Advertisment

ରାଜ୍ୟପାଳ ରଘୁବର ଦାସଙ୍କ ବିରୁଦ୍ଧରେ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା କଂଗ୍ରେସ

ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର ଆଜି ଜାତୀୟ ନିର୍ବାଚନ କମିଶନଙ୍କ ନିକଟକୁ ଚିଠି ଲେଖି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାରରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ସକ୍ରିୟ ଭାବେ ସାମିଲ ଥିବା ନେଇ ଅଭିଯୋଗ କରିଛନ୍ତି ।

Raghubar das

Raghubar das

Advertisment

ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ନିଜ ପଦବୀ ଓ କ୍ଷମତାର ଦୁରୂପଯୋଗ କରି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାରରେ ଲିପ୍ତ ଅଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ରାଜ୍ୟପାଳ ଭଳି ସମ୍ବିଧାନିକ ପଦବୀର ଖୋଲା ଉଲ୍ଲଘଂନ କରୁଥିବା ରଘୁବର ଦାସଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ଆଜି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ।

Advertisment

ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର ଆଜି ଜାତୀୟ ନିର୍ବାଚନ କମିଶନଙ୍କ ନିକଟକୁ ଚିଠି ଲେଖି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାରରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ସକ୍ରିୟ ଭାବେ ସାମିଲ ଥିବା ନେଇ ଅଭିଯୋଗ କରିଛନ୍ତି । ସେ ଜାମସେଦପୁର-ପୂର୍ବ ବିଧାନସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ ତାଙ୍କ ବୋହୂ ପୂର୍ଣ୍ଣିମା ଦାସଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି । ଜାମସେଦପୁର-ପୂର୍ବ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ବୁଥ୍ କମିଟି ସଦସ୍ୟଙ୍କ ସହ ରାଜ୍ୟପାଳ ଶ୍ରୀ ଦାସ କ୍ରମାଗତ ବୈଠକ କରୁଥିବା ନେଇ ଫଟୋ ଓ ଖବରମାନ ସ୍ଥାନୀୟ ସମ୍ବାଦପତ୍ରରେ ପ୍ରକାଶ ପାଉଛି । ସୋସିଆଲ ମିଡିଆରେ ମଧ୍ୟ ଏସବୁ ଫଟୋ ଓ ଖବର ଉପଲବ୍ଧ ଅଛି । ତେବେ ଓଡ଼ିଶାର ରାଜ୍ୟପାଳ ଭଳି ଏକ ସମ୍ବିଧାନିକ ପଦବୀରେ ଥିବା ଶ୍ରୀ ଦାସ କାହିଁକି ଜାମସେଦପୁର-ପୂର୍ବ ବିଧାନସଭା କ୍ଷେତ୍ରର ବୁଥସ୍ତରୀୟ ବୈଠକରେ ସାମିଲ ହେଉଛନ୍ତି ତାହା ସ୍ପଷ୍ଟ କରିବା ଦରକାର ।

ଏଭଳି ନିର୍ବାଚନ ପ୍ରଚାରରେ ସାମିଲ ହୋଇ ଶ୍ରୀ ଦାସ ସମ୍ବିଧାନର ଖୋଲା ଉଲ୍ଲଘଂନ କରୁଛନ୍ତି । ରାଜ୍ୟପାଳ ଭଳି ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଓ ଦାୟିତ୍ୱର ସମ୍ପୂର୍ଣ୍ଣ ଅସମ୍ମାନ କରୁଛନ୍ତି,ଯାହାକି କଦାପି ଗ୍ରହଣୀୟ ନୁହେଁ । ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ରାଜ୍ୟପାଳ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରିଥାନ୍ତି । କିନ୍ତୁ ରାଜ୍ୟପାଳ ଶ୍ରୀ ଦାସ ନିର୍ବାଚନ ପ୍ରଚାରରେ ସାମିଲ ହେବା ହିଁ ସମ୍ବିଧାନିକ ପ୍ରାବଧାନ ଓ ନିୟମ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାରିଆ କମିଶନ ତାଙ୍କ ସୁପାରିଶରେ, ‘ରାଜ୍ୟପାଳ ପଦବୀ’ର ସମ୍ମାନକୁ ଦୃଷ୍ଟିରେ ରଖି ରାଜ୍ୟପାଳ ଭାବେ ନିଯୁକ୍ତି ପାଉଥିବା ବ୍ୟକ୍ତି ସ୍ଥାନୀୟ ରାଜନୀତିରୁ ନିଜକୁ ଦୂରେଇ ରଖିବେ ବୋଲି ଉଲ୍କେଖ କରିଥିବା ଡଃ ଅଜୟ କୁମାର ଦର୍ଶାଇଛନ୍ତି ।

Advertisment

ଶ୍ରୀ କୁମାର ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଝାଡ଼ଖଣ୍ଡ ନିର୍ବାଚନକୁ ଦୃଷ୍ଟିରେ ରଖି ବିଗତ କିଛିମାସ ଧରି ଓଡ଼ିଶା ରାଜଭବନକୁ ରାଜନୀତିକ ଆଡ୍ଡା ଭାବେ ରାଜ୍ୟପାଳ ଶ୍ରୀ ଦାସ ବ୍ୟବହାର କରୁଛନ୍ତି । ପରିତାପର କଥା, ନିର୍ବାଚନ କମିଶନ ଏସବୁ ଜାଣି ନିରବ ରହିଛନ୍ତି ଓ କାର୍ଯ୍ୟାନୁଷ୍ଠାନ କରିବାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିବା ସହ ସମ୍ବିଧାନର ସୁରକ୍ଷା ଓ ସ୍ୱାର୍ଥ ପାଇଁ ତୁରନ୍ତ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଜୟ କୁମାର ଦାବି କରିଛନ୍ତି ।

Congress Governor Raghubar Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe