Advertisment

ଚାର୍ଜସିଟ୍‌କୁ ନେଇ ନବୀନବାବୁ ଖୁସି ହୋଇଥିବେ, କିନ୍ତୁ ମୁଁ ନୁହେଁ

‘ଚାର୍ଜସିଟ୍‌ ଗ୍ରହଣ ଯୋଗ୍ୟ ନୁହେଁ। ସେଥିରେ ଷଡ଼ଯନ୍ତ୍ର ସମ୍ପର୍କରେ କିଛି ଉଲ୍ଲେଖ ନାହିଁ। ନବ ଦାସ ଜଣେ ବିଧାୟକ ଓ ମନ୍ତ୍ରୀ, କ୍ରିମିନାଲ ନୁହଁନ୍ତି ଯେ ତାଙ୍କୁ କେହି ରାଗ ରଖିକି ମାରିଦେବ।’

author-image
Manoranjan Sial
ଅଦ୍ୟତନ ହୋଇଛି
Tara Prasad Bahinipati

Tara Prasad Bahinipati

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟକୁ ନେଇ ନବୀନ ବାବୁ ଖୁସି ହୋଇଥିବେ। କିନ୍ତୁ ମୁଁ ନୁହେଁ। ଆଜି ଏପରି କହି ଶାସକ ବିଜେଡିକୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ତାରା କହିଛନ୍ତି, ଚାର୍ଜସିଟ୍‌ ଗ୍ରହଣ ଯୋଗ୍ୟ ନୁହେଁ। ସେଥିରେ ଷଡ଼ଯନ୍ତ୍ର ସମ୍ପର୍କରେ କିଛି ଉଲ୍ଲେଖ ନାହିଁ। ନବ ଦାସ ଜଣେ ବିଧାୟକ ଓ ମନ୍ତ୍ରୀ, କ୍ରିମିନାଲ ନୁହଁନ୍ତି ଯେ ତାଙ୍କୁ କେହି ରାଗ ରଖିକି ମାରିଦେବ। ଯଦି ବ୍ୟକ୍ତିଗତ କାରଣରୁ ଗୋପାଳ ହତ୍ୟା କଲା, ତେବେ କାହିଁକି? ସେ କାରଣଟି କାହିଁକି ଉଲ୍ଲେଖ କରାଯାଇନି? ଚାର୍ଜସିଟକୁ ନେଇ ନବୀନ ବାବୁ ଖୁସି ହୋଇଥିବେ କିନ୍ତୁ ମୁଁ ନୁହେଁ ବୋଲି ତାରା କହିଛନ୍ତି।

ସେ ଆହୁରି କହିଛନ୍ତି, ନବ ହତ୍ୟାକାଣ୍ଡ ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି। ଏଥିରେ ବହୁତ ବଡ଼ ବଡ଼ିଆ ସାମିଲ ଥିବାରୁ ତଦନ୍ତକୁ ବାଟବଣା କରାଯାଉଛି। ଘଟଣାକୁ ସମ୍ପୂର୍ଣ୍ଣ ଘଣ୍ଟ ଘୋଡେ଼ଇ ସାରିଲେଣି। ବିଧାନସଭାରେ ଆମେ ବାରମ୍ବାର କହିଛୁ ନବ ଦାସଙ୍କ ହତ୍ୟା ଗୋଟେ ପ୍ଲାନଡ୍‌ ମର୍ଡର। ତଦନ୍ତକୁ ନେଇ ଲୋକେ ସନ୍ତୁଷ୍ଟ ନୁହଁ। ଚାର୍ଜସିଟିରେ କିଛି ନାହିଁ। ତେଣୁ କଂଗ୍ରେସ ଦାବି କରୁଛି ଜୁଡିସିଆରି ବା ଏସଆଇଟି ତଦନ୍ତ ହେଉ ବୋଲି ତାରା କହିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ରାଜ୍ୟ ରାଜନୀତିର ଜଣେ ପାୱାରଫୁଲ୍‌ ମନ୍ତ୍ରୀ ଭାବେ ପରିଚିତ ନବ ଦାସଙ୍କୁ ଦିନ ଦି’ପହରରେ ଆଇଆଇସି ଗୋପାଳ ହତ୍ୟା କରିଥିଲା। ହତ୍ୟାକାଣ୍ଡ ଘଟିବାର ୧୧୮ ଦିନ ପରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ୫୪୩ ପୃଷ୍ଠାର ଚାର୍ଜସିଟ୍‌ରେ ବ୍ୟକ୍ତିଗତ କାରଣରୁ ନବଙ୍କୁ ଗୋପାଳ ହତ୍ୟା କରିଥିବା ଉଲ୍ଲେଖ ରହିଛି। ହେଲେ ସେହି ବ୍ୟକ୍ତିଗତ କାରଣ କ’ଣ, ତାହା ଉଲ୍ଲେଖ ନାହିଁ। ଯାହାକୁ ନେଇ ବିରୋଧ ଶାସକ ବିଜେଡି ଓ କ୍ରାଇମବ୍ରାଞ୍ଚକୁ ସମାଲୋଚନା କରୁଛନ୍ତି। ରାଜ୍ୟ ସରକାର ମୁହଁ ଖୋଲୁନଥିବା ବେଳେ କ୍ରାଇମବ୍ରାଞ୍ଚ ଗୋଟେ ପରେ ଗୋଟେ ମିଛ କହିଚାଲିଥିବା ଚର୍ଚ୍ଚା ହେଉଛି।

BjD Congress Tara Prasad Bahinipati Naba Das Murder