Advertisment

ତାରାଙ୍କ ବିସ୍ଫୋରକ ବୟାନ୍‌: କହିଲେ- କଂଗ୍ରେସରେ ବିଭାଜନ ସୃଷ୍ଟି ହେଉଛି

‘ସରକାର ଗଢ଼ିବା ପରେ ବିଜେପି ମଧ୍ୟ ତା’ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଉଦ୍ୟମ ଆରମ୍ଭ କରୁଛି। ହେଲେ ଆମେ କଂଗ୍ରେସ ବାଲାଙ୍କ ଭିତରେ ଗୋଡ଼ ଝିକାଝିକି ଚାଲିଛି। ଆମର କାହା ସହିତ କାହାର ମତ ମିଶୁନି।’

Tara

Tara

Advertisment

କଂଗ୍ରେସର ଫାୟାର ବ୍ରାଣ୍ଡ ନେତା ହେଉଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ହେଲେ ତାଙ୍କୁ କୁଆଡ଼େ କଂଗ୍ରେସ ଭିତରେ ବିରୋଧ କରାଯାଉଛି। ବିଜେପି ଓ ବିଜେଡିଙ୍କ ପରି କଂଗ୍ରେସରେ ତାଙ୍କୁ ବିରୋଧ କରାଯାଉଛି। ସେଥିପାଇଁ ସେ ନିଜକୁ ନିଜ ନିର୍ବାଚନମଣ୍ଡଳୀ ଭିତରେ ରଖିଛନ୍ତି। ଆଜି ଏପରି ଚାଞ୍ଚଲ୍ୟକର ବୟାନ୍‌ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ଖାଲି ଏତିକି ନୁହେଁ, ତାରା ଆହୁରି କହିଛନ୍ତି- କଂଗ୍ରେସରେ ବିଭାଜନ ସୃଷ୍ଟି କରାଯାଉଛି। 

Advertisment

ଗଣ ମାଧ୍ୟମକୁ ସୂଚନା ଦେଇ ତାରା କହିଛନ୍ତି, ଗାଁ ଗହଳୀରେ ବିଜେପିର ବିରି ଅଖା ନଥିଲା। କିନ୍ତୁ ଏଥର ଲୋକେ ବିଜେପିକୁ ଭୋଟ୍‌ ଦେଇ ଜିତାଇଲେ। ଦୁଇଟି କାରଣ ପାଇଁ ବିଜେପି ଜିତିଲା। ପ୍ରଥମ କଥାଟି ହେଲା, ଲୋକମାନେ ବିଜେଡି ଉପରେ କ୍ଷୁବ୍ଧ ଥିଲେ ଏବଂ ଦ୍ୱିତୀୟଟି ହେଲା- ଓଡ଼ିଆଙ୍କ ସ୍ୱାଭିମାନ। ଯାହାଫଳରେ ବିଜେପି ସରକାରକୁ ଆସିଲା। ହେଲେ ଆମେ ତାହାର ଫାଇଦା ଉଠାଇ ପାରିଲୁ ନାହିଁ। କିନ୍ତୁ ଏବେ ମଧ୍ୟ ଗାଁ ଗହଳୀରେ ତାଙ୍କର ବିରି ଅଖା ନାହିଁ। ସେଥିପାଇଁ ସେମାନେ ବିଜେଡି ଓ କଂଗ୍ରେସରୁ କିଛି ଲୋକଙ୍କୁ ନେଇ ବିରି ଅଖାକୁ ସୁଦୃଢ଼ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ତାରା କହିଛନ୍ତି।

