Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସ୍ୱାଧିକାର ନୋଟିସ ଆଣିଲା କଂଗ୍ରେସ

ବିଜେପି ସାଂସଦ ଅନୁରାଗ ଠାକୁର ମଙ୍ଗଳବାର ଲୋକସଭାରେ କଂଗ୍ରେସ ସାଂସଦଙ୍କ ରାହୁଲ ଗାନ୍ଧିଙ୍କ ପ୍ରତି ଜାତିକୁ ନେଇ ଅପଶବ୍ଦ ପ୍ରୟୋଗ କରିଥିଲେ।

PM Modi

PM Modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ଗୋଟିଏ ସ୍ୱାଧିକାର ଭଙ୍ଗ ନୋଟିସ ଲୋକସଭାରେ ଆଗତ କରାଯାଇଛି। କଂଗ୍ରେସ ସାଂସଦ ଚରଣଜିତ ସିଂହ ଚନ୍ନି ଏପରି ନୋଟିସ ଦେଇଛନ୍ତି।

Advertisment

ବିଜେପି ସାଂସଦ ଅନୁରାଗ ଠାକୁର ମଙ୍ଗଳବାର ଲୋକସଭାରେ କଂଗ୍ରେସ ସାଂସଦଙ୍କ ରାହୁଲ ଗାନ୍ଧିଙ୍କ ପ୍ରତି ଜାତିକୁ ନେଇ ଅପଶବ୍ଦ ପ୍ରୟୋଗ କରିଥିଲେ। ଅନୁରାଗ ଠାକୁରଙ୍କ ଉକ୍ତ ଜାତି ଭିତ୍ତିକ ବୟାନକୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଏକ୍ସରେ ସମର୍ଥନ କରି ଶେୟାରି କରିଥିଲେ। ଏହାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ମୋଦିଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଅଣାଯାଇଛି।

ଚନ୍ନି ନିଜର ଅଭିଯୋଗରେ ଦର୍ଶାଇଛନ୍ତି ଯେ ଲୋକସଭାରେ ବିଜେପି ସାଂସଦଙ୍କ ପକ୍ଷରୁ ଅନେକ ପ୍ରକାରର ଆପତ୍ତିଜନକ ବୟାନ ଦିଆଯାଇଥିଲା। ଏହା ମଧ୍ୟରୁ ତାଙ୍କର କିଛି ମନ୍ତବ୍ୟକୁ ଗୃହ କାର୍ଯ୍ୟରୁ ହଟାଇ ଦିଆଯାଇଥିଲା। ତଥାପି ପ୍ରଧାନମନ୍ତ୍ରୀ ବିଜେପି ସାଂସଦଙ୍କ ପୂରା ଭାଷଣକୁ ନିଜର ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ନିଶ୍ଚିତ ଶୁଣନ୍ତୁ ଓ ଏହା ତଥ୍ୟର ମିଳନ ଓ ହ୍ୟୁମର। ଏହା ଇଣ୍ଡି ମେଣ୍ଟ(ଇଣ୍ଡିଆ ବ୍ଲକ) ଡାର୍ଟି ରାଜନୀତିର ପର୍ଦ୍ଦାଫାସ କରିଛି।

Advertisment

ପ୍ରଧାନମନ୍ତ୍ରୀ ମୋଦି ଏପରି ପୋଷ୍ଟ କରି ସଂସଦର ସ୍ୱାଧିକାରକୁ ଭାଙ୍ଗିବା ଭଳି ପ୍ରସଙ୍ଗକୁ ଆହୁରି ଉତ୍ସାହିତ କରୁଛନ୍ତି ବୋଲି କଂଗ୍ରେସ କହିଛି।

ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଅନୁରାଗ ଠାକୁରଙ୍କ ବୟାନ ଅତ୍ୟନ୍ତ ଅଭଦ୍ର ଓ ଅସାମ୍ବିଧାନିକ।

ମଙ୍ଗଳବାର ବଜେଟ ଉପରେ ଆଲୋଚନା ଚାଲିଥିବା ବେଳେ ଅନୁରାଗ ଠାକୁର କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଥିଲେ। ରାହୁଲ ଗାନ୍ଧି ଓ ବିରୋଧୀ ମେଣ୍ଟ ଜାତି ଭିତ୍ତିକ ଜନଗଣନା କଥା କହୁଥିବାରୁ ଏହାକୁ ଅନୁରାଗ ଠାକୁର କଟାକ୍ଷ କରିଥିଲେ। ସେ କହିଥିଲେ. “ଯେଉଁମାନଙ୍କର ଜାତି ଜଣାନାହିଁ, ସେମାନେ ଜାତିଗତ ଜନଗଣନା କଥା କହୁଛନ୍ତି।” ଏହି ସମୟରେ ସେ କାହାର ନାଁ ନେଇ ନଥିଲେ।

ଏହାପରେ ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ଯେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ତାଙ୍କୁ ଅପମାନିତ ଓ ଦୁର୍ବ୍ୟବହାର କରିଛନ୍ତି। କିନ୍ତୁ ସେ ତାଙ୍କ ଠାରୁ କୌଣସି ପ୍ରକାରର କ୍ଷମା ପ୍ରାର୍ଥନା ଚାହୁଁ ନଥିବା କହିଥିଲେ।

Congress PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe