Advertisment

ଡ୍ରଗ୍ସ ମାମଲାରେ କଂଗ୍ରେସ ବିଧାୟକ ସୁଖପଲ ସିଂହ ଖଇରା ଗିରଫ

ପୁରୁଣା ଡ୍ରଗ୍ସ ମାମଲାରେ ପଞ୍ଜାବ କଂଗ୍ରେସ ବିଧାୟକ ସୁଖପଲ ସିଂହଙ୍କୁ ବାନ୍ଧିଲା ପୁଲିସ। ଫେସବୁକରେ ଲାଇଭ୍ ଆସିଲେ ବିଧାୟକ।

author-image
Debibandita Barick
Sukhpal Singh Khaira

Sukhpal Singh Khaira

କଂଗ୍ରେସ ବିଧାୟକ ସୁଖପଲ ସିଂହ ଖଇରାଙ୍କୁ ଗିରଫ କଲା ପଞ୍ଜାବ ପୁଲିସ। ଏକ ପୁରୁଣା ଡ୍ରଗ୍ସ ମାମଲାରେ ପୁଲିସ ଆଜି ତାଙ୍କୁ ଗିରଫ କରିଛି। ଏଥିସହ ବିଧାୟକଙ୍କ ଚଣ୍ଡିଗଡ ସ୍ଥିତ ବାସଭବନରେ ଚଢାଉ କରିଛି ପୁଲିସ।  ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନସ୍ସେସ୍(ଏନଡିପିଏସ୍) ଧାରା ଆଧାରରେ ବିଧାୟକଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଅନୁଯାୟୀ ପୁଲିସ ଆଜି ତାଙ୍କ ବାସଭବନରେ ଚଢାଉ କରିଥିଲା।

Advertisment

ଚଢାଉ ସମୟରେ ଖଇରା ଫେସବୁକ୍ ଲାଇଭ୍ ଆସିଥିବା ଦେଖିବାକୁ ମିଳିଛି। ଲାଇଭ୍ ଭିଡିଓ ଅନୁସାରେ, ସେ ପୁଲିସ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି। ଏଥିସହ ସେ ୱାରେଣ୍ଟ ମାଗିବା ସହ ଗିରଫର କାରଣ ମଧ୍ୟ ପଚାରୁଥିବା ଶୁଣିବାକୁ ମିଳୁଛି। ଏହି ସମୟରେ ଖଇରାଙ୍କ ପରିବାର ଲୋକେ ମଧ୍ୟ ଭିଡିଓ ରେକର୍ଡ କରିଛନ୍ତି। 

ଏକ ପୁରୁଣା ଏନଡିପିଏସ୍ ମାମଲାରେ ତାଙ୍କୁ ଗିରଫ କରାଯାଉଥିବା କହିଛନ୍ତି ଜଣେ ପୁଲିସ ଅଧିକାରୀ। ଭିଡିଓରେ ନିଜକୁ ଡିଏସପି ଜଲାଲବାଦ ଅଚ୍ରୁ ରାମ ଶର୍ମା କହୁଥିବା ପୁଲିସ ଅଧିକାରୀ ଗିରଫର କାରଣ କହିଛନ୍ତି। ଏହାପରେ ଖଇରା ଗିରଫଦାରୀକୁ ବିରୋଧ କରିବା ସହ ସୁପ୍ରିମକୋର୍ଟ ଏହି ମାମଲାକୁ ବନ୍ଦ କରିଦେବାକୁ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି। ଏଥିସହ ଏପରି କାର୍ଯ୍ୟାନୁଷ୍ଠାନ ରାଜନୈତିକ ପ୍ରଣୋଦିତ ବୋଲି କହିଛନ୍ତି ବିଧାୟକ ଖଇରା। 

Advertisment

ବିଧାୟକ ଏବଂ ତାଙ୍କ ପରିବାରର ପ୍ରତିରୋଧ ସତ୍ତ୍ୱେ ପୁଲିସ ତାଙ୍କୁ ଗିରଫ କରି ନେଉଥିବା ଦେଖିବାକୁ ମିଳୁଛି। ଏହି ସମୟରେ ପୁଲିସ ସାଦା ପୋଷାକରେ ଥିବାବେଳେ ଭ୍ୟାନରେ ବସିବା ସମୟରେ ଖଇରା ହସୁଥିବାର ନଜର ଆସିଛନ୍ତି। ପଞ୍ଜାବର ଭୋଲାଥ ନିର୍ବାଚନମଣ୍ଡଳୀରୁ ନର୍ବାଚିତ ହୋଇଛନ୍ତି ସିଖପଲ ସିଂହ। ଏଥିସହ ସେ ଅଲ୍ ଇଣ୍ଡିଆ କିସାନ କଂଗ୍ରେସର ମଧ୍ୟ ଅଧ୍ୟକ୍ଷ ଅଛନ୍ତି। 

ମାର୍ଚ୍ଚ 2015 ରେ ଫଜିଲ୍କାର ଜାଲାଲବାଦରେ ତାଙ୍କ ବିରୋଧରେ ଡ୍ରଗ୍ସ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ନଅ ଜଣଙ୍କୁ ବୁକ୍ କରାଯାଇଥିଲା ଏବଂ ପରେ ଏନଡିପିଏସ ଅଧିନିୟମ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଥିଲେ।

Drugs Case Punjab Police Congress MLA Arrest Punjab Congress MLA Arrest Sukhpal Singh Khaira Arrested