Advertisment

‘ଆମ ରାମଙ୍କୁ ତୁମେମାନେ କଳା କରି ଦେଇଛ’

ସେ ଦେଇଥିବା ବୟାନକୁ ସରକାରୀ ଦଳ ବିଜେପି କାଉଣ୍ଟର କରିବା ପରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି।

ram lalla

ram lalla

Advertisment

ଉତ୍ତରାଖଣ୍ଡ ବିଧାନସଭାରେ ସମାନ ନାଗରିକ ସଂହିତା ବିଲ ଉପରେ ଚାଲିଥିବା ବିତର୍କରେ ନୂଆ ଟ୍ୱିଷ୍ଟ ଆସିଛି। କଂଗ୍ରେସର ଜଣେ ବିଧାୟକ ଅଯୋଧ୍ୟାର ରାମ ମନ୍ଦିରରେ ପ୍ରତିଷ୍ଠା ହୋଇଥିବା ରମଲଲାଙ୍କ ମୂର୍ତ୍ତିକୁ ନେଇ ଦେଇଥିବା ବୟାନ ନୂଆ ବିବାଦ ସୃଷ୍ଟି କରିଛି। ସେ ଦେଇଥିବା ବୟାନକୁ ସରକାରୀ ଦଳ ବିଜେପି କାଉଣ୍ଟର କରିବା ପରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି।

Advertisment

ଜସପୁରର କଂଗ୍ରେସ ବିଧାୟକ ଆଦେଶ ସିଂହ ଚୌହାନ ୟୁସିସି ବିଲ ଉପରେ ମତ ରଖୁଥିଲେ। ଏହି ସମୟରେ ସେ ଅଯୋଧ୍ୟାରେ ନିର୍ମାଣ ହୋଇଥିବା ଭବ୍ୟ ରାମ ମନ୍ଦିର କଥା ଉଠାଇଥିଲେ। ସେ କହିଥିଲେ, “ସଂସଦୀୟ ବ୍ୟାପାର ମନ୍ତ୍ରୀ ରାମ ମନ୍ଦିରକୁ ନେଇ ଅନେକ ଉଦାହରଣ ଦେଲେ। ଆମେ ମଧ୍ୟ ମନ୍ଦିର ନିର୍ମାଣ କାମକୁ ସ୍ୱାଗତ କରୁଛୁ। କିନ୍ତୁ ମୁଁ ଗୋଟିଏ କଥା ବୁଝି ପାରୁନି। ଆମେ ବହିରେ ପଢ଼ିଥିଲୁ ଯେ ଆମ ରାମ ସାମଳ ରଙ୍ଗର। କିନ୍ତୁ ସେମାନେ ତାଙ୍କୁ କଳା କରି ଦେଇଛନ୍ତି।”

ବାସ ବିଧାୟକ ଆଦେଶ ସିଂହ ଚୌହାନଙ୍କ ଏପରି ବୟାନକୁ ବିଜେପିର ମନ୍ତ୍ରୀ ଓ ବିଧାୟକମାନେ ଜୋରଦାର ବିରୋଧ କରିଥିଲେ। ଅର୍ଥମନ୍ତ୍ରୀ ପ୍ରେମଚାନ୍ଦ ଅଗ୍ରୱାଲ ବୟାନକୁ ବିରୋଧ କରି ବିଧାୟକ ଆଦେଶ ସିଂହ ଚୌହାନ କେମିତି ଭଗବାନ ରାମଙ୍କ ସମ୍ପର୍କରେ ଏପରି କହିପାରିଲେ ବୋଲି ପ୍ରଶ୍ନ କରିଥିଲେ। ବିଜେପି ବିଧାୟମାନେ ଜୟ ଶ୍ରୀରାମ ନାରା ଦେଉଥିବା ବେଳେ ଶ୍ରୀ ଚୌହାନ ସେମାନଙ୍କ ସହ ଯୁକ୍ତି ଜାରି ରଖିଥିଲେ।

Advertisment

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ପାଖରେ ବସିଥିବା ମନ୍ତ୍ରୀ ପ୍ରେମଚାନ୍ଦ ପୁଣି ନିଜ ଆସନୁ ଉଠି କଂଗ୍ରେସ ଭୋଟ ବ୍ୟାଙ୍କ ରାଜନୀତି କରୁଥିବା କହିଥିଲେ। ସେ କହିଥିଲେ, “ସେ ଏପରି ବୟାନ ଭଗବାନ ରାମଙ୍କ ସମ୍ପର୍କରେ କହିଛନ୍ତି। ଭୋଟ ପାଇଁ ଆପଣ ଯାହା ବି କରନ୍ତୁ କିନ୍ତୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏସବୁ କାମ ବନ୍ଦ କରନ୍ତୁ। କଂଗ୍ରେସ କ’ଣ ତୁଷ୍ଟୀକରଣ ଓ ଭୋଟ ବ୍ୟାଙ୍କ ରାଜନୀତି କରିବ?”

ଅଯୋଧ୍ୟାର ରାମ ମନ୍ଦିରରେ ପ୍ରତିଷ୍ଠା ହୋଇଥିବା ୫୧ ଇଞ୍ଚର ରାମଲଲାଙ୍କ ପ୍ରତିମୂର୍ତ୍ତି କଳା ପଥରରେ ନିର୍ମାଣ ହୋଇଛି। ମହୀଶୂର ଭିତ୍ତିକ ସ୍ଥପତି ଅରୁଣ ଯୋଗିରାଜ ଏହାକୁ ତିଆରି କରିଥିଲେ।

Bjp Congress Ayodhya Ram Lalla Ram Lalla Idol
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe