Advertisment

ଲୋକସଭା ନିର୍ବାଚନ: କଂଗ୍ରେସ ୩, ଏନସି ୩, ପିଡିପିକୁ କିଛି ମିଳିଲାନି

ଇଣ୍ଡିଆ ମେଣ୍ଟରେ ଥିବା ମେହବୁବା ମୁଫତିଙ୍କ ପିଡିପିକୁ ଉଭୟ ଦଳ କୌଣସି ଗୋଟିଏ ଆସନ ବି ଦେଇ ନାହାନ୍ତି।

PDP

PDP

Advertisment

ଜମ୍ମୁ-କଶ୍ମୀର ଓ ଲଦାଖରେ ଏକାଠି ଲଢ଼ିବେ କଂଗ୍ରେସ ଏବଂ ଫାରୁକ ଅବଦୁଲ୍ଲାଙ୍କ ନ୍ୟାଶନାଲ କନଫରେନ୍ସ। ଉଭୟ ଇଣ୍ଡିଆ ମେଣ୍ଟର ସଦସ୍ୟ ଥିବା ବେଳେ ସେମାନଙ୍କ ମଧ୍ୟରେ ସିଟ ଶେୟାରିଂ ଫର୍ମୁଲା ଆଜି ଫାଇନାଲ ହୋଇଛି।

Advertisment

ଉଭୟ ଦଳ ଜମ୍ମୁ-କଶ୍ମୀରର ଓ ଲଦାଖର ୬ଟି ଲୋକସଭା ଆସନରୁ ୩ଟି ଲେଖାଏରେ ଲଢ଼ିବେ। କିନ୍ତୁ ଇଣ୍ଡିଆ ମେଣ୍ଟରେ ଥିବା ମେହବୁବା ମୁଫତିଙ୍କ ପିଡିପିକୁ ଉଭୟ ଦଳ କୌଣସି ଗୋଟିଏ ଆସନ ବି ଦେଇ ନାହାନ୍ତି।

ମୁଫତି ଜମ୍ମୁ-କଶ୍ମୀରର ଅନନ୍ତନାଗ-ରଜୌରୀ ଆସନରୁ ଲଢ଼ୁଥିବା ବେଳେ କଂଗ୍ରେସ ଏହାକୁ ସମର୍ଥନ କରିବା ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା। କିନ୍ତୁ ଅନନ୍ତନାଗ ଆସନ ଏବେ ନ୍ୟାଶନାଲ କନଫରେନ୍ସ ଖାତାକୁ ଯାଇଛି।

Advertisment

ଡିଲ ଅନୁସାରେ, କଂଗ୍ରେସ ଉଦ୍ଧମପୁର, ଜମ୍ମୁ ଓ ଲଦାଖର ଏକମାତ୍ର ଲୋକସଭା ଆସନରେ ନିର୍ବାଚନ ଲଢ଼ିବ। ସେହିପରି ଏନସିପି ଅନନ୍ତନାଗ, ବାରମୁଲ୍ଲା ଓ ଶ୍ରୀନଗର ଲୋକସଭା ଆସନରେ ପ୍ରାର୍ଥୀ ଦେବ ବୋଲି ଏନସି ନେତା ଓମାର ଅବଦୁଲ୍ଲା ଘୋଷଣା କରିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ କହିଛନ୍ତି, ପିଡିପି ହେଉଛି ଇଣ୍ଡିଆ ବ୍ଲକର ଅଂଶବିଶେଷ। କିନ୍ତୁ ସିଟ୍‌ ବୁଝାମଣା ଗୋଟିଏ ଅଲଗା ଜିନିଷ। ଏହା ସିଟ ଶେୟାରିଂର ମେଣ୍ଟ ନୁହେଁ। ଏହା ବିଚାରଧାରାର ମେଣ୍ଟ ବୋଲି ସେ କହିଛନ୍ତି।

ଜମ୍ମୁ-କଶ୍ମୀରରେ ୫ ଲୋକସଭା ଓ ଲଦାଖର ଗୋଟିଏ ଲୋକସଭା ଆସନ ପାଇଁ ଭୋଟିଂ ହେବ। ଇଣ୍ଡିଆ ବ୍ଲକରେ ଥିବା ମେହବୁବା ମୁଫତି ନିକଟରେ ଦିଲ୍ଲୀ ଯାଇ ଅନ୍ୟ ବିରୋଧୀ ଦଳଗୁଡ଼ିକ ସହ ମିଶି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ବିକ୍ଷୋଭ କରିଥିଲେ। କିନ୍ତୁ ସେ ସ୍ୱତନ୍ତ୍ର ଭାବେ କଶ୍ମୀରର ୩ ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଥିଲେ।

ମୁଫତି ଅନନ୍ତନାଗ ଆସନରେ ଲଢ଼ିବାକୁ ଥିବା ବେଳେ ଏଠାରେ ଗୁଲାମ ନବୀ ଆଜାଦ ଓ ନ୍ୟାଶନାଲ କନଫରେନ୍ସର ପ୍ରାର୍ଥୀ ତାଙ୍କୁ ଚ୍ୟାଲେଞ୍ଜ କରିବେ ବୋଲି କୁହାଯାଉଛି।

Congress Rahul Gandhi Farooq Abdullah National Conference
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe