ରାହୁଲ ଗାନ୍ଧିଙ୍କ ପାଇଁ ଗୃହକୁ ଅଚଳ କଲା କଂଗ୍ରେସ, ରାଜ୍ୟପାଳଙ୍କୁ ଦେଲା ସ୍ମାରକପତ୍ର

ରାହୁଲ ଗାନ୍ଧିଙ୍କ ସଦସ୍ୟ ପଦ ରଦ୍ଦ ପ୍ରସଙ୍ଗରେ କଂଗ୍ରେସ ବିଧାୟକମାନେ ଆଜି ବିଧାନସଭାରେ ହଟ୍ଟଗୋଳ ଜାରି ରଖିବାରୁ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ।

Odisha Legislative Assembly PhotoOR

ବିଧାନସଭା

Ordigital Desk
  • Published: Monday, 27 March 2023
  • Updated: 27 March 2023, 10:53 PM IST

Sports

Latest News

ରାହୁଲ ଗାନ୍ଧିଙ୍କ ସଦସ୍ୟ ପଦ ରଦ୍ଦ ପ୍ରସଙ୍ଗରେ କଂଗ୍ରେସ ବିଧାୟକମାନେ ଆଜି ବିଧାନସଭାରେ ହଟ୍ଟଗୋଳ ଜାରି ରଖିବାରୁ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । କଂଗ୍ରେସ ବିଧାୟକମାନେ କଳା ଡ୍ରେସ୍ ପିନ୍ଧି ଅଭିନବ ଢଙ୍ଗରେ ବିଧାନସଭା ଭିତରେ ପ୍ରତିବାଦ କରି ଗୃହ ଚଳାଇ ଦେଇନଥିବାବେଳେ କଂଗ୍ରେସ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ଆଜି ରାଜଭବନ ଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ସ୍ମାରକପତ୍ର ଦେଇଛନ୍ତି ।

ଆଜି ପୂର୍ବାହ୍ନରେ କଂଗ୍ରେସ ବିଧାୟକମାନେ କଳା ଡ୍ରେସ୍ ପିନ୍ଧି ଗୃହକୁ ଆସିବା ସହ ରାହୁଲ ଗାନ୍ଧିଙ୍କ ସଦସ୍ୟ ପଦ ରଦ୍ଦ କରିବାକୁ ନେଇ ପ୍ରତିବାଦ କରିଥିଲେ । ଫଳରେ ବାଚସ୍ପତି ଗୃହକୁ ମାତ୍ର ୧ମିନିଟ୍ ଭିତରେ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଅପରାହ୍ନରେ ଅଚଳାବସ୍ଥା ଜାରି ରହିଥିଲା । ଗୃହ ୪ଟାରେ ଆରମ୍ଭ ହେବାପରେ କଂଗ୍ରେସ ବିଧାୟକମାନେ ଅନୁରୂପ ହଟ୍ଟଗୋଳ ଜାରି ରଖିଥିବାବେଳେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଆପାର୍ଟମେଂଟ ମାଲିକାନା ବିଲ୍ ଆଗତ କରିବାରେ ସକ୍ଷମ ହୋଇଥିଲେ । ହଟ୍ଟଗୋଳ ଯୋଗୁ ବାଚସ୍ପତି ଗୃହକୁ ୪ଟା ୧୨ମିନିଟରେ ଗୃହକୁ ୧୫ମିନିଟ୍ ଲେଖାଏଁ ୩ଥର ଓ ୩୦ମିନିଟ୍ ଲେଖାଏଁ ୨ଥର ମୁଲତବୀ କରିବା ପରେ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।

Also Read

ଏପଟେ ଗଣତନ୍ତ୍ରର ସୁରକ୍ଷା ଓ ଦେଶ ବଂଚାଓ ଦାବିରେ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଆଜି ରାଜଭବନ ଯାଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀମାନେ ଶହଶହ ସଂଖ୍ୟାରେ ସ୍ଥାନୀୟ ସର୍କିଟ ହାଉସ ଠାରୁ ଏକ ପଦଯାତ୍ରାରେ ଗଣତନ୍ତ୍ର ବଂଚାଅ, ଦେଶ ବଂଚାଅ ଏବଂ ରାହୁଲ ଗାନ୍ଧୀ ଜିନ୍ଦାବାଦ ନାରା ଦେଇ ରାଜଭବନ ପର୍ଯ୍ୟନ୍ତ ଯାଇ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଥିଲେ ।

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ନିରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଂଟିଆ, ତାରାପ୍ରସାଦ ବାହିନୀପତି, ବିଜୟ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ, ଶିବାନନ୍ଦ ରାୟ, ଜଗନ୍ନାଥ ପଟ୍ଟନାୟକ, ଗଣେଶ୍ୱର ବେହେରା, ଯୁଧିଷ୍ଠୀର ଜେନା, ଅମର ନାଥ ପ୍ରଧାନ, ଶୁଭେନ୍ଦୁ ମହାନ୍ତିି, ବନ୍ଦିତା ପରିଡ଼ା, ଅମୀୟ କୁମାର ପଟ୍ଟନାୟକ, ରବିନ୍ଦ୍ର କୁମାର ମଲ୍ଲିକ, ଲଲାଟେନ୍ଦୁ ମହାପାତ୍ର, ହଳଧର କାର୍ଜି,  ମନୋରଞ୍ଜନ ଦାଶ, ବିଶ୍ୱଜିତ୍ ଦାଶ, ପ୍ରକାଶ ଜେନା, ଲିଙ୍ଗରାଜ ସାହୁ, ସସ୍ମିତା ବେହେରା, ବାଙ୍କନିଧି ବେହେରା, ବିସ୍ମୟ ମହାପାତ୍ର, ରଜନୀ ମହାନ୍ତି, ସୁଶାନ୍ତ ତ୍ରିପାଠୀ, ନରୋତମ ନାୟକ, ଜ୍ଞାନ ପଟ୍ଟନାୟକ, ମିହିର ଆଚାର୍ଯ୍ୟ, ଦୀପକ ମହାପାତ୍ର, ସଂକୁନା କହଁର, ସନ୍ଧ୍ୟା ମହାପାତ୍ର, କନକ ମଲ୍ଲିକ, ଜାନକୀ ମଲ୍ଲିକ, ଚୌଧୁରୀ ସ୍ନେହଲତା ରାୟ, ତ୍ରିଲୋଚନ ମହାନ୍ତି, କୁସୁମ ପ୍ରଧାନ, ଗୀତାଳି ମହାନ୍ତି, ରାଜୀବ ପଟ୍ଟନାୟକ, ଜିତୁ ପଣ୍ଡା, ତରୁଣ ମିଶ୍ର, ଅଶୋକ ଦାସ, ସୁବତ୍ର ମହାପାତ୍ର, ସ୍ୱାଗତିକା ପଟ୍ଟନାୟକ, ମଧୁମିତା ଆଚାର୍ଯ୍ୟ, ଖଗେଶ୍ୱର ମଲ୍ଲିକ, ରାଜକିଶୋର ବାରିକ, ଜୟକୃଷ୍ଣ ସୁବୁଦ୍ଧି, ମନୋରନ ରାଉତରାୟ, ଜୟଶ୍ରୀ ପାତ୍ର, ପ୍ରଭାତ ପ୍ରତାପ ସିଂ, ରସିକ ପଟ୍ଟନାୟକ, ଜମ୍ବେଶ୍ୱର ମଲ୍ଲିକ, ଏମଡି ସାହାଦୁଲ୍ଲା, ପ୍ରଶନ୍ନ ପାଇକରାୟ, କୁଳମଣି ସାହୁ, ସନ୍ଧ୍ୟାରାଣୀ ସାହୁ, ବସନ୍ତ ପଣ୍ଡା, ପ୍ରକାଶ ନନ୍ଦ, ଛବି ମହାନ୍ତି ପ୍ରମୁଖ ବହୁ ନେତୃବୃନ୍ଦ ଯୋଗଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଦଳର ନେତୃବର୍ଗଙ୍କ ସମେତ ସିପିଆଇ, ସିପିଆଇ (ଏମ), ଅଲଇଣ୍ଡିଆ ଫରୱାର୍ଡ ବ୍ଲକ, ସିପିଆଇ ଏମଏଲ (ଲିବରେସନ), ସିପିଆଇଏମଏଲ (ରେଡ୍ ଷ୍ଟାର),ଏନସିପି, ସମାଜବାଦିପାର୍ଟି, ଆରଜେଡି, ଆମ ଆଦିମ ପାର୍ଟି, ସମୃଦ୍ଧ ଓଡ଼ିଶା, ଆରପିଆଇର ଶୀର୍ଷ ନେତୃବୃନ୍ଦ ଓ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ । ଅଭୟ ସାହୁ, ଆଶିଷ କାନୁନଗୋ, ଅଳି କିଶୋର ପଟ୍ଟନାୟକ, ସୁରେଶ ପାଣିଗ୍ରାହୀ, ସୁର ଜେନା, ଜ୍ୟୋତି ରନ ମହାପାତ୍ର, ଯୁଧିଷ୍ଠୀର ମହାପାତ୍ର, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ପ୍ରମିଳା, ରବି ବେହେରା, ସୁଦର୍ଶନ ପ୍ରଧାନ, ହେମନ୍ତ କୁମାର, ରଙ୍ଗା ଚରଣ ପ୍ରଧାନ, ଯତୀଶ ମହାନ୍ତି, ସେକ୍ ଅବଦୁଲ ୱାଲି, ବଂଶୀଧର ପରିଡ଼ା, ବିଷ୍ଣୁ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story