Advertisment

ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ: ୨ ଦିନ ପ୍ରଚାର କରିପାରିବେ ନାହିଁ ଏହି କଂଗ୍ରେସ ସାଂସଦ

ଆଜି ସନ୍ଧ୍ୟା ୬ଟାରୁ ଏହି ନିୟମ ଲାଗୁ ହୋଇଥିବା ବେଳେ ୪୮ ଘଣ୍ଟା ପରେ ଶେଷ ହେବ।

Randeep Surjewala

Randeep Surjewala

Advertisment

କଂଗ୍ରେସର ରାଜ୍ୟସଭା ସେଂସଦ ରଣଦୀପ ସୂର୍ଯ୍ୟେୱାଲଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ। ବିଜେପି ସାଂସଦ ତଥା ଅଭିନେତ୍ରୀ ହେମା ମାଳିନୀଙ୍କ ସମ୍ପର୍କରେ ସେ ଅଭଦ୍ର ଟିପ୍ପଣୀ କରିବା ଅଭିଯୋଗରେ ଫସିଥିଲେ।

Advertisment

ଏହାର ବିଚାର କରି ନିର୍ବାଚନ କମିଶନ ରଣଦୀପ ସୂର୍ଯ୍ୟେୱାଲଙ୍କୁ ଦୁଇ ଦିନ ପ୍ରଚାର ମୈଦାନରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଅର୍ଥ ସୂର୍ଯ୍ୟେୱାଲା ନିଜ ଦଳ ପାଇଁ ୨ ଦିନ କୌଣସି ପ୍ରକାରର ପ୍ରଚାର କରିପାରିବେ ନାହିଁ। ଆଜି ସନ୍ଧ୍ୟା ୬ଟାରୁ ଏହି ନିୟମ ଲାଗୁ ହୋଇଥିବା ବେଳେ ୪୮ ଘଣ୍ଟା ପରେ ଶେଷ ହେବ।

ହରିଆଣା ସ୍ଥିତ ନିର୍ବାଚନ ପ୍ରଚାର ବେଳେ ସୂର୍ଯ୍ୟେୱାଲା ପ୍ରୟୋଗ କରିଥିବା ଶବ୍ଦ ଅତ୍ୟନ୍ତ ଆପତ୍ତିଜନକ ଥିଲା। ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ କରିଛି। ଏଥିପାଇଁ ନିର୍ବାଚନ କମିଶନ ଭାରତୀୟ ସମ୍ବିଧାନର ଧାରା ୩୨୪ ଅନୁଯାୟୀ ସୂର୍ଯ୍ୟେୱାଲାଙ୍କୁ ସର୍ବସାଧାରଣ ମିଟିଂ, ରାଲି, ରୋଡ ଶୋ’, ଇଣ୍ଟରଭ୍ୟୁ, ମିଡିଆରେ କୌଣସି ପ୍ରକାରର ବାଇଟ ଦେବାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଉଛନ୍ତି। ମଙ୍ଗଳବାର ସନ୍ଧ୍ୟା ୬ଟାରୁ ୪୮ ଘଣ୍ଟା ଧରି ତାଙ୍କ ଉପରେ ଏପରି ନିଷେଦ୍ଧାଦେଶ ଲାଗୁ ହେବ ବୋଲି କମିଶନ ଗୋଟିଏ ବିଜ୍ଞପ୍ତିରେ କହିଛନ୍ତି। 

Advertisment

୨୦୨୪ ନିର୍ବାଚନରେ ପ୍ରଥମ ରାଜନେତା ଭାବେ ସୂର୍ଯ୍ୟେୱାଲାଙ୍କ ବିରୋଧରେ ନିର୍ବାଚନ କମିଶନ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Bjp Congress Hema Malini Lok Sabha Election 2024 Randeep Surjewala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe