Advertisment

ବିହାର ସିଟ ଶେୟାରିଂ ଫର୍ମୁଲା: କଂଗ୍ରେସ ଦେଲା ଏମିତି ପ୍ରସ୍ତାବ

ଇଣ୍ଡିଆ ମେଣ୍ଟରେ ଥିବା ଜେଡିୟୁ ଓ ଆରଜେଡି ୧୬ଟି ଲେଖାଏ ଆସନରେ ଲଢ଼ିବାକୁ ଚାହୁଁଥିଲେ ହେଁ କଂଗ୍ରେସ ଅଲଗା କଥା କହିଛି।

author-image
Hemant Lenka
INDIA

INDIA

ଆସନ୍ତା ଲୋକସଭା ନିର୍ବାଚନକୁ ନେଇ ଇଣ୍ଡିଆ ମେଣ୍ଟ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥିପାଇଁ ବିହାରରେ ସିଟ ଶେୟାରିଂ ଫର୍ମୁଲାକୁ ନେଇ ବଡ଼ ପ୍ରସ୍ତାବ ଦେଇଛି କଂଗ୍ରେସ। ଇଣ୍ଡିଆ ମେଣ୍ଟରେ ଥିବା ଜେଡିୟୁ ଓ ଆରଜେଡି ୧୬ଟି ଲେଖାଏ ଆସନରେ ଲଢ଼ିବାକୁ ଚାହୁଁଥିଲେ ହେଁ କଂଗ୍ରେସ ଅଲଗା କଥା କହିଛି।

Advertisment

ଦୁଇ ସହଯୋଗୀ ଦଳ ୧୬ଟି ଲେଖାଏ ଆସନ ବଦଳରେ ୧୫ଟି ଲେଖାଏ ଆସନରେ ଲଢ଼ନ୍ତୁ ବୋଲି ବିହାର କଂଗ୍ରେସ ମୁଖ୍ୟ ଅଖିଲେଶ ସିଂହ କହିଛନ୍ତି। ସେହିପରି ସିପିଆଇଏମଏଲ ଗୋଟିଏ ଆସନ ଓ ବାକି ଆସନରେ କଂଗ୍ରେସ ଲଢ଼ିବ ବୋଲି ସେ ପ୍ରସ୍ତାବ ରଖିଛନ୍ତି।

ଶ୍ରୀ ସିଂହ କହିଛନ୍ତି, “ଇଣ୍ଡିଆ ମେଣ୍ଟରେ ଥିବା ସବୁ ରାଜନୀତିକ ଦଳ ବୁଝାମଣା କରିବା ଦରକାର। ଯଦି ସେମାନେ ଏକାଠି ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି, ତା’ହେଲେ ବୁଝାମଣା କରିବାକୁ ହେବ। ୨୦୧୯ରେ ଜେଡିୟୁ ବିହାରରେ ବିଜେପି ସହ ମିଶି ନିର୍ବାଚନ ଲଢ଼ିଥିଲା। ଏବେ ଜେଡିୟୁ ଆମ ସହ ଥିବାରୁ ଏହା ଭଲ କଥା। ଏହା ମଧ୍ୟ ସତ୍ୟ ଯେ ସେମାନଙ୍କ ପାଖରେ ଅଧିକ ସଂଖ୍ୟକ ସାଂସଦ ରହିଛନ୍ତି।”

Advertisment

୨୦୧୯ରେ ବିହାରର ୪୦ ଲୋକସଭା ଆସନରୁ କଂଗ୍ରେସ ୯ଟିରେ ଲଢ଼ିଥିଲା। ଏଥର ମଧ୍ୟ ଦଳ ସମାନ ସଂଖ୍ୟକ ଆସନ ଚାହୁଁଛି। ଇଣ୍ଡିଆ ମେଣ୍ଟରେ ଥିବା ଦଳଗୁଡ଼ିକ ବିହାରରେ ସିପିଆଇଏମଏଲକୁ ଗୋଟିଏ ଆସନ ଦେବାକୁ ଚାହୁଁଛନ୍ତି।

ଆରଜେଡି ୨୦୧୯ରେ ସବୁଠାରୁ ଅଧିକ ଆସନରେ ଲଢ଼ିଥିଲା। କିନ୍ତୁ ଗୋଟିଏ ହେଲେ ଆସନରେ ଦଳ ଜିତି ନଥିଲା। ଜେଡିୟୁ ୧୯ଟିରେ ଜିତିଥିବା ବେଳେ ବିଜେପି ୧୭ ଓ ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି ୬ଟି ଆସନ ହାତେଇଥିଲା।

India Bihar Opposition