Advertisment

ଘୋଷଣା କଲେ ସୁର; ମନ୍ମଥ ହେବେ ଜଟଣୀ ବିଧାୟକ ପ୍ରାର୍ଥୀ

ମନ୍ମଥ କ୍ୟାପ୍ଟେନ ଚାକିରି ଛାଡ଼ି ଆଜି ଭୁବନେଶ୍ୱର ଫେରିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
congress

congress

ସୁର ରାଉତରାୟଙ୍କ ପରେ କିଏ ନେବ ଜଟଣୀର ଦାୟିତ୍ୱ? ସୁର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ନେବେ ନା ତାଙ୍କ ସାନପୁଅ ମନ୍ମଥ ରାଉତରାୟ ନେବେ ତାକୁ ନେଇ ଚାଲିଥିଲା ଚର୍ଚ୍ଚା। ଆଜି ସେହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସୁର। ପୁଅ ମନ୍ମଥଙ୍କୁ ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ଏହାସହ ଜଟଣୀରୁ ବିଧାୟକ ପ୍ରାର୍ଥୀ ମନ୍ମଥ ରାଉତରାୟ ହେବେ ବୋଲି ସେ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି।

Advertisment

ମନ୍ମଥ କ୍ୟାପ୍ଟେନ ଚାକିରି ଛାଡ଼ି ଆଜି ଭୁବନେଶ୍ୱର ଫେରିଛନ୍ତି। ବିମାନ ବନ୍ଦରରେ ଆଜି ମନ୍ମଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଭୁବନେଶ୍ୱର ଫେରିବା ପରେ ତାଙ୍କୁ ବିମାନ ବନ୍ଦରରେ ଶହ ଶହ ସମର୍ଥକମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ପାଛୋଟି ନେଇଥିଲେ। ସୁର ଓ ତାଙ୍କ ପତ୍ନୀ ମନ୍ମଥଙ୍କୁ ମଧ୍ୟ ସ୍ୱାଗତ କରିଥିଲେ। ମନ୍ମଥ ନିଜ ମା’ଙ୍କୁ ସେଠାରେ କୋଳେଇ ପକାଇଥିଲେ।

ଭୁବନେଶ୍ୱର ବିମାନ ବନ୍ଦରରେ ପୁଅକୁ ସ୍ୱାଗତ ବେଳେ ସୁର କହିଛନ୍ତି, ଆଜିଠୁ ମନ୍ମଥ ଜଟଣୀ ଦାୟିତ୍ୱ ନେଲେ। ମନ୍ମଥ ତମମାନଙ୍କ ପାଇଁ ଚାକିରି ଛାଡ଼ି ଆସିଲେ। ଯେଉଁମାନେ ମୋତେ ଓ ମନ୍ମଥକୁ ଭଲ ପାଉଛନ୍ତି, ଆମେ ପ୍ରତିଜ୍ଞା କରିବା ମନ୍ମଥଙ୍କୁ ୨୦୨୪ ନିର୍ବାଚନରେ ଜିତାଇବା।

Advertisment
Bhubaneswar Congress Sura Routray