ୮୫ରୁ ୯୫ଟି ଆସନ ଜିତିବ।

ଅନ୍ୟପକ୍ଷରେ ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ (India Today-Axis My India) ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ବିଜେପି ୮୦ରୁ ୧୦୦ଟି ଓ କଂଗ୍ରେସ ୮୬ରୁ ୧୦୬ଟି ଆସନ ଜିତିବ। ବିଏସ୍‌ପିକୁ ୧ରୁ ୨ ଓ ଅନ୍ୟାନ୍ୟଙ୍କୁ ୮ରୁ ୧୬ଟି ଆସନ ମିଳିବ। Polstratର ସର୍ଭେ କହୁଛି ବିଜେପି ୧୦୦ରୁ ୧୧୦ ଆସନ ଜିତିବ। କଂଗ୍ରେସ ୯୦ରୁ ୧୦୦ଟି ଆସନ ଜିତିବ। ଇଣ୍ଡିଆ ଟିଭି-ସିଏନ୍‌ଏକ୍ସର ତଥ୍ୟ ଅନୁଯାୟୀ ବିଜେପି ୮୦ରୁ ୯୦ଟି ଆସନ ଓ କଂଗ୍ରେସ ୯୪ରୁ ୧୦୪ଟି ଆସନରେ ଜିତିବେ। ଅର୍ଥାତ୍ କଡ଼ା ଟକ୍କର ହେବ। ଝୁଲା ବିଧାନସଭାର ବି ସମ୍ଭାବନା ଅଛି। 

ସୂଚନାଯୋଗ୍ୟ, ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୦୭ଟି ଆସନ ଜିତିଥିବା ବେଳେ ବିଜେପି ୭୦ଟି ଆସନ ଜିତି ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story