ତାରା ଆହୁରି କହିଛନ୍ତି, ସାଧାରଣ ନିର୍ବାଚନରେ ସଫା ହୋଇଯାଇଥିବା ବିଜେଡି ପୁଣି ଥରେ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛି। ସରକାର ଗଢ଼ିବା ପରେ ବିଜେପି ମଧ୍ୟ ତା’ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଉଦ୍ୟମ ଆରମ୍ଭ କରୁଛି। ହେଲେ ଆମେ କଂଗ୍ରେସ ବାଲାଙ୍କ ଭିତରେ ଗୋଡ଼ ଝିକାଝିକି ଚାଲିଛି। ଆମର କାହା ସହିତ କାହାର ମତ ମିଶୁନି। ସେଥିପାଇଁ ଆମେ ଯେଉଁମାନେ ପ୍ରକୃତ କଂଗ୍ରେସିଆ ଅଛୁ ଛାତିର କୋହ ଧରି ବସିଛୁ। ଏହା ଦେଖି ଆମକୁ ଦୁଃଖ ଲାଗୁଛି। କାନ୍ଦ ମଧ୍ୟ ଲାଗୁଛି। ଇଏ ଯେଉଁ ବିଭାଜନ ସୃଷ୍ଟି ହେଉଛି, ତାହା ହେବା କଥା ନୁହେଁ। ଆମର ମାଲିକ ଏକ। କଂଗ୍ରେସର ରାହୁଲ ଗାନ୍ଧିଙ୍କ ପରିବାର ହେଉଛନ୍ତି ଆମର ବସ୍‌। ସେମାନେ ଯାହା ନିଷ୍ପତ୍ତି ନେବେ, ତାକୁ ମାନିବାକୁ ପଡିବ ବୋଲି ତାରା କହିଛନ୍ତି।

Advertisment

ବିଭାଜନ କିଏ କରୁଛି ପ୍ରଶ୍ନରେ ତାରା କହୁଛନ୍ତି, ବିଭାଜନ ଚାରିଆଡେ ଚାଲିଛି। କେହି ଦଳୀୟ ସ୍ୱାର୍ଥ କଥା ଚିନ୍ତା କରୁନାହାନ୍ତି। କେବଳ ନିଜ ସ୍ୱାର୍ଥ ସାଧନ ପାଇଁ ଚେଷ୍ଟା ଚାଲିଛି। କିନ୍ତୁ ସାଧାରଣ ଲୋକେ ସେମାନଙ୍କୁ କେବେ କ୍ଷମା ଦେବେନି। ଦେଖାଯାଉ କ’ଣ ହେଉଛି? ଆମେ ମଧ୍ୟ ସଙ୍ଗଠନ କରିଛୁ। ନିଜେ ବଞ୍ଚିଲେ ବାପାର ନାଁ, ସେଥିପାଇଁ ମୋ ନିର୍ବାଚନମଣ୍ଡଳୀ ଭିତରେ ମୁଁ ରହିଛି। ମୁଁ କେଉଁଠି ଯାଉନି। କାରଣ ଆମକୁ ବିଜେପି ଓ ବିଜେଡି ବିରୋଧ କରୁଛନ୍ତି। କଂଗ୍ରେସ ମଧ୍ୟ ବିରୋଧ କରୁଛନ୍ତି। ତେଣୁ ନିଜସ୍ୱ କଂଗ୍ରେସ କେମିତି ବଞ୍ଚିବ? ସେଥିପାଇଁ ଆମେ ପ୍ରୟାସ କରୁଛୁ ବୋଲି ତାରା କହିଛନ୍ତି।

ଆଗାମୀ ଭବିଷ୍ୟତ ନେଇ ତାରା କହିଛନ୍ତି, ସମସ୍ତେ ଚେଷ୍ଟା କଲେ ଆର ଥର କଂଗ୍ରେସ ନିଶ୍ଚିତ ଆସିବ। ଓଡ଼ିଆ ଭାଇମାନେ ଏକଜୁଟ୍‌ ହେବା ଦରକାର।  ସମସ୍ତ ଏକଜୁଟ ହେବା ଦରକାର। ସମସ୍ତଙ୍କ ଭିତରେ ସମନ୍ୱୟ ରହିବା ଦରକାର। ଗଲା ନିର୍ବାଚନରେ ଲୋକ ଚାହୁଁଥିଲେ କଂଗ୍ରେସ ଆସୁ। ଯେହେତୁ ଆମର କିଛି ହୋଇପାରିଲା ନାହିଁ, ତେଣୁ ଲୋକମାନେ ବିଜେପି ଆଡେ ପଳାଇଗଲେ ବୋଲି ତାରା କହିଛନ୍ତି।

Congress Odisha Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe