Advertisment

୧୨ରେ ବିହାରରେ ଫ୍ଲୋର ଟେଷ୍ଟ, ବିଧାୟକଙ୍କୁ ହାଇଦ୍ରାବାଦ ସିଫ୍ଟ କଲା କଂଗ୍ରେସ

ବିହାରରେ ଫ୍ଲୋରଟେଷ୍ଟ ପୂର୍ବରୁ କଂଗ୍ରେସ ଘାରିଛି ଘୋଡ଼ା ବେପାର ଭୟ। ଏଥିପାଇଁ କଂଗ୍ରେସ ନିଜର ସମସ୍ତ ବିଧାୟକଙ୍କୁ ହାଇଦ୍ରାବାଦକୁ ସିଫ୍ଟ କରିଥିବା ନେଇ ଚର୍ଚ୍ଚା ହେଉଛି।

Congress

Congress

Advertisment

ଆସନ୍ତା ୧୨ ତାରିଖରେ ବିହାରରେ ହେବ ଫ୍ଲୋର ଟେଷ୍ଟ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧାନସାଭରେ ଶକ୍ତି ପରୀକ୍ଷା ଦେବେ। ତେବେ ଏହାପୂର୍ବରୁ କଂଗ୍ରେସକୁ ଘାରିଛି ଅପରେସନ୍‌ ଲୋଟସ ଭୟ। ଘୋଡା ବେପାର ଆଶଙ୍କାରେ ବିହାର କଂଗ୍ରେସର ସମସ୍ତ ବିଧାୟକଙ୍କୁ ହାଇଦ୍ରାବାଦକୁ ସିଫ୍ଟ କରାଯାଇଛି।

Advertisment

କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ବୈଠକ ପରେ ଦଳର ବିଧାୟକଙ୍କୁ ଦିଲ୍ଲୀରୁ ହାଇଦ୍ରାବାଦକୁ ପଠାଯାଇଛି। ସମସ୍ତ ବିଧାୟକ ଫ୍ଲୋରଟେଷ୍ଟ ଦିନ ତଥା ଫେବ୍ରୁଆରୀ ୧୨ ତାରିଖରେ ହିଁ ବିହାର ଫେରିବେ।

ବିହାରରେ ମହାମେଣ୍ଟ ଭାଙ୍ଗିବା ପରେ ନୀତୀଶ କୁମାର ଏନ୍‌ଡିଏ ସହ ମିଶି ସରକାର ଗଠନ କରିଛନ୍ତି। ଏହା ପରେ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏଭଳି ସ୍ଥିତିରେ ବିଧାୟକମାନେ ଦଳବଦଳ କରିପାରନ୍ତି ବୋଲି କଂଗ୍ରେସକୁ ଭୟ ଘାରିଛି। ଏହି ଚର୍ଚ୍ଚା ଭିତରେ ବିଧାୟକଙ୍କୁ ହଠାତ୍‌ ଦିଲ୍ଲୀରୁ ହାଇଦ୍ରାବାଦକୁ ସିଫ୍ଟ କରାଯାଇଛି। ଏହାକୁ ନେଇ ଏବେ ବିହାର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।

Advertisment

ସୂଚନା ମୁତାବକ, କଂଗ୍ରେସର ୧୯ ବିଧାୟକଙ୍କୁ ହାଇଦ୍ରାବାଦ ପଠାଯାଇଛି। ଏମାନେ ଅପରାହ୍ନରେ ହାଇଦ୍ରାବାଦରେ ପହଞ୍ଚିଛନ୍ତି। ସମସ୍ତ ବିଧାୟକଙ୍କୁ ଏକ ରିଜର୍ଟରେ ରଖାଯାଇଥିବା ସୂତ୍ରରୁ ଜଣାପଡିଛି। ଏଆଇସିସି ସଚିବ ସମ୍ପାତ କୁମାର, ପ୍ରୋଟୋକଲ୍ ସଭାପତି ହରକାରା ଭେନୁଗୋପାଲ ଏବଂ କଂଗ୍ରେସର ବରିଷ୍ଠ ନେତା ମଲାରେଡ୍ଡୀ ରାମାରେଡ୍ଡୀ ଏମାନଙ୍କୁ କୋଅର୍ଡିନେଟ୍ କରୁଛନ୍ତି। ଦିନକ ପୂର୍ବରୁ ହିଁ ଦିଲ୍ଲୀରେ ହୋଇଥିବା ବୈଠକରେ ବିଧାୟକଙ୍କୁ ବିହାରରୁ ବାହାରକୁ ସିଫ୍ଟ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଜାନୁଆରୀ ୨୮ ତାରିଖରେ ନୀତୀଶ କୁମାର ଆର୍‌ଜେଡି ଠାରୁ ଭିନ୍ନ ହୋଇ ଏନ୍‌ଡିଏ ସହ ମିଶି ବିହାରରେ ସରକାର ଗଠନ କରିଛନ୍ତି। ବିହାରରେ ବିଜେପି ସହିତ ନୂତନ ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଫେବ୍ରୁଆରୀ ୧୨ରେ ଫ୍ଲୋର ଟେଷ୍ଟରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିବ।

ବର୍ତ୍ତମାନ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ବିଜେପିର ୭୮ ବିଧାୟକ ଅଛନ୍ତି। ଏନ୍‌ଡିଏ ସହ ମେଣ୍ଟ କରିଥିବା ନୀତୀଶ କୁମାରଙ୍କ ଜେଡିୟୁ ପାଖରେ ୪୫, ହିନ୍ଦୁସ୍ତାନ ଆଓ୍ୱାମ ମୋର୍ଚ୍ଚା ପାଖରେ ୪ ଓ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି। ସଂଖ୍ୟାଗରିଷ୍ଠତା ପାଇଁ ୧୨୨ ଜଣ ବିଧାୟକଙ୍କ ସମର୍ଥନ ଲୋଡା। ଏଭଳି ସ୍ଥିତିରେ ୧୨୮ ବିଧାୟକଙ୍କ ସମର୍ଥନ ସହ ନୀତୀଶ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାରେ କୌଣସି ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ ନାହିଁ ବୋଲି କୁହାଯାଇଛି। 

Congress Nitish Kumar Bihar Politics Congress Mla Floor Test
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe